ନୂଆପଡା ଜିଲ୍ଲା ସିନାପାଲି ସହର ରାବଣ ଛକରେ ଗାଡି ପlର୍କିଙ୍ଗ କୁ ନେଇ କଥା କଟା କଟି ରେ ଫୁଟିଲା ଗୁଳି , ବାପା ଓ ପୁଅ ଆହତ ଖଡ଼ିଆଳ ମିଶନ ସ୍ୱାସ୍ଥ୍ୟ କେନ୍ଦ୍ର ରେ ବାପା ପୁଅ ଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି।ସିନାପାଲି ସହର ର ରାବଣ ଛକ ନିକଟରେ ସିନାପାଲି ର ରାଜା ପାଣିଗ୍ରାହୀ ନିଜ ଗାଡ଼ିରେ ଥିବା ସମୟରେ ସେହି ସ୍ଥାନ କୁ ସିନାପାଲି ର ନୁର ମେହେର ଓ ତାଙ୍କ ପୁଅ ଲବ ମେହେର ନିଜ ଗାଡ଼ିରେ ପହଂଚି ଥିଲେ ଏହି ସମୟରେ ଗାଡି ପ।ର୍କୀଙ୍ଗ କୁ ନେଇ ରାଜା ପାଣିଗ୍ରାହୀ ଓ ନୁର ମେହେର ଙ୍କ ମଧ୍ୟରେ ରେ ହୋଇଥିଲା କଥା କଟା କଟିି, ରାଜା ପାଣି ଗ୍ରାହୀ ନୁର ମେହେର ଙ୍କୁ ମାଡ଼ ମାରିଥିଲେ ଏହା ଦେଖି ନୁର ମେହେର ଙ୍କ ପୁଅ ଲବ ମେହେର ବାପା ଙ୍କୁ ଛଡ଼ାଇବା କୁ ଯାଇଥିଲେ।ଏହି ସମୟରେ ରାଜା ପାଣିଗ୍ରାହୀ ନିଜ ଗାଡିରୁ ରିଭଲବଲ ବାହାର କରି ନୁର ମେହେର ଙ୍କୁ ଗୁଳି କରିଥିଲେ ଗୁଳି ତାଙ୍କ ବାମ ଗୋଡ଼ ରେ ବାଜିଥିଲା ଏହା ପରେ ତାଙ୍କ ପୁଅ ଲବ ମେହେର ଙ୍କୁ ଗୁଳି କଲାପରେ ଗୁଳି ଡାହାଣ ଗୋଡ଼ ରେ ବାଜିଥିଲା।ଏହି ଘଟଣା ପରେ ଘଟଣା ସ୍ଥଳ ରେ ଲୋକେ ଭୟଭୀତ ହୋଇଯାଇଥିଲେ।ସିନପାଲି ପୋଲିସ ପହଂଚି ଦୁଇ ଗୁରୁତର ବାପ ଓ ପୁଅ ଙ୍କୁ ପ୍ରଥମେ ସିନାପାଲି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ।ଡାକ୍ତର ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ର କୁ ରେଫର ପରେ ଦୁଇ ଜଣ ଙ୍କୁ ମିଶନ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସିତ କରାଯାଇଛି।ବର୍ତମାନ ବାପା ଓ ପୁଅ ସ୍ୱାସ୍ଥ୍ୟ ଅବସ୍ଥା ଠିକ ଥିବା ଡାକ୍ତର ପ୍ରକାଶ କରିଥିବା ବେଳେ ଘଟଣା ସ୍ଥଳ ରେ ଖଡ଼ିଆଳ ଏସ୍ଡିପିଓ ସନ୍ତକ ଜେନା ପହଂଚି ଘଟଣା ର ତଦନ୍ତ କରୁଛନ୍ତି । ଅଭିଯୁକ୍ତ ରାଜା ପାଣିଗ୍ରାହୀଙ୍କୁ ଗୋରିଆ ବନ୍ଧ ଛତିଶଗଡ଼ ରୁ ଧରା ପଡିଛି ବୋଲି ଏସ୍ଡିପିଓ ସୂଚନା ଦେଇଛନ୍ତି । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