କାବ୍ୟ ନାୟିକା ମୋ କାନ୍ଦେ
ମୋ ପ୍ରଣୟ ପୁଷ୍ପଦ୍ୟାନେ ପ୍ରେମ ବଢେ
ପ୍ରିଟୋନିଆ ପରି
ମୋ ସ୍ଵପ୍ନର ସୂତା ଖିଅ ଲମ୍ବି ଆସେ
ସାଙ୍ଗ ସାଥି ଧରି ।
ଗୁଡେଇ ଦିଏ ମୋ ମନ ଦିନୁ ଦିନ
ଆନାକୋଣ୍ଡା ପ୍ରାୟ
ଅବିଶ୍ୱାସ ଏ ବିଶ୍ଵାସ ନିଶ୍ଵାସରେ
ଆସୁନି ପ୍ରତୟ ।
କାବ୍ୟ ନାୟିକା ମୋ କାନ୍ଦେ କୁଆଁ ତାରା
କୁଆଁରୀ ଆଖିରେ
ହରେଇ ଦେଇଛି ହୃଦ ହଡ଼ସନ
ନଦୀ ଉପାନ୍ତରେ ।
ତା ପାପୁଲି ପୂଣ୍ୟରେଖା ପୋତି ହୁଏ
ପ୍ରୀତି ଗଙ୍ଗା କୂଳେ
ତା ଭାଗ୍ୟ ଭୂଗୋଳ ଭାସିଯାଏ
ଆମାଜନ ଜଳେ ।
ଅପର୍ଯ୍ୟାପ୍ତ ଅପେକ୍ଷାରେ ଅଧୁରା ତା
ପ୍ରଣୟ ପିପାସା
ଅଭିଶାପ ଆଶଙ୍କାରେ ଅଭିସାର
କଳ୍ପନା ନିରାଶା ।
କଙ୍ଗାଳୀ ଚରଣ ସେଠୀ