ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉମରକୋଟରେ ମୂର୍ତ୍ତି ଗଢ଼ିବାରେ ମଗ୍ନ କାରିଗର 

ଉମରକୋଟରେ ମୂର୍ତ୍ତି ଗଢ଼ିବାରେ ମଗ୍ନ କାରିଗର 

ଉମରକୋଟ:(୮/୯/୨୬)(ରବି ନାରାୟଣ ମହାନ୍ତି)ପବିତ୍ର ଗଣେଶ ଚତୁର୍ଥୀ ପାଇଁ ନବରଙ୍ଗପୁର ଜିଲ୍ଲା ଉମରକୋଟ ସହର ଓ ଏହାର ଆଖପାଖ ଅଞ୍ଚଳରେ ଚଳଚଞ୍ଚଳ ହୋଇଉଠିଛି ପରିବେଶ। ଅଗ୍ରପୂଜ୍ୟ ପ୍ରଭୁ ଶ୍ରୀଗଣେଶଙ୍କ ମୂର୍ତ୍ତି ନିର୍ମାଣ ପାଇଁ କାରିଗରମାନେ ଦିନରାତି ଏକ କରି କାର୍ଯ୍ୟରେ ମଗ୍ନ ରହିଛନ୍ତି।ସହରର ବିଭିନ୍ନ ଅସ୍ଥାୟୀ ମଣ୍ଡପଗୁଡ଼ିକରେ କାରିଗରମାନେ ମାଟି ଆଣିବା, କାଠି-ବାଉଁଶ ପ୍ରସ୍ତୁତ କରିବା, ଏବଂ ମୂର୍ତ୍ତିଗୁଡ଼ିକୁ ଶେଷ ସ୍ପର୍ଶ ଦେବାରେ ବ୍ୟସ୍ତ ଅଛନ୍ତି। କାହା ହାତରେ ସମୟ ନାହିଁ। ଗୋପବନ୍ଧୁ ଛକ ଠାରେ କିଛି କାରିଗର ମାଲକାନଗିରି ଠାରୁ ଆସି ବଡ଼ ମଣ୍ଡପ ପାଇଁ ବିଶାଳକାୟ ଗଣେଶ ମୂର୍ତ୍ତି ତିଆରି କରୁଥିବା ବେଳେ ଅନ୍ୟ କିଛି ଜଣ ଘରୋଇ ପୂଜା ଓ ଶିକ୍ଷାନୁଷ୍ଠାନ ପାଇଁ ଛୋଟ ଛୋଟ ମୂର୍ତ୍ତି ଗଢ଼ୁଛନ୍ତି।ଚଳିତ ବର୍ଷ ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ଅଧିକାଂଶ କାରିଗର ପ୍ଲାଷ୍ଟର ଅଫ୍ ପ୍ୟାରିସ୍ ବଦଳରେ ପାରମ୍ପରିକ ଜୈବିକ ମାଟି ଏବଂ ପ୍ରାକୃତିକ ରଙ୍ଗ ବ୍ୟବହାର କରିବାକୁ ପ୍ରାଥମିକତା ଦେଉଛନ୍ତି। ତେବେ କଞ୍ଚାମାଲ, ରଙ୍ଗ ଏବଂ ଅନ୍ୟାନ୍ୟ ସାମଗ୍ରୀର ଦରବୃଦ୍ଧି ଯୋଗୁଁ ମୂର୍ତ୍ତି ନିର୍ମାଣ ଖର୍ଚ୍ଚ ବୃଦ୍ଧି ପାଇଛି ବୋଲି କାରିଗରମାନେ ପ୍ରକାଶ କରିଛନ୍ତି।ଅନ୍ୟପଟେ, ସହରର ବିଭିନ୍ନ କ୍ଲବ, ପୂଜା କମିଟି, ଶିକ୍ଷାନୁଷ୍ଠାନ ଏବଂ ବ୍ୟବସାୟିକ ଅନୁଷ୍ଠାନଗୁଡ଼ିକରେ ମଧ୍ୟ ପ୍ରସ୍ତୁତି ପର୍ବ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଅଗ୍ରପୂଜ୍ୟଙ୍କ ଆଗମନକୁ ନେଇ ଗାଁଠୁ ସହର ସବୁଠି ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଛି।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଜିଲ୍ଲା ଆଇନସେବା ପ୍ରାଧିକରଣ ରାୟଗଡା ଦ୍ୱାରା ଆଇନ ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

ବିନା ପ୍ରଚାର ପ୍ରସାର ରେ ସରିଲା ଗୋଲାମୁଣ୍ଡା ବ୍ଳକ ସ୍ତରୀୟ ଶିଶୁ ମହୋତ୍ସବ

masiha

ନର୍ଲା ବିଧାୟକଙ୍କ ଅପାରଗତାର ପରିଚୟ ପଦାରେ ପଡିଲା

Sunil Chandra Nayak

Leave a Comment

error: Content is protected !!