ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂଆପଡ଼ାରେ ଅବକାରୀ ବିଭାଗର ସମୀକ୍ଷା ବୈଠକ ଅନୁଷ୍ଠିତ 

ନୂଆପଡ଼ାରେ ଅବକାରୀ ବିଭାଗର ସମୀକ୍ଷା ବୈଠକ ଅନୁଷ୍ଠିତ 

ନୂଆପଡ଼ା,(ସୁଜିତ କୁମାର ପ୍ରଧାନ )ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ମୁଖ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ଅବକାରୀ ବିଭାଗର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।

ପ୍ରାରମ୍ଭରେ ଜିଲ୍ଲା ଅବକାରୀ ଅଧିକ୍ଷକ ସଂଘମିତ୍ରା ପ୍ରଧାନ ଜିଲ୍ଲାରେ ଅବକାରୀ ବିଭାଗ ପକ୍ଷରୁ ଗ୍ରହଣ କରାଯାଉଥିବା ଆଇନ ପ୍ରବର୍ତ୍ତନ, ଅବୈଧ ମଦ ବିରୋଧୀ ଚଢ଼ାଉ, ରାଜସ୍ୱ ଆଦାୟ ଓ ବିଭାଗୀୟ କାର୍ଯ୍ୟଦକ୍ଷତା ସମ୍ପର୍କରେ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଥିଲେ।

ସମୀକ୍ଷାରେ ଜଣାପଡ଼ିଥିଲା ଯେ ଚଳିତ ଆର୍ଥିକ ବର୍ଷର ଜୁନ୍‌ ମାସ ଶେଷ ସୁଦ୍ଧା ଜିଲ୍ଲାରେ ୫ କୋଟି ୨୪ ଲକ୍ଷ ୨୮ ହଜାର ୨୯୪ ଟଙ୍କା ଅବକାରୀ ରାଜସ୍ୱ ସଂଗ୍ରହ ହୋଇଛି, ଯାହା ଗତବର୍ଷର ସମାନ ଅବଧି ତୁଳନାରେ ୮.୯୮ ପ୍ରତିଶତ ବୃଦ୍ଧି ପାଇଛି। ସେହିପରି ଜୁନ୍‌ ମାସ ସୁଦ୍ଧା ୪୧୭ଟି ମାମଲା ରୁଜୁ କରାଯାଇ ୨୬୪ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୧୯୫ଟି ମାମଲା ଅଦାଲତକୁ ପ୍ରେରଣ କରାଯାଇଛି। ଚଢ଼ାଉ ବେଳେ ୪,୩୬୯ ଲିଟର ଚୋରା ମଦ, ୯୭,୭୨୦ ଲିଟର ଫରମେଣ୍ଟେଡ୍ ୱାଶ, ୨,୩୭୨.୮ ବଲ୍କ ଲିଟର ଦେଶୀ ମଦ, ୨୨୭.୫୫ କ୍ୱିଣ୍ଟାଲ ମହୁଲ ଫୁଲ, ୨୬.୮ କିଲୋଗ୍ରାମ ଗଞ୍ଜେଇ, ଏକାଧିକ ମଦ୍ୟ ଓ ମାଦକଦ୍ରବ୍ୟ ସହ ୧୦ଟି ଚାରିଚକିଆ ଏବଂ ଗୋଟିଏ ଦୁଇଚକିଆ ଯାନ ଜବତ କରାଯାଇଥିବା ସୂଚନା ଦିଆଯାଇଥିଲା।ଜିଲ୍ଲାପାଳ ଚୋରା ମଦ ବିରୋଧରେ ନିୟମିତ ଚଢ଼ାଉ ଜୋରଦାର କରିବାକୁ ନିର୍ଦ୍ଦେଶ ଦେଇଥିଲେ।ବୈଠକରେ ଅବକାରୀ ନିରୀକ୍ଷକ ହୀରାବତୀ ଥାଟି, ସେକ୍ସନ ଅଫିସର ସୌମ୍ୟକାନ୍ତ ଓଟ୍ଟା, ଅବକାରୀ ଉପ-ନିରୀକ୍ଷକ ବୃନ୍ଦାବତୀ ଭୁଆ, ଅବକାରୀ ସହକାରୀ ଉପ-ନିରୀକ୍ଷକ ବଳଭଦ୍ର ରାଉତଙ୍କ ସମେତ ବିଭାଗର ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

Related posts

ମଦନପୁର ରାମପୁର ର ନୂତନ ରାଜା ବୁଧେନ୍ଦ୍ର ପ୍ରତାପ ଙ୍କ ଦେବାଦେବୀ ଦର୍ଶନ

masiha

ବଜ୍ରପାତରେ ଜଣେ ମୃତ

masiha

ବର୍ଷା ଋତୁ କବିଙ୍କୁ କରେ ସୃଜନ ମନସ୍କ…..

Sunil Chandra Nayak

Leave a Comment

error: Content is protected !!