ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଇନସେବା ପ୍ରାଧିକରଣ ରୟଗଡା ଦ୍ବାରା ଜାତୀୟ ବାଳ ଶ୍ରମିକ ନିଷେଧ ଦିବସ ପାଳିତ

ଆଇନସେବା ପ୍ରାଧିକରଣ ରୟଗଡା ଦ୍ବାରା ଜାତୀୟ ବାଳ ଶ୍ରମିକ ନିଷେଧ ଦିବସ ପାଳିତ

       ରାୟଗଡା,:- ସ୍ଥାନୀୟ “ୱାଟର ସେଡ୍ କନଫରେନ୍ସ ହଲ” ପରିସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ,ରାୟଗଡା ଓ ପିକକ ଅନୁଷ୍ଠାନ ମିଳିତ ଆନୁକୁଲ୍ୟରେ ଜାତୀୟ ବାଳ ଶ୍ରମିକ ନିଷେଧ ଦିବସ ପାଳିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମ କୁ ରାୟଗଡା ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ସଚିବ ଶ୍ରୀମତି ନିବେଦିତା ପଣ୍ଡା ଅଧ୍ୟକ୍ଷତା କରିଥିଲେ I ଅନ୍ୟ ପ୍ରମୁଖ ଅତିଥି ମାନଙ୍କ ମଧ୍ୟରେ ରାୟଗଡା ବାର ଆସୋସିଏସନର ସଚିବ ବିଶ୍ଵନାଥ ଗନ୍ତାଏତ , ଆଇନଜୀବି ପ୍ରଣତି ପାତ୍ର, ଅତିରିକ୍ତ ଶ୍ରମ ଅଧିକାରୀ ଗୋପାଳ କ୍ରିଷ୍ନା ମଙ୍ଗରାଜ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ କାର୍ଯ୍ୟାଳୟର ଆଇନ ପରାମର୍ଶ ଦାତା ନିରାକାର ପାଢି, ପ୍ରୋଟେକ୍ସନ ଅଫିସର(ଅଣ ଆନୁସନିକ) ପ୍ରତାପ କୁମାର ଦାସ, ସି.ଡବ୍ଲୁ.ସି ମେମ୍ବର ଜ୍ୟୋସ୍ନାମୟୀ ପାଢୀ, ପ୍ରମୋଦ କୁମାର ନାଏକ, ଗଗେଇନ ଶବର, ପିକକ୍ ଅନୁଷ୍ଠାନର ସଚିବ ଶ୍ରୀ ମନୋଜ ସ୍ୱାଇଁ ଙ୍କ ସମେତ ଜିଲ୍ଳା ଆଇନ ସେବା ପ୍ରାଧିକରଣ ଅଫିସ ର ପାନେଲ ଓକିଲ, ପାରା ଲିଗାଲ ଭଲ୍ୟୁଣ୍ଟର, ରାୟଗଡା ସେବା ସମାଜ ଅନୁଷ୍ଠାନର ଛାତ୍ର ଛାତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ I ଉପସ୍ଥିତ ଅତିଥିମାନେ ନିଜ ନିଜର ବକ୍ତବ୍ୟରେ ଜାତୀୟ ବାଳ ଶ୍ରମିକ ନିଷେଧ ଦିବସ ପାଳନ ର ଉଦ୍ଦେଶ୍ୟ, ଆଭିମୁଖ୍ୟ, ଶିଶୁ ଶ୍ରମିକ ମାନଙ୍କର ନ୍ୟାୟିକ ବ୍ୟବସ୍ଥା ଓ ସେମାନଙ୍କ ପାଇ ଆଇନରେ ଉଦ୍ଧିଷ୍ଟ ଥିବା ବିଭିନ୍ନ ଧାରା ଉପରେ ଆଲୋକପାତ କରିଥିଲେ I ସର୍ବୋପରି ଏହି କାର୍ଯ୍ୟକ୍ରମରେ ରାୟଗଡା ସେବା ସମାଜ ଅନୁଷ୍ଠାନର ଛାତ୍ର ଛାତ୍ରୀ ମାନଙ୍କର ଉପସ୍ଥିତି ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମ୍ପାଦିକା ଓ ପିକକ ଅନୁଷ୍ଠାନର ସଚିବ ମନୋଜ ସ୍ୱାଇଁ ଙ୍କର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହି କାର୍ଯ୍ୟକ୍ରମଟି ସଫଳତାର ସହିତ ଶେଷ ହୋଇଛି I

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଭୀମକେଲା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳନ

Sunil Chandra Nayak

କୃଷ୍ଣାନନ୍ଦପୁର ଠାରେ ଆଇ.ଆଇ.ଏଫ. ଏଲ୍.ବ୍ୟାଙ୍କ ର ଉଦ୍ଘାଟନ

Sunil Chandra Nayak

ଖଇରା ଉପ ନିର୍ବନ୍ଧକଙ୍କ କାର୍ଯ୍ୟାଳୟରେ କର୍ମଚାରୀ ମରୁଡି, ଲୋକ ମାନେ ହିନସ୍ତା

masiha

Leave a Comment

error: Content is protected !!