ରାଉରକେଲା/ସେଣ୍ଟ୍ରାଲ ଇସ୍ପାତ ମାର୍କେଟ ର ସାହିତ୍ୟ ଖଟିରେ ଭୀମ୍ ରାଓ ଆମ୍ବେଦକରଙ୍କ ଜୟନ୍ତୀ ନାଟ୍ୟକାର ଆର୍ତ୍ତତ୍ରାଣ ମହାପାତ୍ରଙ୍କ ସଭାପତିତ୍ବରେ ପାଳିତ ହୋଇଯାଇଛି। ଏହି ଜୟନ୍ତୀ ଉତ୍ସବରେ ମୁଖ୍ୟବକ୍ତା ଭାବେ ଯୁବକବି ତଥା ଅଲ ଇଣ୍ଡିଆ ରେଡିଓର ଉଦଘୋଷକ ଅଶୋକ ରାଉତ ଯୋଗଦେଇ କହିଲେ, ପରାଧିନ ଭାରତବର୍ଷରେ ସାମାଜିକ ବୈଷମ୍ୟ, ଅର୍ଥନୈତିକ ପରାଧିନତା ରାଜତନ୍ତ୍ର ର ବର୍ବରୋଚିତ ଘୃଣ୍ୟ ସଂସ୍କୃତି ଫରାସୀ, ମୋଗଲ ଓ ଇଂରେଜ ମାନଙ୍କ ଅତ୍ୟାଚାର ଶାସନରେ ଜର୍ଜରିତ ଭାରତବର୍ଷରେ ନବ ଭାରତ ନିର୍ମାଣର ବିନ୍ଧାଣି ଥିଲେ ବାବା ସାହେବ ଆମ୍ବେଦକର। ଯେ କି କୋଟି କୋଟି ଅବହେଳିତ ଜାତି ଓ ଲାଞ୍ଛିତ ମଣିଷ ଙ୍କ ପାଇଁ ସେ ଥିଲେ ଆଲୋକ ର ବର୍ତ୍ତିକା। ଆଜି ତାଙ୍କ ର ଆଦର୍ଶ ଛୁଆଁ ଅଛୁଆଁ ଭେଦଭାବ ଦେଶରୁ ଦୂର କରିଛି। ଆମେ ଭାଗ୍ୟବାନ ସେଭଳି ଯୋଗଜନ୍ମା ଆମ ଭାରତବର୍ଷରେ ଜନ୍ମଗ୍ରହଣ କରିଥିଲେ। ସଭାପତି ଶ୍ରୀ ମହାପାତ୍ର କହିଲେ ବର୍ଣ୍ଣ ବ୍ୟବସ୍ଥା, ଜାତିବ୍ୟବସ୍ଥା, କୁସଂସ୍କାର, ଅନ୍ଧବିଶ୍ୱାସ, ଧର୍ମୀୟ ସଂକୀର୍ଣ୍ଣତା ଦୁରକରି ଏକ ସାମାଜିକ ନ୍ୟାୟ ଦେବାପାଇଁ ସମସ୍ତ ଙ୍କୁ ସେ ସାରା ଜୀବନ ସଂଗ୍ରାମ କରି ଆମକୁ ମଣିଷ ମୁକ୍ତିର ମାର୍ଗ ଦେଖାଇ ଯାଇଛନ୍ତି। ସେ ଏପରି ଜଣେ ଯୋଦ୍ଧା ବିନା ରକ୍ତପାତରେ ହଜାର ହଜାର ବର୍ଷ ର କଳଙ୍କିତ ଘୃଣିତ ଇତିହାସକୁ ଚାରି ଦଶନ୍ଧି ରେ ପରିବର୍ତ୍ତନ କରିପାରିଥିଲେ। ତାଙ୍କ ଦର୍ଶନ ମତରେ ସାମାଜିକ ସମାନତା ହେଉଛି ସମାଜର ମୁଳ ପିଣ୍ଡ। ସମ୍ବିଧାନ ଚୟନ କମିଟି ର ଅଧ୍ୟକ୍ଷ ରହି ଭାରତବର୍ଷକୁ ଏକ ଧର୍ମନିରପେକ୍ଷ ସାର୍ବଭୌମ ଜନମଙ୍ଗଳ ରାଷ୍ଟ୍ର ର ମର୍ଯ୍ୟାଦା ଦେଇଥିଲେ ଆମ ସମ୍ବିଧାନରେ। ତାଙ୍କ ପାଇଁ ଭାରତବର୍ଷରୁ ରାଜତନ୍ତ୍ର, ସାମନ୍ତବାଦ, ଜମିଦାରୀ ପ୍ରଥା ଓ ଜାତିବ୍ୟବସ୍ଥା ଲୋପ ପାଇ ଯାଇଛି। ବର୍ତ୍ତମାନ ସମ୍ବିଧାନ କୁ ରକ୍ଷା କରିବା ସମସ୍ତ ନାଗରିକ ଙ୍କ କର୍ତ୍ତବ୍ୟ ବୋଲି ସେ କହିଥିଲେ। ଏହି ଜୟନ୍ତୀ ସଭାରେ ବାବୁଲା ସିଂ, ଅଶୋକ ପଣ୍ଡା, ପାରେଶ୍ବର ବିଶ୍ବାଳ, ବିକାଶ ପଣ୍ଡା, ରଘୁନାଥ ସ୍ବାଇଁ, ସୁଭ୍ରା଼ଂଶୁ ପରିଡ଼ା, ଦୁଃଖ ଆଚାର୍ଯ୍ୟ ଉପସ୍ଥିତ ଥିଲେ। ଶେଷରେ ଅଶୋକ ପଣ୍ଡା ମାର୍କେଟ ତରଫରୁ ଧନ୍ୟବାଦ ଦେଇଥିଲେ।
ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ।