ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ପଳାସ ସରପଞ୍ଚ ଙ୍କୁ ମାଡ଼ ଅଭିଯୋଗ, ଥାନାରେ ମାମଲା

ପଳାସ ସରପଞ୍ଚ ଙ୍କୁ ମାଡ଼ ଅଭିଯୋଗ, ଥାନାରେ ମାମଲା 

ଜୁନାଗଡ଼୨୯/୧୧ (ମନୀ ସ )କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ପଳାସ ପଂଚାୟତ ର ସରପଞ୍ଚ ପ୍ରଭାକର ସେଠି ଙ୍କୁ ମଥୁରା ଗ୍ରାମ ର କିଛି ଯୁବକ ମାଡ଼ ମାରି ଥିବା ଅଭିଯୋଗ ହୋଇଅଛି l ଏ ସଂକ୍ରାନ୍ତରେ ସରପଞ୍ଚ ଜୁନାଗଡ଼ ଥାନା ରେ ଏକ ଲିଖିତ ଅଭିଯୋଗ କରିଛନ୍ତି l ଏନେଇ ଜୁନାଗଡ଼ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚାଲୁ ରଖିଛିl ସୂଚନା ମତେ ପଳାସ ସରପଞ୍ଚ ପ୍ରଭାକର ସେଠି କୌଣସି ଏକ କାମ ରେ ମହିଚଳା ଗ୍ରାମ କୁ ଯାଉଥିବା ବେଳେ ଗୌଡ଼ ସର୍ଗିଗୁଡା ଛକ ନିକଟରେ ମଥୁରା ଗ୍ରାମର କିଛି ଯୁବକ ଜବରଦସ୍ତି ଅଟକାଇ ବାଇକ ରେ ଆଣି ମଥୁରା ଢ଼ାବା ନିକଟରେ ଓଲ୍ହାଇ ତାଙ୍କୁ ଜାତିଆଣ ଆକ୍ଷେପ କରିବା ସହ ଅଶ୍ଳୀଳ ଭାଷା ରେ ଗାଳିଗୁଲଜ କରି ସଙ୍ଗବଦ୍ଧ ହୋଇ ମାଡ଼ ମାରିଥିଲେ l ଏ ସଂକ୍ରାନ୍ତ ରେ ଜୁନାଗଡ଼ ଥାନା ରେ ସରପଞ୍ଚ ସେଠି ଙ୍କ ତରଫରୁ ଏକ ଲିଖିତ ଅଭିଯୋଗ ହୋଇଅଛି l ଏନେଇ ଜୁନାଗଡ଼ ପୋଲିସ ଭାରତୀୟ ନ୍ୟାୟ ସଂହିତା ଦଫା ୧୨୬/୨, ୨୯୬, ୧୧୫/୨, ୩୫୧/୨, ୩/୫ଏଟ୍ରୋସିଟି ଆକ୍ଟ ୩/୧ଆର, ୩/୧ଏସ, ୩/୨ଭି ଏ ର ମାମଲା ରୁଜୁ କରି ତଦନ୍ତ ପ୍ରକ୍ରିୟା ଚାଲୁରଖିଛନ୍ତି l ଅନ୍ୟ ପକ୍ଷରେ ଅଭିଯୁକ୍ତ ମାନଙ୍କ ପକ୍ଷରୁ ଏକ ପାଲଟା ଅଭିଯୋଗ କରିଥିବା ଜୁନାଗଡ଼ ଥାନା ଅଧିକାରୀ ଶେଷଦେବ ବେହେରା ପ୍ରକାଶ କରିଛନ୍ତି l ଅଭିଯୋଗକାରି ଜଣେ ନିର୍ବାଚିତ ଜନପ୍ରତିନିଧି ହୋଇଥିବା ବେଳେ ନିକଟରେ ମଧ୍ୟ ସଦର ବିଧାୟକ ଙ୍କୁ ମଧ୍ୟ ହତ୍ୟା ଧମକ ହୋଇଥିବା ଅଭିଯୋଗ ହୋଇଥିଲା l ଯାହା ଫଳରେ କଳାହାଣ୍ଡି ରେ ବିପର୍ଯସ୍ତ ଆଇନ ଶୃଙ୍ଖଳା କୁ ନେଇ ଆଙ୍ଗୁଳି ନିର୍ଦେଶ ହେଉଛି l ଏଣୁ ଏଇ ଘଟଣା କୁ ନେଇ ବିଭିନ୍ନ ସଂଗଠନ ପକ୍ଷରୁ ଦୃଢ଼ ନିନ୍ଦା କରିବା ସହ ଜିଲ୍ଲା ପୋଲିସ ପ୍ରଶାସନ ଏଥିନେଇ ଯତ୍ନବାନ ହେବାକୁ ଦାବୀ ହେଉଛି l 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ତିରିଂ ଥାନା ! ବଡଡାଳିମାରେ ଟ୍ରକ ଏବଂ ବୋଲେରୋ ଧକ୍କା ; ବୋଲେରୋ ଡ଼୍ରାଇଭର ମୃତ

Sunil Chandra Nayak

ଖଡ଼ିଆଳ ପୋଲିସକୁ ବଡ଼ ସଫଳତା

Sunil Chandra Nayak

ଅଜଣା ଟ୍ରକ ଘୋଷାରି ମାରିଲା ବାଇକ ଆରୋହୀ ଙ୍କୁ, ଘଟଣା ସ୍ଥଳରେ ଉତ୍ତେଜନା

masiha

Leave a Comment

error: Content is protected !!