ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆମ ସଂସ୍କୃତି ଆମ ଖେଳନା ଓ ବାର୍ଷିକ ଉତ୍ସବ ପାଳନ

ଆମ ସଂସ୍କୃତି ଆମ ଖେଳନା ଓ ବାର୍ଷିକ ଉତ୍ସବ ପାଳନ

କର୍ଲାମୁଣ୍ଡା: କର୍ଲାମୁଣ୍ଡା ବ୍ଲକ ରେଗେଡା ସରକାରୀ ଜଗଦୀଶ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରାଙ୍ଗଣ ଠାରେ ଆମ ସଂସ୍କୃତି ଆମ ଖେଳନା ଓ ବାର୍ଷିକ ଉତ୍ସବ ପାଳନ ହୋଇ ଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ଖିରସାଗର ସାହୁ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ସରପଞ୍ଚ ଶ୍ରୀମତୀ ଦୀପ୍ତି ରାଣୀ ସାହୁ, ରେଗେଡା ହାଇସ୍କୁଲ ପ୍ରଧାନ ଶିକ୍ଷକ ଶୈଳେନ୍ଦ୍ର ନାଏକ, ସିଆରସିସି ପ୍ରଭାବ ରଞ୍ଜନ ବନଛୋର, ରୀନା ସାହୁ, ଶାମୁକା ମିଶ୍ର, ରାତ୍ର ମିର୍ଦ୍ଧା, ରାଜୀବ ସାହୁ ପ୍ରମୁଖ ଅତିଥି ଭାବେ ଉପସ୍ଥିତ ରହିଥିଲେ l ଏଥିରେ ପାର୍ଥବା ସାହୁ, ଯୁଗଳ ଚୌଧୁରୀ, ଜିତେନ୍ଦ୍ର ପଣ୍ଡା, କୁଞ୍ଜ ବିହାରୀ ପଟ୍ଟନାୟକଙ୍କ ସହଯୋଗ ରେ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା l ଏହି ଅବସରରେ ପ୍ରତିଯୋଗିତା ରେ କୃତିତ୍ୱ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କାର ବଣ୍ଟନ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ଈଶ୍ୱର ମହାକୁର ମଞ୍ଚ ପରିଚାଳନା କରିଥିବା ବେଳେ ସୁମନ୍ତ ସାହୁ ଉପସ୍ଥିତ ସମସ୍ତ କର୍ମକର୍ତ୍ତା ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ଵାସିଙ୍ଗୀରେ ମା’ ମନସା ଦେବୀଙ୍କ ପୂଜା ଓ ଘଟ ଶୋଭାଯାତ୍ରା

Sunil Chandra Nayak

ଗୋତୋମୁଣ୍ଡା – ଦହିମାଲ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ, ଦୁଇ ଜିଲ୍ଲା ମଧ୍ୟରେ ଯୋଡିବ ସମ୍ପର୍କର ସେତୁ

masiha

ବିଭାଗୀୟ ସମ୍ବନ୍ଧୀୟ ସ୍ଥାୟୀ କମିଟି-୭ ର ସଦସ୍ୟ ରୂପେ ବିଧାୟକ ଦୁର୍ଗା ଚରଣ ତନ୍ତୀ ମନୋନୀତ ହୋଇ ଥିବାରୁ ଜିଲ୍ଲା ତରଫରୁ ସ୍ଵାଗତ ଓ ଅଭିନନ୍ଦନ

masiha

Leave a Comment

error: Content is protected !!