ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଇସ୍ପାତ ନଗରୀ ରେ ପହିଲିରଜ ଧୁମଧାମରେ ପାଳିତ

ଇସ୍ପାତ ନଗରୀ ରେ ପହିଲିରଜ ଧୁମଧାମରେ ପାଳିତ 

ରାଉରକେଲା: ଇସ୍ପାତ ନଗରୀ ରାଉରକେଲା ରେ ଗଣପର୍ବ ରଜ ମହୋତ୍ସବ ଧୁମଧାମରେ ପାଳିତ ହେଉଛି। ସହରର ପ୍ରତ୍ୟେକ ଗଳିକନ୍ଦି ସହ ବିଭିନ୍ନ ଅନୁଷ୍ଠାନ ତରଫରୁ ପହିଲି ରଜ ପାଳନ କରାଯାଇଛି। ବିଭିନ୍ନ ସ୍ଥାନରେ ଦୋଳି, ପୋଡପିଠା, ବିଭିନ୍ନ ପ୍ରକାରର ପିଠାପଣା ସହ ମିଷ୍ଟାନ୍ନ ଓ ରଜ ପାନର ପ୍ରଦର୍ଶନୀ ସହ ବଣ୍ଟନ କରି ସହରବାସୀ ପାଳନ କରୁଛନ୍ତି ରଜ। ସାଧାରଣତଃ ରଜ ତିନିଦିନ ବିଶେଷ କାର୍ଯ୍ୟ ନଥିବାରୁ ଝିଅ ବୋହୁଙ୍କ ଦୋଳିଖେଳ, କେତେକ ସ୍ଥାନରେ କବାଡି ଓ ତାସ ଖେଳର ଆସର ଜନ୍ମିଥାଏ । ଏହି ପରିପ୍ରେକ୍ଷୀରେ ସହରର ବିଭିନ୍ନ ଅନୁଷ୍ଠାନ ରେ ପାଳିତ ହୋଇଥିବା ରଜ ସମ୍ପର୍କରେ …

ପରିଚୟ ପକ୍ଷରୁ ରଜ ପର୍ବ ପାଳନ

ପରିଚୟ ଅନୁଷ୍ଠାନ ତରଫରୁ ସ୍ଥାନୀୟ ଭଞ୍ଜଭଵନ ପ୍ରେକ୍ଷାଳୟ ଠାରେ ଆନ୍ତର୍ଜାତୀୟ ନୃତ୍ୟ ମହୋତ୍ସବ ସହ ରଜ ପର୍ବ ପାଳନ ଆରମ୍ଭ ହୋଉଛି। ଏ‌‌ହି କାର୍ଯ୍ୟକ୍ରମରେ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ଦାଶ ଓ ସମାଜସେବୀ ପ୍ରଶାନ୍ତ ସେଠୀ ଅତିଥି ଭାବେ ଯୋଗଦେଇ ରଜ ପର୍ବ ପାଳନର ଆଭିମୁଖ୍ୟ ଓ ଆବଶ୍ୟକତା ସମ୍ପର୍କରେ ଆଲୋଚନା କରିଥିଲେ। ଅତିଥି ମାନେ ସେମାନଙ୍କ ବକ୍ତବ୍ୟରେ ଆଜିକାଲି ଯୁବପିଢି ମୋବାଇଲ ରୁ ମୁହଁ ଫେରାଇ ଏଭଳି ସାଂସ୍କୃତିକ କାର୍ଯ୍ୟକ୍ରମରେ ସାମିଲ କରି ସେମାନଙ୍କୁ ପରମ୍ପରା ସମ୍ପର୍କରେ ଅବଗତ କରାଉଥିବାରୁ ଅନୁଷ୍ଠାନକୁ ସାଧୁବାଦ ଦେଇଥିଲେ। ଏହି ଅବସରରେ ବିଭିନ୍ନ ନୃତ୍ୟ ପ୍ରତିଯୋଗିତା,ସାଗରିକା ୱଲଫେୟାର ଟ୍ରଷ୍ଟ ଓ ପରିଚୟ ର ମିଳିତ ଆନୁକୂଲ୍ୟରେ ପିଠା ପ୍ରତିଯୋଗିତା କରାଯାଇଥିଲା। ନୃତ୍ୟ ପ୍ରତିଯୋଗିତାରେ ବାଙ୍ଗଲାଦେଶ, ନେପାଳ, ହାଇଦ୍ରାବାଦ, ନାଗପୁର, କଲିକତା, ମଧ୍ୟ ପ୍ରଦେଶ ସହ ଓଡ଼ିଶାର ବିଭିନ୍ନ ସ୍ଥାନରୁ ନୃତ୍ୟ ଶିଳ୍ପୀ ମାନେ ଅଂଶଗ୍ରହଣ କରିଥିଲେ। ବିଚାରକ ଭାବେ ଜ୍ୟୋତିର୍ମୟୀ ଓ କୁମାର ଭୀମସେନ ଦାୟିତ୍ଵ ତୁଲାଇଥିଲା ବେଳେ ଅନୁଷ୍ଠାନର ସମ୍ପାଦକ ପଞ୍ଚାନନ ପାତ୍ର, ଗାୟତ୍ରୀ ବିଶୋଇ,ଅନ୍ୟେଷା ନାୟକ ଓ ଅନ୍ୟମାନେ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

