ରାଉରକେଲା/ କ୍ରୀଡା,ସାଂସ୍କୃତିକ, ସାମାଜିକ ଏବଂ ବୌଦ୍ଧିକତା କୁ ପ୍ରୋତ୍ସାହନ ଦେବା ପାଇଁ ନୂତନ କରି ଗଠନ ହୋଇଥିବା ” ସେୟାର “ଅନୁଷ୍ଠାନ ର ସ୍ବନକ୍ଷତ୍ର ଦିବସ ବସ୍ତିଆ ମେମୋରିଆଲ ଟ୍ରଷ୍ଟ ଠାରେ ପାଳିତ ହୋଇଯାଇଛି। ଅନୁଷ୍ଠାନର ଅଧ୍ୟକ୍ଷ ସରୋଜ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତା ଓ ନିଖିଳ କଳାକାର ପ୍ରଧାନଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଆରଏସପି ର ମହାପ୍ରବନ୍ଧକ ଗିରିଜା ଶଙ୍କର ଦାସ ମୁଖ୍ୟ ଅତିଥି,କ୍ଲିନ୍ ଆଣ୍ଡ ଗ୍ରୀନ୍ ର ସାଧାରଣ ସଂପାଦକ ପ୍ରଦୀପ କୁମାର ଦାସ ଓ ବସ୍ତିଆ ମେମୋରିଆଲ ଟ୍ରଷ୍ଟ ର ନିର୍ଦ୍ଦେଶକ ଗୌତମ ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ କହିଲେ ଯେ ସେୟାର ନିଜର ସାମାଜିକ ଦାୟିତ୍ୱବୋଧ ଓ ପ୍ରତିବଦ୍ଧତା ବଜାୟ ରଖିବା ସହ ଆଗାମୀ ଦିନରେ ନିଜର କର୍ମ ପାଇଁ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବ ବୋଲି ଆଶା ବ୍ୟକ୍ତ କରିଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ସର୍ବଶ୍ରୀ ସଂଜୟ ବାବୁଟା,ଦେବଦତ୍ତ ଜେନା, ସବ୍ୟସାଚୀ ଧଳ,ସଂକେତ ବାଗାଡିଆ, ସସ୍ମିତା ଦାସ,ସତ୍ୟାନନ୍ଦ ବେହେରା, କୁଂଜବିହାରୀ ରାଉତ,ସଞ୍ଜୟ ସାହୁ,ଅନନ୍ତ ପଟ୍ଟନାୟକ,ପୁଷ୍ପାଞ୍ଜଳୀ ମିଶ୍ର,ପ୍ରକାଶ ମହାକୁଡ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହାସହ ସ୍ବର ସଂଗମ କୁ ମଧ୍ୟ ଅତିଥିମାନେ ଉନ୍ମୋଚନ କରିଥିଲେ। ପ୍ରାରମ୍ଭରେ ପ୍ରିୟାଶ୍ରୀ ନାୟକ ନୃତ୍ୟ ପରିବେଷଣ କରିଥିବା ବେଳେ ସେୟାର ଟ୍ରଷ୍ଟର ନିର୍ଦ୍ଦେଶକ ସର୍ବଶ୍ରୀ ସଚ୍ଚିଦାନନ୍ଦ ପରିଡା,ଦିଲୀପ ପରିଡା,ହେମନ୍ତ ଛୁରା ପ୍ରମୁଖ ଉପସ୍ଥିତ ଥିଲେ। ସେୟାନୀ ପଟ୍ଟନାୟକ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବା ବେଳେ ଅଧ୍ୟକ୍ଷ ଶ୍ରୀ ମହାନ୍ତି ଅନୁଷ୍ଠାନର ଆଭିମୁଖ୍ଯ ସଂପର୍କରେ ବକ୍ତବ୍ଯ ରଖିବା ସହ ଆଗାମୀ ଦିନରେ ସମସ୍ତଙ୍କ ସହଯୋଗ ଲୋଡିଥିଲେ। ଟ୍ରଷ୍ଟି ଦିଲିପ ପରିଡା ସ୍ବରସଂଗମ ସଂପର୍କରେ ସମ୍ୟକ ସୂଚନା ପ୍ରଦାନ କରିଥିବା ବେଳେ ଟ୍ରଷ୍ଟି ସଚ୍ଚିଦାନନ୍ଦ ପରିଡା ଧନ୍ୟବାଦ ଅର୍ପଣ କରିଥିଲେ।
ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ।