ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆର୍ଯ୍ୟପଲ୍ଲୀରେ ସାମୁହିକ ସଫେଇ କାର୍ଯ୍ୟକ୍ରମ, ଝାଡୁ ଓ କୋଡ଼ି ଧରି ସଫେଇ କଲେ ଜିଲ୍ଲାପାଳ 

ଆର୍ଯ୍ୟପଲ୍ଲୀରେ ସାମୁହିକ ସଫେଇ କାର୍ଯ୍ୟକ୍ରମ, ଝାଡୁ ଓ କୋଡ଼ି ଧରି ସଫେଇ କଲେ ଜିଲ୍ଲାପାଳ 

ଛତ୍ରପୁର, ତା ୮/୯ ‘ଆମ ଗଞ୍ଜାମ, ସ୍ୱଚ୍ଛ ଗଞ୍ଜାମ’ ଅଭିଯାନ ଅନ୍ତର୍ଗତ ଗଞ୍ଜାମ ଜିଲ୍ଲାରେ ପ୍ରତ୍ୟେକ ମଙ୍ଗଳବାର ସାମୁହିକ ସଫେଇ କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ଏହି କ୍ରମରେ ଆଜି ଛତ୍ରପୁର ପୌର ପରିଷଦ ଅନ୍ତର୍ଗତ ଆର୍ଯ୍ୟପଲ୍ଲୀ ଅଞ୍ଚଳରେ ସାମୁହିକ ସଫେଇ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।

ଏହି ସଫେଇ ଅଭିଯାନରେ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନଙ୍କ ସମେତ ପ୍ରଶାସନିକ ଅଧିକାରୀ, ପୌର ଓ ବ୍ଲକ କର୍ମଚାରୀ, ସଫେଇ କର୍ମଚାରୀ ଏବଂ ସ୍ଥାନୀୟ ଅଞ୍ଚଳବାସୀ ସକ୍ରିୟ ଭାବେ ସାମିଲ ହୋଇଥିଲେ। ଜିଲ୍ଲାପାଳ ନିଜେ ହାତରେ ଝାଡୁ ଓ କୋଡ଼ି ଧରି ସଫେଇ କରିବା ସହ ସ୍ୱଚ୍ଛତା ଅଭିଯାନରେ ସମସ୍ତେ ସାମିଲ ହୋଇ ନିଜ ଅଞ୍ଚଳକୁ ସ୍ୱଚ୍ଛ ରଖିବା ପାଇଁ ଲୋକଙ୍କୁ ପ୍ରେରିତ କରିଥିଲେ।

ବାତ୍ୟା ଆଶ୍ରୟସ୍ଥଳୀ, ବିଦ୍ୟାଳୟ ପରିସର, ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖ ଅଞ୍ଚଳ, ରାସ୍ତାଘାଟ ସମେତ ବିଭିନ୍ନ ସ୍ଥାନରେ ସାମୁହିକ ଭାବେ ସଫେଇ କରାଯାଇଥିଲା। ଏଥିସହ ନିଜ ଘର ଓ ଆଖପାଖ ପରିବେଶକୁ ସ୍ୱଚ୍ଛ ରଖିବା ସହିତ ସ୍ୱଚ୍ଛତା ପ୍ରତି ଅନ୍ୟମାନଙ୍କୁ ସଚେତନ କରିବା ପାଇଁ ସମସ୍ତେ ଶପଥ ପାଠ କରିଥିଲେ।

କାର୍ଯ୍ୟକ୍ରମରେ ଛତ୍ରପୁର ବିଡିଓ ସମ୍ବିତ ସଂଗ୍ରାମଜିତ ସାହୁ, ବିପିଏମ୍‌ ମାନିନୀ ଜେନାଙ୍କ ସମେତ ବହୁ ସଫେଇ କର୍ମଚାରୀ, ମହିଳା, ବ୍ଲକ ଓ ପୌର ପରିଷଦ କର୍ମଚାରୀ ଏବଂ ସ୍ଥାନୀୟ ବାସିନ୍ଦା ଯୋଗଦେଇଥିଲେ।

ସାମୁହିକ ସଫେଇ ମାଧ୍ୟମରେ ଆର୍ଯ୍ୟପଲ୍ଲୀ ଅଞ୍ଚଳକୁ ସ୍ୱଚ୍ଛ ଓ ସୁନ୍ଦର ରଖିବା ସହ ସ୍ୱଚ୍ଛତାକୁ ଦୈନନ୍ଦିନ ଜୀବନର ଅଭିନ୍ନ ଅଂଶ କରିବା ପାଇଁ ଏହି ଅଭିଯାନ ଲୋକଙ୍କ ମଧ୍ୟରେ ସଚେତନତା ଓ ସାମୂହିକ ଦାୟିତ୍ୱବୋଧ ସୃଷ୍ଟି କରିଛି।

 

Related posts

ସାମ୍ବାଦିକଙ୍କ ମାତୃ ବିୟୋଗ 

masiha

ଫାତୁ ମେମୋରିଆଲ ଏକାଡେମୀ ଉଚ୍ଚବିଦ୍ୟାଳୟରେ ଗୁରୁ ଦିବସ ପାଳିତ

Sunil Chandra Nayak

ବିକାଶ ସମ୍ପ୍ରଦାୟ ପାଇଁ ଏକତା (SOLID) କରୁଣା ଶାନ୍ତି +2 ବିଜ୍ଞାନ ଏବଂ ଧନ୍ଦାମୂଳକ ତାଲିମ ଆବାସିକ କ୍ୟାମ୍ପସରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ

masiha

Leave a Comment

error: Content is protected !!