ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରତି ନାରାୟଣ ରାଉତ ଙ୍କ କବିତା – ଉତ୍ତମ

ଉତ୍ତମ

ଉତ୍ତମ କାମନା ଉତ୍ତମ ଭାବନା

         ଉତ୍ତମ ଯାର ଚିନ୍ତନ

ଜଗତେ ଶ୍ରେଷ୍ଠ ସେ ତେଷେ ସବୁପ୍ରାଣ

          ଲଭଇ ଉଚ୍ଚ ଆସନ ॥

ଉତ୍ତମ କହିବା ଦେଖିବା ଶୁଣିବା

            ଭଲଗୁଣ ନିରବତା

ଗାନ୍ଧୀ ମହାତମା ତିନି ମାଙ୍କଡ଼ଙ୍କ

          ମାଧ୍ଯମେ ଦେଲେ ବାରତା ॥

କହିବା ଠାରୁଟି କରେଯେ ଉତ୍ତମେ

         କର୍ମ ବୀର ସେଇ ଅଟେ

ଅକର୍ମା ଅଧମ ହୁଏନି ଉତ୍ତମ

        ଜୀବନର ଚଲା ବାଟେ ॥

ଉତ୍ତମ ସଂସ୍କାର ନାହିଁ ଯାହା ଠାରେ

          ବିପଥର ହୁଏ ଯାତ୍ରୀ

ସାଧୁ ସଙ୍ଗ ନାହିଁ ଜୀବନେ ଯାହାର

           ସାଥି ତାର କାଳରାତ୍ରୀ ॥

ସାତ୍ତ୍ଵିକ ଭୋଜନେ ଇଶ୍ଵର ଚିନ୍ତନେ

           ଇନ୍ଦ୍ରିୟ ଦମନ ହୁଏ

ସଂସାର ଯାତ୍ରାରେ ଉତ୍ତମ ପଥରେ

        ମାନବକୁ ସିଏ ନିଏ ॥

ରତିନାରାୟଣ ରାଉତ ।

ହରିଚନ୍ଦନପୁର , କେନ୍ଦୁଝର, ଓଡ଼ିଶା

 

 

Related posts

ବ୍ଲକ ସ୍ତରୀୟ ମେଧାବୀ ବିଦ୍ୟାର୍ଥୀ ମାନଙ୍କୁ ସମ୍ବର୍ଦ୍ଧନା

Sunil Chandra Nayak

ଓଡ଼ିଶା ଆଦର୍ଶ ବିଦ୍ୟାଳୟ,ସାନମୌଦାର ଅଷ୍ଟମ ପ୍ରତିଷ୍ଠା ଦିବସ ପାଳିତ

Sunil Chandra Nayak

ଗାଧୁଆ ଘରୁ ଯୁବତୀଙ୍କ ଝୁଲନ୍ତା ଶବ ପୋଲିସ ଦ୍ବାରା ଉଦ୍ଧାର

Sunil Chandra Nayak

Leave a Comment

error: Content is protected !!