ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

୨୫ ତମ ମାଁ ନାରାୟଣୀ ଠାକୁରାଣୀ ଯାତ୍ରା ନିମନ୍ତେ ନୂତନ ପରିଚାଳନା କମିଟି ଗଠନ

  ଫୁଲବାଣୀ -:   ୨୫ ତମ ମାଁ ନାରାୟଣୀ ଠାକୁରାଣୀ ଯାତ୍ରା ଏବର୍ଷ ଅନୁଷ୍ଠିତ ହେବା ନିମନ୍ତେ ନୂତନ ପରିଚାଳନା କମିଟି ଗଠନ କରାଯାଇଥିବା ଜଣାପଡିଛି। ଯାତ୍ରା ପରିଚାଳନା କମିଟି ଅଧ୍ୟକ୍ଷ ଫୁଲବାଣୀ ଉପ ଜିଲ୍ଲାପାଳ ଶେଷଦେଵ ମିଶ୍ର ଅଧ୍ୟକ୍ଷତାରେ ଏବଂ ଫୁଲବାଣୀ ପୋୖର ଅଧ୍ୟକ୍ଷା ସ୍ମିତାରାଣୀ ମହାନ୍ତି ଙ୍କ ଉପସ୍ଥିତ ରେ ୨୫ ତମ ୨୦୨୨-୨୩ ଯାତ୍ରା ପରିଚାଳନା କମିଟି ନୂତନ କର୍ମକର୍ତ୍ତା ନିର୍ବାଚନ ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନ ସଭାଗୃହ ଠାରେ ଗତକାଲି ଅପରାହ୍ନ ୪ ଟା ସମୟରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ଅତିଥି ମାନଙ୍କ ଦ୍ୱାରା ପ୍ରଥମେ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇଥିବା ବେଳେ ମାଁ ନାରାୟଣୀ ଙ୍କର ଘଟ ମାଠିଆ ଧାରଣ କରୁଥିବା ମହିଳା ଏବଂ ପରିଚାଳନା କମିଟିର କର୍ମକର୍ତ୍ତା ଯେଉଁ ମାନଙ୍କର ଅକାଳ ମୃତ୍ୟୁ ହୋଇଥିଲା ସେହି ମାନଙ୍କ ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ଏବଂ ପୂର୍ବତନ ସମ୍ପାଦକ ବାର୍ଷିକ ବିବରଣୀ ପାଠ କରିବା ସହ ଯାତ୍ରା ଆୟ ବ୍ୟୟ ହିସାବ ଦେଇଥିଲେ। ତାପରେ ପୂର୍ବତନ କମିଟି ଭଙ୍ଗ କରିବା ପାଇଁ ସଭାପତି ନିର୍ଦ୍ଦେଶ ଦେଇଥିଲେ। ଉକ୍ତ ନୂତନ ପରିଚାଳନା କମିଟି ଗଠନ କାର୍ଯ୍ୟକ୍ରମ ଫୁଲବାଣୀ ସହରର ସମସ୍ତ ଜନ ସାଧାରଣ ଉପସ୍ଥିତ ରେ ହେବା ପରିବର୍ତ୍ତେ ନୂତନ ବାଇଲ ପ୍ରସ୍ତୁତ କରାଯାଇ ଫୁଲବାଣୀ ସହରର ସମସ୍ତ ସଂଗଠନ , କ୍ଲବ,ମନ୍ଦିର କମିଟି ,ବଜାର କମିଟି,ବରିଷ୍ଠ ନାଗରିକ କମିଟି , ବୁଦ୍ଧିଜୀବି ଆଇନଜୀବୀ ଏଭଳି ବିଭିନ୍ନ ସଙ୍ଗଠନ ର ସଭାପତି ସମ୍ପାଦକ ଦୁଇ ଜଣ ଏବଂ ସମସ୍ତ ନବ ନିର୍ବାଚିତ କାଉନସିଲର ମାନଙ୍କୁ ନେଇ ଯାତ୍ରା ପରିଚାଳନା ନିମନ୍ତେ ନିର୍ବାଚନ ହୋଇଥିଲା। ସନ୍ନମତି କ୍ରମେ ଫୁଲବାଣୀ ସହରର ଜଣାଶୁଣା ପ୍ରତିଷ୍ଠିତ ବ୍ୟକ୍ତି ପି. ସୁଧାଂଶୁ ସେନାପତି ଚଳିତ ବର୍ଷ ଯାତ୍ରା ପରିଚାଳନା କମିଟି ସଭାପତି ଭାବେ ନିର୍ବାଚିତ ହୋଇଥିବା ବେଳେ ଉପ ସଭାପତି ଭାବେ ସୁଜିତ କୁମାର ବେହେରା, ସାଧରଣ ସମ୍ପାଦକ ଭାବେ ଦୁର୍ଗା ପ୍ରସାଦ ତ୍ରିପାଠୀ,ମନୋନୀତ ହୋଇଥିଲେ। ସେହିପରି କୋଷାଧ୍ୟକ୍ଷ ଭାବେ ରମେଶ ଚନ୍ଦ୍ର ମହାନ୍ତି, ଅର୍ଥ ସମ୍ପାଦକ ଭାବେ କାବୁଲା ସେନାପତି, ସାଂସ୍କୃତିକ ସମ୍ପାଦକ ଭାବେ ଭି . ଲୋକନାଥ ରାଜୁ,ସହ ସମ୍ପାଦକ ଭାବେ ପାର୍ଥସାରଥୀ ବିଶ୍ୱାଳ, ଅରୁଣ କୁମାର ପଣ୍ଡା,ସୁମନ ପଟ୍ଟନାୟକ,ସୀମାଞ୍ଚଳ ପଣ୍ଡା ମୋନନୀତ ହୋଇଥିବା ବେଳେ ଉପଦେଷ୍ଟା ଭାବେ ଯାତ୍ରାର ଦେଶୀ ବେହେରା ଜେ. ଖଲିପାତ୍ର, ପୂର୍ବତନ ଯାତ୍ରା ପରିଚାଳନା କମିଟି ସଭାପତି ଅଶୋକ ପଟ୍ଟନାୟକ,ଫୁଲବାଣୀ ପୋୖର ଅଧ୍ୟକ୍ଷା ସ୍ମିତାରାଣୀ ମହାନ୍ତି ପ୍ରମୁଖ ଙ୍କୁ ନୂତନ ଯାତ୍ରା ପରିଚାଳନା କମିଟିର ଉପଦେଷ୍ଟା ଭାବେ ମନୋନୀତ ହୋଇଥିଲେ। ପରବର୍ତୀ ମୁହୂର୍ତ୍ତରେ ନୂତନ ଯାତ୍ରା ପରିଚାଳନା କମିଟିର କର୍ମକର୍ତ୍ତା ମାନେ ଫୁଲବାଣୀ ସହରର ଅଧିଷ୍ଠାତ୍ରୀ ଦେବୀ ମାଁ ନାରାୟଣୀ ଙ୍କର ଆଶିଷ ଲାଭ କରିବା ନିମନ୍ତେ ନାରାୟଣୀ ମନ୍ଦିର କୁ ଯାଇ ଦର୍ଶନ କରିଥିଲେ । ଏବଂ ତାପରେ ଫୁଲବାଣୀ ସହର ହାଟପଦା ଯାତ୍ରା ପଡିଆ ସ୍ଥିତ ମାଁ ନାରାୟଣୀ ଯାତ୍ରା ପରିଚାଳନା କମିଟି ସମ୍ମିଳନୀ ଗୃହ ଠାରେ ନୂତନ ଯାତ୍ରା ପରିଚାଳନା କମିଟିର ଅଧ୍ୟକ୍ଷ ଉପ ଜିଲ୍ଲାପାଳ ଶ୍ରୀ ମିଶ୍ର, ପୋୖର ଅଧ୍ୟକ୍ଷା ଶ୍ରୀମତୀ ମହାନ୍ତି ଏବଂ ସମସ୍ତ କର୍ମକର୍ତ୍ତା ଙ୍କର ଉପସ୍ଥିତ ରେ ଯାତ୍ରାର ଶୁଭାରମ୍ଭ ନିମନ୍ତେ ବିଷୁବ ସଂକ୍ରାନ୍ତି ଦିନ ସୁଭସ୍ଥମ୍ଭ ସ୍ଥାପନ କରିବା ନିମନ୍ତେ ନିଷ୍ପତି ନିଆଯାଇଥିଲା। ଚଳିତ ବର୍ଷ ଯାତ୍ରା ପରିଚାଳନା କମିଟିର ଜଣେ ଉଦ୍ୟମାନ ଯୁବକ ସଭାପତି ହୋଇଥିବାରୁ ଏବଂ ଅତ୍ୟଧିକ ଭାବେ ଅନ୍ୟ କର୍ମକର୍ତ୍ତା ଭାବେ ଯୁବକ ମାନେ ହିଁ ମୋନନୀତ ହୋଇଥିବା ରୁ ସହର ବାସୀ ଙ୍କ ମଧ୍ୟରେ ଉତ୍ସାହ ଦେଖିବା କୁ ମିଳିଛି। କୋରନା କଟକଣା ଯୋଗୁଁ ଗୋଟିଏ ବର୍ଷ ଯାତ୍ରା ହୋଇପାରିନଥିଲା । ଏ ବର୍ଷ ଜିଲ୍ଲା ପ୍ରଶାସନ ଓ ସହର ର ସମସ୍ତ ଜନସାଧାରଣ ଙ୍କର ସହଯୋଗରେ ବହୁତ ଭଲରେ ଯାତ୍ରା ହେବ ବୋଲି ସମସ୍ତ ଙ୍କର ମନରେ ଆଶା ରହିଛି।

ଫୁଲବାଣୀ ରୁ ବୈଦ୍ୟନାଥ ନାୟକ ଙ୍କ ରିପୋର୍ଟ ।

Related posts

ଆମଲାଵେଡାରେ ଜୁମ୍ବାଗାଡା କ୍ଷୁଦ୍ରବନ୍ଧ ଯୋଜନାର ବୈଷୟିକ ସର୍ବେକ୍ଷଣ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଇଂ ବିଶେଶ୍ୱର ଟୁଡୁଙ୍କ ଯୋଗଦାନ

Sunil Chandra Nayak

୮୦୪ ‌କୋଟି ଦେଲେ ରାଜ୍ୟ ସରକାର – ୪୦ ଲକ୍ଷରୁ ଊର୍ଦ୍ଧ୍ବ ଚାଷୀଙ୍କୁ ମିଳିଲା କାଳିଆ ଟଙ୍କା।

ବାଇକ୍ ସହ ବାରହା ମୁହାଁ ମୁହିଁ: ସାମ୍ବାଦିକ ଦୁର୍ଘଟଣା ଶିକାର

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort