ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମରଣଯନ୍ତା ପାଲଟିଛି ଚିଚିବାଇ -ବନ୍ଦକଣା ରାସ୍ତା 

ମରଣଯନ୍ତା ପାଲଟିଛି ଚିଚିବାଇ -ବନ୍ଦକଣା ରାସ୍ତା 

     ଡାବୁଗାଁ,୧୩/୬(ମ.ନି.ସ.):- ଦୀର୍ଘ ୨୦ବର୍ଷ ପୂର୍ବେ ତିଆରି ହୋଇଥିବା ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଞ୍ଚଳା ଗ୍ରାମ ପଞ୍ଚାୟତ ଅଧୀନ ଚିଚିବାଇ ଓ ବନ୍ଦକଣା ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା ବର୍ତ୍ତମାନ ମରଣଯନ୍ତା ପାଲଟିଛି | ଚିଚିବାଇ ଠାରୁ ବନ୍ଦକଣା ପର୍ଯ୍ୟନ୍ତ ପ୍ରାୟ ୩ କିଲୋମିଟର ରାସ୍ତା ଉପରେ ପିଚୁ ସମ୍ପୂର୍ଣ୍ଣ ବାହାରିଯିବା ସହିତ ମେଟାଲ ସବୁ ରାସ୍ତାସାରା ବିଛେଇ ହୋଇପଡିଛି ଓ ଅନେକ ସ୍ଥାନରେ ଗର୍ତ୍ତସବୁ ସୃଷ୍ଟି ହୋଇ ବାଇକ ଆରୋହୀ ମାନଙ୍କ ପାଇଁ ବିପଦର କାରଣ ପାଲଟିଛି | ଗ୍ରାମବାସୀଙ୍କ କହିବା ପ୍ରକାରେ ପ୍ରାୟ ୨୦ ବର୍ଷ ତଳେ ଚିଚିବାଇ-ବନ୍ଦକଣା ରାସ୍ତାଟି ନିର୍ମାଣ ହୋଇଥିଲା | ନିର୍ମାଣ ହେଲା ପରଠୁ ଥରେ ମଧ୍ୟ ଏହି ରାସ୍ତାର ମରାମତି କରାଯାଇନି |ତେଣୁ ରାସ୍ତାରୁ ପିଚୁ ବାହାରି ପଡିବା ସହିତ ଆବଡା ଖାବଡା ହୋଇ ପଡ଼ିରହିଛି | ରାସ୍ତାରେ ମେଟାଲ ଓ ପଥର ସବୁ ମୁଣ୍ଡ ଟେକି ରହିଛି |ଅନେକ ସମୟରେ ବାଇକ ଆରୋହୀମାନେ ବାଇକରୁ ଖସି ଆହତ ହେଉଛନ୍ତି |ଦୁଇ ଚକିଆ ଯାନ ହେଉ ଅଥବା ୪ଚକିଆ, ରାସ୍ତାରେ ବାରମ୍ବାର ଯିବା ଆସିବା କରି ଗାଡିର ବିଭିନ୍ନ ଯନ୍ତ୍ରାନ୍ସ ଖରାପ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି |ଗୁରୁତର ରୋଗୀ ଏବଂ ଗର୍ଭବତୀ ମା ମାନଙ୍କୁ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେବାରେ ବହୁ ଅସୁବିଧା ଦେଖା ଦେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି | ପ୍ରଶାସନ ତୁରନ୍ତ ପଦକ୍ଷେପ ନେଇ ରାସ୍ତାଟିକୁ ମରାମତି କଲେ ଗ୍ରାମବାସୀଙ୍କୁ ଗମନାଗମନ କରିବାକୁ ସୁବିଧା ହୁଅନ୍ତା ବୋଲି ଗ୍ରାମର କମଳୁ ଯାନୀ, ସୋନୁ ଯାନୀ, ଖଗପତି ଯାନୀ, କୁମର ଯାନୀ, ଡମେନ ଯାନୀ, ଭଗବାନ ଯାନୀ, ଦେବ ଯାନୀ, ମହେନ୍ଦ୍ର ପୂଜାରୀ, ଗୁଡ୍ଡୁ କୁମାର, ଦୁଆରୁ ଯାନୀ, ଭଗତ ଯାନୀ, ଚନ୍ଦ୍ର ଯାନୀ, ଧନସିଂ ଯାନୀ, ଦୈତାରୀ ଯାନୀ, ମଙ୍ଗତା ଯାନୀ, ରାମଚନ୍ଦ୍ର ଯାନୀ, ଯଦୁ ଯାନୀ, ହିରଣ ପୂଜାରୀ, ଜଗନ୍ନାଥ ଯାନୀ ପ୍ରମୁଖ ଦୃଢ଼ ଦାବୀ କରିଛନ୍ତି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ମଣ୍ଡେଇ ମହୋତ୍ସବ -୨୦୨୪ ର ପଞ୍ଚମ ସନ୍ଧ୍ୟା  ପଲ୍ଲୀଶ୍ରୀ ମେଳା ଉଦଯାପିତ, ମଧ୍ୟ ରାତ୍ର ପର୍ଯ୍ୟନ୍ତ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ 

masiha

ଏକତା ମହିଳା ମଂଚ ତରଫରୁ ସହିଦ ଓ ପିତୃମାତୃ ଦିବସ ପାଳିତ

Sunil Chandra Nayak

ହ୍ଵାବା ଗାଡି ପିଟିଲା ବାଇକକୁ ବାଇକ ଅରୋହୀଙ୍କ ଗୋଡ଼ ଅକାମି

Sunil Chandra Nayak

Leave a Comment

error: Content is protected !!