ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲୁଆକେରା ଉଚ୍ଚ ବିଦ୍ୟାଳୟରେ ସେବା ସଂକଳ୍ପ ଅଭିଯାନ

ଲୁଆକେରା ଉଚ୍ଚ ବିଦ୍ୟାଳୟରେ ସେବା ସଂକଳ୍ପ ଅଭିଯାନ

ରାଉରକେଲା : ଗତ ୧୭ ସେପ୍ଟେମ୍ବର ରୁ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଠାରୁ ଆସନ୍ତା ୧୭ଅକ୍ଟୋବର ପର୍ଯ୍ୟନ୍ତ ସମଗ୍ର ଦେଶରେ ସେବା ସଂକଳ୍ପ ଅଭିଯାନ-୨୦୨୬ ନାମରେ ଅନେକ ସେବାକାର୍ଯ୍ୟ ମାନ ଆୟୋଜନ କରାଯିବା ସହିତ ପରିବେଶର ସୁରକ୍ଷା, ସାମାଜିକ ସମରସତାର ବାତାବରଣ ନିର୍ମାଣ କରିବା ନିମିତ୍ତ ସଚେତନତା ସୃଷ୍ଟି କରିବା ସହିତ ବିକଶିତ ଭାରତର ସଂକଳ୍ପକୁ ସାକାର କରିବା ପାଇଁ ସମାଜର ସବୁ ବର୍ଗର ଆବାଳବୃଦ୍ଧବନିତାଙ୍କ ସହଭାଗୀତାରେ କାର୍ଯ୍ୟ କରିବା ପାଇଁ ଭାରତୀୟ ଜନତା ପାର୍ଟିର କେନ୍ଦ୍ରୀୟ ନେତୃତ୍ୱ ଦଳର କର୍ମୀ ମାନଙ୍କୁ ପରାମର୍ଶ ଦେଇଛନ୍ତି । ଏଥିପାଇଁ କେନ୍ଦ୍ରରୁ ତୃଣମୂଳ ସ୍ତର ପର୍ଯ୍ୟନ୍ତ ବ ସମସ୍ତ କାର୍ଯ୍ୟକର୍ତ୍ତା ମାନଙ୍କୁ ଆବଶ୍ୟକ ମାର୍ଗଦର୍ଶୀକା ପ୍ରଦାନ କରାଯାଇଛି । ଏହି କ୍ରମରେ ଆଜି ରଘୁନାଥପାଲ୍ଲୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ଥିବା ଇସ୍ପାତ ସହରାଞ୍ଚଳର ଲୁଆକେରା ଗ୍ରାମରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ନିଃଶୁଳ୍କ ସ୍ୱାସ୍ଥ୍ୟ ଚିକିତ୍ସା ଶିବିର ସହିତ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଆୟୋଜନ କରାଯାଇଥିଲା । ଜେ ପି ହସ୍ପିଟାଲର ଡାକ୍ତର, ନର୍ସ ଏବଂ ଅନ୍ୟ ସହକର୍ମୀ ମାନଙ୍କ ଉପସ୍ଥିତି ଏବଂ ସହଯୋଗରେ ବିଦ୍ୟାଳୟର ପ୍ରାୟ ୨୦୦ରୁ ଅଧିକ ଛାତ୍ରଛାତ୍ରୀ ମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ସହିତ ଜେପି ହସ୍ପିଟାଲରୁ ଆସିଥିବା ଚକ୍ଷୁ ବିଶେଷଜ୍ଞ ମାନଙ୍କ ଦ୍ୱାରା ପିଲାମାନଙ୍କର ଚକ୍ଷୁ ମଧ୍ୟ ପରୀକ୍ଷା କରାଯାଇଥିଲା । ସେହିପରି ଏହି ଶିବିରରେ ଗ୍ରାମବାସୀଙ୍କ ସ୍ୱାସ୍ଥ୍ୟ ଏବଂ ଚକ୍ଷୁ ମାଗଣାରେ ଚିକିତ୍ସା କରାଯାଇଥିବା ବେଳେ ଶିବିରରେ ଲୋକଙ୍କ ରକ୍ତଚାପ ଏବଂ ମଧୁମେହ ପରୀକ୍ଷା ମଧ୍ୟ କରାଯାଇଥିଲା । ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗାଚରଣ ତନ୍ତୀଙ୍କ ଧର୍ମପତ୍ନୀ ସୁଚିତ୍ରା ତନ୍ତୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ନିଃଶୁଳ୍କ ସ୍ବାସ୍ଥ୍ୟ ଚିକିତ୍ସା ଶିବିରକୁ ଉଦଘାଟନ କରିଥିଲେ । ଏହି ଅବସରର ଭାରତୀୟ ଜନତା ପାର୍ଟିର ଅଜୟ କଂସାରୀ ଏବଂ ସ୍ନିଗ୍ଧାଞ୍ଜଳି ମୁଗୁରି ପ୍ରମୁଖ ଉପସ୍ଥିତ ଥିଲେ ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

Waltair Division to Set Up Assistance Booths for Divyangjan at Major Stations

Sunil Chandra Nayak

ଅବସରପ୍ରାପ୍ତ ଶିକ୍ଷକଙ୍କ ପରଲୋକ

masiha

ଜ୍ଞାନଜ୍ୟୋତି ପବ୍ଲିକ ସ୍କୁଲରେ ଉତ୍କଳ ଦିବସ ପାଳନ 

Sunil Chandra Nayak

Leave a Comment

error: Content is protected !!