ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଧାୟକ ଦୁର୍ଗାଙ୍କ ଉପସ୍ଥିତିରେ ତିଲକାନଗର ବସ୍ତି ଅଞ୍ଚଳରେ ସଫେଇ କାର୍ଯ୍ୟକ୍ରମ

ବିଧାୟକ ଦୁର୍ଗାଙ୍କ ଉପସ୍ଥିତିରେ ତିଲକାନଗର ବସ୍ତି ଅଞ୍ଚଳରେ ସଫେଇ କାର୍ଯ୍ୟକ୍ରମ

ରାଉରକେଲା : ରଘୁନାଥପଲ୍ଲୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ଥିବା ତଥା ମହାନଗର ନିଗମ ଅନ୍ତର୍ଗତ ତିଲକାନଗର ବସ୍ତିରେ ଥିବା ନାଳ ଓ ନର୍ଦମା ଗୁଡିକ ଦୀର୍ଘ ଦିନ ଧରି ସଫା ହୋଇନଥିବାରୁ ଅଳିଆ ଓ ଆବର୍ଜନା ଭର୍ତ୍ତି ହୋଇ ସବୁ ନାଳ ଗୁଡିକ ପୋତି ହୋଇ ଯାଇଥିଲା । ଫଳରେ ବର୍ଯ୍ୟ ଜଳ ନିଷ୍କାସନ ପାଇଁ ନାହିଁ ନ ଥିବା ଅସୁବିଧା ହେଉଥିଲା । ଏ ସମ୍ବନ୍ଧରେ ଖବରପାଇ ରଘୁନାଥପଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ ଅଞ୍ଚଳ ପରିଦର୍ଶନ କରି ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବା ପାଇଁ ରାଉରକେଲା ମହାନଗର ନିଗମ ଅଧିକାରୀ ମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଫଳରେ ଆଜି ସ୍ୱୟଂ ବିଧାୟକ ଦୁର୍ଗା ଚରଣ ତନ୍ତୀଙ୍କ ଉପସ୍ଥିତିରେ ଏବଂ ମହାନଗର ନିଗମ କମିଶନର ଦିନା ଦାସ୍ତିଦାର,ଯୁଗ୍ମ କମିଶନର ପଲ୍ଲବୀ ନାୟକ, ଡେପୁଟି କମିଶନର ଅନିତା ନାୟକ ପ୍ରମୁଖଙ୍କ ପ୍ରତକ୍ଷ ତତ୍ୱାବଧାନରେ ଉକ୍ତ ଅଞ୍ଚଳରେ ସଫେଇ କାର୍ଯ୍ୟ ସମ୍ପର୍ଣ୍ଣ ହୋଇଥିଲା । ଏହି ସଫେଇ କାର୍ଯ୍ୟକ୍ରମରେ ବିଜେପି ନେତ୍ରୀ ଶ୍ରୀମତୀ ଲତିକା ପଟ୍ଟନାୟକ, ରଞ୍ଜିତ ନାୟକ, ମାଣିକ ଚୌଧୁରୀ, ରଞ୍ଜିତା କିସପଟ୍ଟା,ସବିତା ସିଂ,ନିରଞ୍ଜନ ପଟେଲଙ୍କ ସମେତ ବହୁ କର୍ମୀ ଓ ନେତା ଉପସ୍ଥିତ ଥିଲେ ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ମୁଡିଂ ଠାରେ ପଞ୍ଚାୟତ ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ

masiha

ସମାଜସେବୀ ଦ୍ୱାରା ଡାଳିମ୍ବଦେଇ ମହାବିଦ୍ୟାଳୟ କୁ ଭିବିନ୍ନ ଉପକରଣ ବଣ୍ଟନ 

masiha

ରାୟଗଡ଼ା ଜିଲ୍ଲା ଭାରତୀୟ ମଜଦୁର ସଂଘ ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ

masiha

Leave a Comment

error: Content is protected !!