ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଙ୍ଗାଳୀ ଚରଣ ସେଠୀ ଙ୍କ କବିତା କାବ୍ୟ ନାୟିକା ମୋ କାନ୍ଦେ

କାବ୍ୟ ନାୟିକା ମୋ କାନ୍ଦେ

ମୋ ପ୍ରଣୟ ପୁଷ୍ପଦ୍ୟାନେ ପ୍ରେମ ବଢେ

    ପ୍ରିଟୋନିଆ ପରି

ମୋ ସ୍ଵପ୍ନର ସୂତା ଖିଅ ଲମ୍ବି ଆସେ

    ସାଙ୍ଗ ସାଥି ଧରି ।

ଗୁଡେଇ ଦିଏ ମୋ ମନ ଦିନୁ ଦିନ

    ଆନାକୋଣ୍ଡା ପ୍ରାୟ

ଅବିଶ୍ୱାସ ଏ ବିଶ୍ଵାସ ନିଶ୍ଵାସରେ

     ଆସୁନି ପ୍ରତୟ । 

କାବ୍ୟ ନାୟିକା ମୋ କାନ୍ଦେ କୁଆଁ ତାରା

    କୁଆଁରୀ ଆଖିରେ

ହରେଇ ଦେଇଛି ହୃଦ ହଡ଼ସନ

    ନଦୀ ଉପାନ୍ତରେ ।

ତା ପାପୁଲି ପୂଣ୍ୟରେଖା ପୋତି ହୁଏ

     ପ୍ରୀତି ଗଙ୍ଗା କୂଳେ

ତା ଭାଗ୍ୟ ଭୂଗୋଳ ଭାସିଯାଏ

     ଆମାଜନ ଜଳେ ।

ଅପର୍ଯ୍ୟାପ୍ତ ଅପେକ୍ଷାରେ ଅଧୁରା ତା

    ପ୍ରଣୟ ପିପାସା

ଅଭିଶାପ ଆଶଙ୍କାରେ ଅଭିସାର

   କଳ୍ପନା ନିରାଶା ।

 

କଙ୍ଗାଳୀ ଚରଣ ସେଠୀ

    

Related posts

ମିଳିତ ପ୍ରାଥମିକ ଶିକ୍ଷକ ମଞ୍ଚର ବିକ୍ଷୋଭ ପ୍ରଦର୍ଶନ ଓ ସାଧାରଣ ସଭା

Sunil Chandra Nayak

ଥୁଆମୂଳ ରାମପୁର ବ୍ଳକରେ ଆଶାର ଆଲୋକ ଭାବରେ ଦଣ୍ତାୟ ମାନ ଚାଞ୍ଚେର ମାଝୀ

Sunil Chandra Nayak

ଦଣ୍ଡପାଟ ଘାଟିମୁଣ୍ଡିଆଣୀ ସର୍ବ ମଙ୍ଗଳାଙ୍କ ବାର୍ଷିକ ଦଶରା ଆରମ୍ଭ

Sunil Chandra Nayak

Leave a Comment

error: Content is protected !!