ସେକ୍ଟର ୩ ରଜ ମହୋତ୍ସବ

ସେକ୍ଟର ୩ ଏ ବ୍ଲକ୍ ସ୍ଥିତ ପୁରୁଣା ଦୁର୍ଗାପୂଜା ପଡିଆ ଠାରେ ରଜ ମହୋତ୍ସବ ଧୁମଧାମରେ ପାଳନ କରାଯାଉଛି। ସୁରେଶ ସିଂ ଙ୍କ ଆବାହକତ୍ଵ ଓ ଚାଇନା ଙ୍କ ସଂଯୋଜନାରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଫଟୋଗ୍ରାଫର ମହାସଂଘର ସଭାପତି ଅତୁଲ ସାଘଂଭି, ଲାୟନ୍ସ କ୍ଲବ ର ସମ୍ପାଦିକା ଉଷା ସାଘଂଭି, ସମାଜସେବୀ ମୀନତି ବିଶ୍ବାଳ ଓ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍ ର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଗଣପର୍ବ ରଜ ର ଆଭିମୁଖ୍ୟ ଓ ଅନୁଷ୍ଠାନର ସଂସ୍କୃତି ପରମ୍ପରା ପ୍ରତି ପ୍ରତିବଦ୍ଧତା କୁ ପ୍ରଶଂସା କରିଥିଲେ। ଏହି ଅବସରରେ ପୋଡପିଠା,ମଣ୍ଡା, ଆରିସା, କାକରା, ଚକୁଳି,ମୁଆଁ ପିଠା,ପାନ ଆଦି ସମସ୍ତଙ୍କ ମଧ୍ୟରେ ବଣ୍ଟନ କରାଯାଇଥିଲା। ଏହି ଅବସରରେ ଶୁଭଶ୍ରୀ ଡ୍ୟାନ୍ସ ଗୃପ,ସୁରେଶ ଡିଜିଟାଲ ଷ୍ଟୁଡିଓ ତରଫରୁ କୁମାରୀ ମାନେ ନୃତ୍ୟ ପରିବେଷଣ ସହ ଦୋଳି ଖେଳରେ ମଜ୍ଜା ନେଇଥିଲେ। ଏହି ଅବସରରେ ସ୍ଥାନୀୟ ଅଞ୍ଚଳର ବହୁ ମହିଳା ଓ ବାଳିକାମାନେ ଯୋଗଦେଇଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବେକାର ଯୁବକ ଯୁବତୀ ଙ୍କ ଦାବିପତ୍ର ପ୍ରଦାନ

Sunil Chandra Nayak

କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମଙ୍କ ଧର୍ମପତ୍ନୀ ଝିଙ୍ଗିଆ ଓରାମଙ୍କ ବିୟୋଗରେ ସଚେତନ ନାଗରିକ ମଞ୍ଚର ଶୋକ…..

masiha

ଯାମଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଘନଶ୍ୟାମ ଏଣ୍ଡ ସନ୍ସ ପ୍ରାଇଭେଟ୍ ଲିମିଟେଡ ତରଫରୁ ୫୦ ଜଣ ଯକ୍ଷ୍ମା ରୋଗୀଙ୍କୁ ମାଗଣା ପୋଷଣ ଖାଦ୍ୟ ଵଣ୍ଟନ

Leave a Comment

error: Content is protected !!