ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଦିନ ଦ୍ୱିପ୍ରହରରେ ସଶସ୍ତ୍ର ଲୁଟ୍ ଉଦ୍ୟମ: ୫ ଲୁଟେରାଙ୍କୁ କାବୁ କରି ପୋଲିସକୁ ଜିମା ଦେଲେ ଗ୍ରାମବାସୀ

ଦିନ ଦ୍ୱିପ୍ରହରରେ ସଶସ୍ତ୍ର ଲୁଟ୍ ଉଦ୍ୟମ: ୫ ଲୁଟେରାଙ୍କୁ କାବୁ କରି ପୋଲିସକୁ ଜିମା ଦେଲେ ଗ୍ରାମବାସୀ

 ଧର୍ମଗଡ଼ : କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ବାଙ୍କୀମୁଣ୍ଡା ଗାଁରେ ଦିନ ଦ୍ୱିପ୍ରହରରେ ବନ୍ଧୁକ ଦେଖାଇ ଲୁଟ୍ କରୁଥିବା ୫ ଜଣ ସଶସ୍ତ୍ର ଲୁଟେରାଙ୍କୁ ଗ୍ରାମବାସୀମାନେ ନିଜ ସାହସ ବଳରେ କାବୁ କରି ପୋଲିସ ହାତରେ ଜିମା ଦେଇଛନ୍ତି।ମିଳିଥିବା ସୂଚନା ଅନୁଯାୟୀ, ସୋମବାର ଦିନ ପ୍ରାୟ ୪ଟା ସମୟରେ ବାଙ୍କୀମୁଣ୍ଡା ଗାଁର ବଣ୍ଟି ତିୱାରୀଙ୍କ ଘରକୁ ଏକ କେଟିଏମ ବାଇକ୍ ଏବଂ ସ୍କୁଟିରେ ୫ ଜଣ ଲୁଟେରା ଆସିଥିଲେ। ସେମାନେ ହଠାତ୍ ଘର ଭିତରକୁ ପଶି ବଣ୍ଟିଙ୍କ ସ୍ତ୍ରୀଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରିଥିଲେ। ପିନ୍ଧିଥିବା ସମସ୍ତ ସୁନା ଗହଣା ଖୋଲି ଦେବାକୁ ସେମାନେ ଧମକ ଦେଇଥିଲେ। ଏହି ସମୟରେ ବଣ୍ଟି ତିୱାରୀ ସେଠାରେ ପହଞ୍ଚିବାରୁ, ଲୁଟେରାମାନେ ତାଙ୍କ ମୁଣ୍ଡରେ ମଧ୍ୟ ବନ୍ଧୁକ ଲଗାଇ ଘରେ ଥିବା ସବୁ ସୁନା ଗହଣା ଆଣିବାକୁ କହିଥିଲେ।ତେବେ ବଣ୍ଟି ତିୱାରୀ ସାହସ ହରାଇ ନଥିଲେ। ସୁନା ଗହଣା ଆଣିବା ବାହାନାରେ ସେ ଚତୁରତାର ସହ କୌଶଳ କରି ନିଜ ମୋବାଇଲ୍‌ରୁ ଗ୍ରାମବାସୀଙ୍କୁ ଏହି ବିଷୟରେ ଫୋନ କରି ଜଣାଇଥିଲେ। ଖବର ପାଇବା ମାତ୍ରେ ଗ୍ରାମବାସୀମାନେ ଏକଜୁଟ ହୋଇ ବଣ୍ଟିଙ୍କ ଘରକୁ ଘେରି ଯାଇଥିଲେ। ସେମାନେ ନିଜ ଜୀବନକୁ ବାଜି ଲଗାଇ ୫ ଜଣଯାକ ସଶସ୍ତ୍ର ଲୁଟେରାଙ୍କୁ ଘେରି କାବୁ କରିବାରେ ସଫଳ ହୋଇଥିଲେ।ଗ୍ରାମବାସୀମାନେ ତୁରନ୍ତ ଏ ସମ୍ପର୍କରେ କୋକସରା ଥାନା ପୋଲିସକୁ ଖବର ଦେଇଥିଲେ ଏବଂ ଲୁଟେରାମାନଙ୍କୁ ପୋଲିସ ଜିମା ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ୫ ଜଣ ଲୁଟେରାଙ୍କୁ ଗିରଫ କରିବା ସହ ସେମାନଙ୍କ ଗାଡ଼ିକୁ ଜବତ କରିଛି। ବର୍ତ୍ତମାନ ସେମାନେ ପୋଲିସ ହେପାଜତରେ ଅଛନ୍ତି। ପୋଲିସ ଏହି ମାମଲାରେ ଅଧିକ ତଦନ୍ତ ଜାରି ରଖିଥିବା ବେଳେ ଏପର୍ଯ୍ୟନ୍ତ ଗିରଫ ହୋଇଥିବା ଅଭିଯୁକ୍ତମାନଙ୍କ ପରିଚୟ ସାର୍ବଜନୀନ କରିନାହିଁ। ଗ୍ରାମବାସୀଙ୍କ ଏହି ସାହସିକ ପଦକ୍ଷେପକୁ ସ୍ଥାନୀୟ ଅଞ୍ଚଳରେ ବେଶ୍ ପ୍ରଶଂସା କରାଯାଉଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…

Related posts

ହରେକୃଷ୍ଣପୁର ଭୈରବ ମନ୍ଦିରରୁ ଚୋରି ଅଭିଯୋଗ 

masiha

ଲକ୍ଷ୍ମୀପୁର ବ୍ଲକରେ ଗୋଟିଏ ପରେ ଗୋଟିଏ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି , ଆଜି ଜଣେ ଗର୍ଭବତୀ ମହିଳା ବେକରେ ରସି ଲଗାଇ ଆତ୍ମହତ୍ୟା କରିଛନ୍ତି

Sunil Chandra Nayak

ଚୋରୀ ଅଭିଯୋଗରେ ୨ ଯୁବକ ଗିରଫ 

Sunil Chandra Nayak

Leave a Comment

error: Content is protected !!