ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରକାରୀ ପ୍ରାଥମିକ ବିଦ୍ୟାଳୟ କନର୍ଲାର ପ୍ରଧାନଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ସରକାରୀ ପ୍ରାଥମିକ ବିଦ୍ୟାଳୟ କନର୍ଲାର ପ୍ରଧାନଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ଭବାନୀପାଟଣା, ୦୧।୦୫ (ମ ନି ସ) ଲାଞ୍ଜିଗଡ଼ ବ୍ଲକ ଭଟାଙ୍ଗପଦର କ୍ଲଷ୍ଟର ସରକାରୀ ପ୍ରାଥମିକ ବିଦ୍ୟାଳୟ କନର୍ଲାର ପ୍ରଧାନଶିକ୍ଷକ ଆଦିତ୍ୟ କୁମାର ପଣ୍ଡାଙ୍କ ଉଦ୍ଧେଶ୍ୟରେ କନର୍ଲା ଠାରେ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି।ପ୍ରଧାନଶିକ୍ଷକ ଶ୍ରୀ ପଣ୍ଡା ପୂର୍ବରୁ ଦୁଇଥର ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଛନ୍ତି। ଭଟାଙ୍ଗପଦର ଗ୍ରା.ପ. ଏବଂ କନର୍ଲା ଗ୍ରାମବାସୀଙ୍କ ମିଳିତ ଉଦ୍ୟମ କ୍ରମେ କନର୍ଲା ଗ୍ରାମରେ ଅନୁଷ୍ଠିତ ହୋଇଥିବା ଏହି ସଭାରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ, ଲାଞ୍ଜିଗଡ଼ ଋଷିଆ ମେହେର, ମୁଖ୍ୟ ବକ୍ତା ଭାବେ ବିଶିଷ୍ଠ ସାହିତ୍ୟିକ ଡ. ଦାଶରଥି ଆଚାର୍ଯ୍ୟ, ସମ୍ମାନିତ ଅତିଥି ଭାବେ ଡି ଆଇ ଇ ଟି ଭବାନୀପାଟଣା ଈଶ୍ଵରଚନ୍ଦ୍ର ବେହେରା, ଏ.ବି.ଇ.ଓ. ସୁଢଳଦେବ ମୁଣ୍ଡ, ଏ.ବି.ଇ.ଓ. ଭାରତ ଭୂଷଣ ସାହୁ, ହରିଶଙ୍କର ପାତ୍ର, ଝସକେତନ ପ୍ରଧାନ, ଭଟାଙ୍ଗପଦର ସରପଞ୍ଚ ଶ୍ରୀମତୀ ଦସମି ମାଝୀ, ସମିତିସଭ୍ଯ ରୂପେନ୍ଦ୍ର ଛତ୍ରିଆ, ପି.ଇ.ଓ ସୁଧାଂଶୁ ମାଝୀ, ସି.ଆର୍.ସି.ସି ମନୋଜ କୁମାର ସାହୁ, ଜନାର୍ଦ୍ଦନ ମାଝୀ, ଶିବ ପ୍ରସାଦ ସାମଲ, ଜଗନ୍ନାଥ ତ୍ରିପାଠୀ, ପ୍ରମୁଖ ଉପସ୍ଥିତ ଥିଲେ । ରାଜ୍ୟ ସି ଟି ସଂଘ ସଭାପତି ପ୍ରଦୀପ କୁମାର ସାହୁ ସଭାପତିତ୍ୱ କରିଥିଲେ । ପ୍ରଜ୍ଞା ପ୍ରିୟଦର୍ଶିନୀ ଶତପଥୀ ମଞ୍ଚ ପରିଚାଳନା କରିଥିଲେ ।

Related posts

ଧରାକୋଟ ରେ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

କେଶବଚନ୍ଦ୍ର ପାଣିଗ୍ରାହୀଙ୍କ ଦେହାନ୍ତରେ ସୀମାନ୍ତ ମହାବିଦ୍ୟାଳୟରେ ଶୋକସଭା

masiha

ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି” -୨୦୨୫ କାର୍ଯ୍ୟକ୍ରମ 

Sunil Chandra Nayak

Leave a Comment

error: Content is protected !!