ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ଼ ରେ ରାଜ୍ୟ ସ୍ତରୀୟ ବାର୍ଷିକ ପ୍ରତିଯୋଗିତା ଅନୁଷ୍ଠିତ

ଜୁନାଗଡ଼ ରେ ରାଜ୍ୟ ସ୍ତରୀୟ ବାର୍ଷିକ ପ୍ରତିଯୋଗିତା ଅନୁଷ୍ଠିତ

ଜୁନାଗଡ଼ ୧୫/୯ ( ମ ନି ସ ) ଜୁନାଗଡ଼ ସ୍ଥିତ ଲଙ୍କେଶ୍ୱରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ ସମ୍ବାଦ ଆମ ଓଡ଼ିଶା ପକ୍ଷରୁ ରାଜ୍ୟ ସ୍ତରୀୟ ଚିତ୍ରାଙ୍କନ ,ହସ୍ତାକ୍ଷର , ଭାଷାଜ୍ଞାନ ଓ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।ଏହି ପ୍ରତିଯୋଗିତାରେ ବ୍ଲକର ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରି ଥିଲେ ।ଏହି ପରୀକ୍ଷାରେ ପ୍ରାୟତଃ ୩ ଶହରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରି ଥିଲେ । ଏଥିରେ ଜୁନାଗଡ଼ ବ୍ଲକ ପ୍ରତିନିଧି ସୁନ୍ଦର ମୋହନ ଛ ତ୍ରିଆ ଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା ।ଏଥିରେ ଶିକ୍ଷକ ଚମରୁ ଲାଲ ପ।ଢ଼ି , ସନ୍ତୋଷ କୁମାର ମେହେର ,ଧୀରେନ୍ଦ୍ର ମେହେର ,ରାଜକିଶୋର ସାହୁ ,ଲଷ୍ମୀ ଧର ମେହେର ,ମାନସ ସେଠି ,ଗୋପାଳ ପାତ୍ର ,କାଳୁ ଚନ୍ଦ୍ର ମହାରଣା ,ସମରେନ୍ଦ୍ର ଶେଖର ଦାସ ,ଲଳିତ ମୋହନ ନେଗି ,ନିଲ।ଞ୍ଚଳ ନାଗ ,ସୁନୀଲ କୁମାର ଦାସ ,ରୋହିତ ନାଗ ,ଶିତେଶ ପାଢ଼ୀ ,ଲିନା ରାଣୀ ସାହୁ ,ମମତା ସିହ୍ନା ,ଅଜିତ କୁମାର ସିଂ , ଦିନେଶ ପଣ୍ଡା , ପ୍ରତାପ ମଳିକ ପ୍ରମୁଖ ଉପସ୍ଥିତ ରହି ପରୀକ୍ଷାର ମୁଖ୍ୟ ଦାୟିତ୍ୱ ଗ୍ରହଣ କରିଥିଲେ । ପରେ ପୁରସ୍କାର ବିତରଣ ଉତ୍ସବ ର ଆୟୋଜନ କରାଯାଇଥିଲା ।ଏଥିରେ ଲଙ୍କେଶ୍ୱରୀ ବାଳିକା ବିଦ୍ୟାଳୟ ର ଶିକ୍ଷକ ଚମରୁ ଲାଲ ପ।ଢ଼ି ଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ସମ୍ବାଦ ସାହିତ୍ୟ ଘରର ସଭାପତି ଅଶୋକ ପଟ୍ଟନାୟକ ମୁଖ୍ୟ ଅତିଥି ,ସମାଜସେବୀ ଉଦ୍ଧବ ଚରଣ ସାହୁ ମୁଖ୍ୟ ବକ୍ତା ଏବଂ ସମ୍ମାନିତ ଅତିଥି ଭାବେ ଶିକ୍ଷକ ଧୀରେନ୍ଦ୍ର ମେହେର ,ଲଷ୍ମୀ ଧର ମେହେର ,ଜୁନାଗଡ଼ କାଉନସିଲର ସଚିନ ଅନ୍ଧ।ନୀ ,କବିୟତ୍ରୀ ପଲ୍ଲବୀ ଦାସ , ସାମ୍ବାଦିକ ସନ୍ତୋଷ କୁମାର ସିଂ ଦେଓ , ନରେନ୍ଦ୍ର କ୍ଷିତି ,ରଜନୀ ମିଶ୍ର ,ରବି ସୁନାନୀ ,ନିରଞ୍ଜନ ସାହାଣୀ ,ଲିନା ରାଣୀ ସାହୁ ପ୍ରମୁଖ ଯୋଗ ଦାନ କରି ସମ୍ବାଦ ଆମ ଓଡ଼ିଶାର ଏହି ବାର୍ଷିକ ପ୍ରତିଯୋଗିତାକୁ ସ୍ୱାଗତ ଯୋଗ୍ୟ କାର୍ଯ୍ୟକ୍ରମ ବୋଲି ମତ ବ୍ୟକ୍ତ କରିଥିଲେ । ଚିତ୍ରାଙ୍କନ ପ୍ରତିଯୋଗିତାରେ ଜୁନାଗଡ଼ ଇଂଲିଶ ସ୍କୁଲର ପ୍ରଥମ ଶ୍ରେଣୀ ଛାତ୍ରୀ ସୁଚେତା ଦଣ୍ଡ ସେନା ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ପୁଣି ଇଂଲିଶ ସ୍କୁଲର ତୃତୀୟ ଶ୍ରେଣୀର ଛାତ୍ର ଅୟନ କୁମାର ପାଢ଼ୀ ଦୁତୀୟ ସ୍ଥାନ ଅଧିକାର କରିଛନ୍ତି ।ସେହି ପରି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର କୋଳି ଗାଁ ପଞ୍ଚମ ଶ୍ରେଣୀର ଛାତ୍ର ଲକ୍ସ ମନ ମାଝି ତୃତୀୟ ସ୍ଥାନ ଅଧିକାର କରିଥିଲେ ।ଓଡ଼ିଆ ହସ୍ତାକ୍ଷରରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଚିଲିଗୁଡ଼ା ର ସପ୍ତମ ଶ୍ରେଣୀର ଛାତ୍ରୀ ବାରୁଣୀ ପଟେଲ ପ୍ରଥମ ,ସରକାରୀ ଉଚ୍ଚ ବିଦ୍ୟାଳୟ ଜୁନାଗଡ଼ ସପ୍ତମ ଶ୍ରେଣୀ ଛାତ୍ରୀ ନବନ୍ୟା ଗହୀର ଦୁତୀୟ ,ସରସ୍ୱତୀ ଶିଶୁ ବିଦ୍ୟ।ମନ୍ଦିର ଜୁନାଗଡ଼ ଷଷ୍ଠ ଶ୍ରେଣୀ ଛାତ୍ରୀ ଅ।ଦ୍ୟ।ଶ୍ରୀ ପାତ୍ର ତୃତୀୟ ସ୍ଥାନ ଅଧିକାର କରିଥିଲେ ।ସେହିପରି ଭାଷାଜ୍ଞାନ ଓ ପ୍ରବନ୍ଦ ପ୍ରତିଯୋଗିତାରେ ଲଙ୍କେଶ୍ୱରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ଦଶମ ଶ୍ରେଣୀ ଛାତ୍ରୀ ସୁନେଲି ଡା କୁଆ ପ୍ରଥମ ,ନୀଳ ମାଧବ ସରକାରୀ ଉଚ୍ଚ ବିଦ୍ୟାଳୟ ଚିଲିଗୁଡାର ଦଶମ ଶ୍ରେଣୀ ଛାତ୍ରୀ ବର୍ଷା ରାଣୀ ନିଆଲ ଦୁତୀୟ ଏବଂ ସ୍ନେହା ଶ୍ରୀ ନ।ଏକ ତୃତୀୟ ସ୍ଥାନ ଅଧିକାର କରି ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ ହୋଇଥିଲେ ।କାର୍ଯ୍ୟକ୍ରମ ରେ କୁରୁଗୁଡା ଏ ସ ଏ ସ ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ସନ୍ତୋଷ କୁମାର ମେହେର ମଞ୍ଚ ପରି ଚାଳନା କରିଥିଲେ ।ଏଥିରେ ଅଜାମ୍ବର ନ।ଏକ ,କ୍ଷମା ଶିଳା ଛ ତ୍ରିଆ ,ଅବିନାଶ ସେଠି , ଅଶୋକ କୁମାର ପୁରୋହିତ ପ୍ରମୁଖ ସହଯୋଗ କରିଥିଲେ ।କାର୍ଯ୍ୟକ୍ରମ ରେ ଧନ୍ୟବାଦ ଅର୍ପଣ କରିଥିଲେ ଶିକ୍ଷୟତ୍ରୀ ଲିନା ରାଣୀ ଦାସ ।

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ସାପ କାମୁଡାରେ ଅଙ୍ଗନୱାଡ଼ି ହେଲପର ଙ୍କ ମୃତ୍ୟୁ

masiha

ସମାଜସେବୀ ବବୃ ବାହାନ ଙ୍କ ଦେହାନ୍ତ ରେ ଶୋକ ର ଛାୟା

Sunil Chandra Nayak

ମକା ଫସଲ କ୍ଷେତ୍ର ପ୍ରଦର୍ଶନ କାର୍ଯ୍ୟକ୍ରମ 

Sunil Chandra Nayak

Leave a Comment

error: Content is protected !!