ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବେଲଝରୀ ଗ୍ରାମରେ ବଡ ଆଡମ୍ବରରେ ରଜ ପର୍ବ ପାଳିତ 

ବେଲଝରୀ ଗ୍ରାମରେ ବଡ ଆଡମ୍ବରରେ ରଜ ପର୍ବ ପାଳିତ 

ନବରଙ୍ଗପୁର:(ତା ୧୪/୦୬)-ନବରଙ୍ଗପୁର ଜିଲ୍ଲା ସାରା ରଜ ପର୍ବ ପାଳନ କରୁଥିବା ବେଳେ ଝରୀଗାଁ ବ୍ଲକ ପାଲିଆ ପଂଚାୟତର ବେଲଝରୀ ଗ୍ରାମରେ ରଜପର୍ବ ଚଳିତ ବର୍ଷ ଧୁମଧାମରେ ପାଳିତ ହୋଇଥିବା ଦେଖିବାକୁ ମିଳିଛି |ଚଳିତ ବର୍ଷ ଗ୍ରାମର ପୂଜାରୀ, ଚଲାନ ଓ ସମସ୍ତ ଗ୍ରାମବାସୀ ପୂର୍ଣ୍ଣ ସହଯୋଗ କରିଥିବାରୁ ରଜପର୍ବଟି ବେଶ ହର୍ଷ ଉଲ୍ଲାସର ସହ ପାଳିତ ହୋଇଥିବା ଦେଖିବାକୁ ମିଳିଛି |ଗ୍ରାମର କୁଆରୀ ଝିଅମାନେ ପ୍ରଥମେ ଗ୍ରାମର ପୂଜାରୀ, ଚଲାନ ଓ ଗ୍ରାମର ବରିଷ୍ଠ ବ୍ୟକ୍ତି ମାନଙ୍କୁ ନିମନ୍ତ୍ରଣ କରି ରଜଦୋଳି ପଡିଆକୁ ପାଛୋଟି ନେଇଥିଲେ ଓ ପରେ ଗ୍ରାମର ସମସ୍ତ ଦେଵୀଙ୍କ ପୀଠରେ ପହଂଚି ପୂଜାର୍ଚ୍ଚନା କରିବା ପରେ ରଜଦୋଳି ବନ୍ଧା ଯାଇଥିବା ପଡିଆରେ ପହଂଚି ବସୁମତୀ ମାଙ୍କ ପୂଜାର୍ଚ୍ଚନା କରି ଦୋଳିଖେଳ ଆରମ୍ଭ କରିଥିଲେ |ରଜପର୍ବ ସମସ୍ତ ପର୍ବ ମଧ୍ୟରେ ରାଜା ଓ ଏହା ଏକ କୃଷି ଭିତ୍ତିକ ପର୍ବ |ଏହି ପର୍ବ ପାଳନ କରିବାର ପୂର୍ବ ଦିନରୁ ହିଁ ଚଷାଭାଇ ନିଜ ଚାଷକାର୍ଯ୍ୟରୁ ନିବୃତ ରହି ୪ଦିନ ଯାଏ ପୂର୍ଣ୍ଣ ବିଶ୍ରାମ ନିଏ |ଠିକ ସେହିପରି ଗ୍ରାମର କୁଆରୀ ଝିଅ ଓ ସଧବା ବୋହୁମାନେ ପହିଲି ରଜ ର ପୂର୍ବ ଦିନରେ(ରଜ ସଜବାଜ )ହିଁ ସମସ୍ତ ପ୍ରସ୍ତୁତି ଶେଷ କରିଥାନ୍ତି |ପହିଲି ରଜ ଦିନ ସମସ୍ତେ ନୁଆଁ ବସ୍ତ୍ର ପରିଧାନ କରି ପାଦରେ ଅଳତା ଲଗେଇ ହୋଇ ନିଜକୁ ସୁନ୍ଦର ଭାବେ ସୁସଜ୍ଜିତ କରି ରଜଦୋଳି ପଡିଆରେ ଯାଇ ଦୋଳି ଖେଳରେ ମସଗୁଲ ହୋଇଯାଆନ୍ତି |ଉକ୍ତ ଦିନ ଗ୍ରାମରେ ଏକ ପ୍ରକାର ଉତ୍ସାହର ବାତାବରଣ ଦେଖିବାକୁ ମିଳିଥାଏ |ଝରୀଗାଁ ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବା ସତ୍ତ୍ୱେ ଏଠାକାର ଆଦିବାସୀମାନେ ଏହି ରଜ ଉତ୍ସବ କୁ ବେଶ ଧୁମଧାମରେ ପାଳନ କରୁଥିବା ଦେଖିବାକୁ ମିଳିଛି |

ମସିହା ନିୟୂଜ ସର୍ଭିସ୍ 

Related posts

କଳାହାଣ୍ଡି ଉତ୍ସବ ଘୁମୁରା ଉପଲକ୍ଷେ ଗଣଦୌଡ ପ୍ରତିଯୋଗିତା 

masiha

ମଥାନୀ ପଞ୍ଚାୟତ ରେ ଭତା ଟଙ୍କା ବଣ୍ଟନ କୁ କେନ୍ଦ୍ର କରି ଉତ୍ତେଜନା ପିଇଓ ଙ୍କ ଅନୁପସ୍ଥିତିରେ ପିଅନ ବାଣ୍ଟିଲେ ଟଙ୍କା

masiha

ଜିଲ୍ଲାସ୍ତରୀୟ ବିଶ୍ଵ ମିତବ୍ୟୟିତା ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!