ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜାତୀୟ ହାମରା ବଲ୍ ଚମ୍ପିୟାନ ସିପରେ ବିଶ୍ବଜିତ୍ ସାହୁ

ଜାତୀୟ ହାମରା ବଲ୍ ଚମ୍ପିୟାନ ସିପରେ ବିଶ୍ବଜିତ୍ ସାହୁ

କାମାକ୍ଷାନଗର (ମନିସ )14/6/24 //ଜାତୀୟ ସ୍ତରର ହାମରାବଲ ଟୁର୍ଣ୍ଣାମେଣ୍ଟ ରେ  ଚମ୍ପିୟାନ ହୋଇ ଓଡିଶା ପାଇଁ ବାଜି ମାରିଛନ୍ତି ବିଶ୍ବଜିତ ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ମହାବିରୋଡ ର ବିପ୍ରବର ସାହୁ ଙ୍କ ପୁଅ ବିଶ୍ବଜିତ୍ ସାହୁ, ପିଲାଟି ଦିନରୁ କ୍ରିକେଟ୍ ଖେଳରେ ମୁମ୍ବାଇ ମଥୁରା ଭଳି ବାହାର ରାଜ୍ୟରେ ଭଲ ଖେଳିଥିଲେ।ଏବେ ନୂଆକରି ପ୍ରବେଶକରିଥିବା ଜାତୀୟ ହାମରା ବଲ ଚମ୍ପିଆନ ସିପରେ ଓଡିଶା ବାଜିମାତ କରିଛି,ଏହି ଜାତୀୟ ସ୍ତରର ଟୁଣ୍ଣାମେଣ୍ଟ ପୁରୀ ଜଗନ୍ନାଥ ଷ୍ଟାଡିୟମ ଠାରେ ଫାଇନାଲ କୁ ଯାଇଥିଲା ଓଡିଶା ଓ ଉତର ପ୍ରଦେଶ, ଏଥିରେ ମହିଳା ଟିମ୍ ପୁରୁଷ ଟିମ୍ ଓ ଉତର ପ୍ରଦେଶ ଟିମ୍ ମଧ୍ୟରେ ପ୍ରତିଯୋଗିତା ହୋଇଥିଲା ଓଡିଶା ଟିମ୍ ବାଜିମାତ୍ କରିଥିଲା,ଏହି ଟୁଣ୍ଣାମେଣ୍ଟ ରେ ହାମରା ବଲ ଆସୋସିଏସନ ଅଫ ଇଣ୍ଡିଆ ର ସଚିବ ମନିଶ କୁମାର ଶ୍ରୀ ବାସ୍ତବ, ଉପ ସଭାପତି ରିଣ୍ଟୁ ମିତ୍ର,ରାଜ୍ୟ ଉପସଭାପତି ସୋମନାଥ ପଟ୍ଟନାୟକ,ରାଜ୍ୟ ସଂପାଦକ ରାଗିଣୀ ମିତ୍ର ମଞ୍ଚରେ ଖେଳାଳୀ ମାନଙ୍କୁ ପୁରଷ୍କାର ବିତରଣ କରିଥିଲେ, ଉକ୍ତ ଖେଳରେ ଓଡିଶା ଦଳ ଚମ୍ପିଅନ ହୋଇଥିବା ବେଳେ, ଉତରପ୍ରଦେଶ ରନର୍ସ ଅପ ଓ ଉତରାଖଣ୍ଡ ତୃତୀୟ ସ୍ଥାନ ହୋଇଥିଲେ,ଖଳାଳୀ ଙ୍କ ସହ ଟିମ୍ କୋଚ ଙ୍କୁ ସମ୍ମାନିତ କରାଯାଇଥିଲା,କାଯ୍ୟକ୍ରମକୁ ଆଲୋକ ଖୁଣ୍ଟିଆ ସଂଜୋଜନା କରିଥିଲେ,ପରେ ସାଂସ୍କୃତିକ କାଯ୍ୟକ୍ରମ ସମ୍ବଲପୁରୀ ନୃତ୍ୟ,ମାଲଖମ୍ବ ସମରକଳା,ଓ ସଂଗୀତ ପରିବେଷଣ କରାଯାଇଥିଲା।ବିଶ୍ବଜିତ ର ବିଜୟ ପାଇଁ ମହାବିରୋଡ ଅଞ୍ଚଳର ରେ ଶୁଭେଚ୍ଛା ପହଞ୍ଚିବା ଦେଖାଯାଉଛି।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ବିବେକ ଜଳ ତରଫରୁ ଜଳଛତ୍ର ଉଦଘାଟିତ

Sunil Chandra Nayak

ସର୍ଵ ମଙ୍ଗଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିପର୍ଯ୍ୟୟ ପରିଚାଳନା ଓ ଅଗ୍ନି ନିରାପତ୍ତା କାର୍ଯ୍ୟକ୍ରମ ଆୟୋଜିତ 

masiha

ବାଲିଗୁଡାରେ ନୂତନ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ଯୋଗଦାନ

Sunil Chandra Nayak

Leave a Comment

error: Content is protected !!