ନୂଆପଡା,ପରକିଆ ପ୍ରିତି କୁ କେନ୍ଦ୍ର କରି ସ୍ତ୍ରୀ ର ତଣ୍ଟି ଚିପି ହତ୍ୟା କଲା ସ୍ବାମୀ ।ଏଭଳି ଏକ ଘଟଣା ଦେଖିବାକୁ ମିଲିଛି ନୂଆପଡା ଜିଲ୍ଲା କୋମନା ଥାନା କାଣ୍ଡେତରା ଗାଁ ରେ ।କାଣ୍ଡେତରା ଗାଁ ର ନରହରୀ ଭୋଇ ନାମକ ଯୁବକ ଶ୍ରମିକ କାମ କରନ୍ତି,ଏମଧ୍ୟ ରେ ଜଣେ ବଲାଙ୍ଗିର ଜିଲ୍ଲା ର ମହିଲା ଶ୍ରମିକ ଙ୍କ ସହ ପ୍ରେମ କରୁଥିଲେ । ଏହି ଖବର ନରହରୀ ଭୋଇ ର ସ୍ତ୍ରୀ ବୈଶାଖି ଭୋଇ ଜାଣିବାକୁ ପାଇଥିଲେ ଓ ବିରୋଧ କରିଥିଲେ ମଝିରେ ମଝିରେ ସ୍ବାମୀ ସ୍ତ୍ରୀ ମଧ୍ୟ ରେ କଲହ ଲାଗି ରହୁଥିଲା। ବୁଧୁବାର ରାତ୍ରି ରେ ମଧ୍ୟ ଦୁହେଁ ସ୍ବାମୀ ସ୍ତ୍ରୀ ପରକିଆ ପ୍ରିତି କୁ ନେଇ କଲହ ଲାଗିଥିଲେ ଏଥିରେ ସ୍ବାମୀ ନରହରୀ ଭୋଇ ରାଗିଯାଇ ସ୍ତ୍ରୀ ବୈଶାଖି ଭୋଇ ଙ୍କ ତଣ୍ଟି କୁ ଚିପି ମାରି ଦେଇଛନ୍ତି । ଏହି ଖବର ଜାଣିବା ପରେ କୋମନା ଥାନା ଅଧିକାରୀ କାଣ୍ଡେତରା ଗାଁ କୁ ଯାଇ ଶବ କୁ ଜବତ କରି ଅଭିଯୁକ୍ତ ନରହରୀ ଭୋଇ କୁ ଗିରଫ କରି ଥିବାବେଳେ ସାଇନଟିଫିକ ଟିମ ଡକାଇ ହତ୍ୟା ଘଟଣା ର ତଦନ୍ତ ଚାଲିଛି ।
previous post