ଜଳେଶ୍ବର ସାମ୍ୱାଦିକ କ୍ଲବ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ
ଜଳେଶ୍ଵର,୧୯/୧୧(ମନିସ)- ଜଳେଶ୍ବର ସାମ୍ୱାଦିକ କ୍ଲବ୍ ପକ୍ଷରୁ ଜାତୀୟ ପ୍ରେସ ଦିବସ ଗତ କାଲି ସନ୍ଧ୍ୟାରେ ଭଞ୍ଜ ଭଵନ ପରିସରରେ ଅନୁଷ୍ଠିତ ହୋଇଯାଇଛି।କ୍ଳବର ବରିଷ୍ଠ ଉପଦେଷ୍ଟା ସୁକୁମାର ରଣାଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବାଲେଶ୍ୱର ଜିଲ୍ଲା ପରିଷଦ ଉପସଭାପତି ଅନୁସୟା ପ୍ରଧାନ,ମୁଖ୍ୟ ବକ୍ତା ଭାବେ ଜଳେଶ୍ଵର ନଗରପାଳ ପ୍ରତୀପ କୁମାର ପ୍ରଧାନ,ସମ୍ମାନୀତ ଅତିଥି ଡ଼ଃ ରମାକାନ୍ତ ଭଞ୍ଜ,ବରେଣ୍ୟ ଅତିଥି ରୂପେ ଶିକ୍ଷାବିତ୍ ଡ଼ଃ ଅଜିତ କୁମାର ମହାନ୍ତି, କ୍ଳବର ସଭାପତି ଆରତୀ ଦାସ ପ୍ରମୁଖ ଯୋଗଦେଇ ସାମ୍ବାଦିକତାର ପରିଭାଷା, ସାମାଜିକ ସଂସ୍କାର,ସୁରକ୍ଷା,ବୃତ୍ତି ସମ୍ପର୍କିତ ସମସ୍ୟା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ।ପ୍ରାରମ୍ଭରେ ସାଧାରଣ ସମ୍ପାଦକ ରବୀନ୍ଦ୍ର ନାଥ ସେନାପତି ସ୍ୱାଗତ ଭାଷଣ ରଖିଥିଲେ।ଏହି ଅବସରରେ ମଞ୍ଚାସୀନ ସମସ୍ତ ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସମାଜସେବୀ ଦିଲ୍ଲୀପ ଗିରି, ଶିକ୍ଷାବିତ ଡଃ ଲଳିତ ରଞ୍ଜନ ସେନାପତି,ମୁରଲୀ ମୋହନ ପ୍ରଧାନ,ପ୍ରାଣକୃଷ୍ଣ ଗିରି,ପ୍ରଭାସ ଚନ୍ଦ୍ର ଗିରି,ଲେଲିନ୍ କୁମାର ପ୍ରଧାନ,ଇଂ ଶ୍ରୀମନ୍ତ ଘୋଷ,ଜଗଦୀଶ ନନ୍ଦୀ,ରବୀନ୍ଦ୍ର ବାରିକ,ଲକ୍ଷ୍ମୀଧର ଗିରି,ଜ୍ଞାନେନ୍ଦ୍ର ଜେନା, ରାଜାରାମ କର ଶର୍ମା ପ୍ରମୁଖ ଜାତୀୟ ପ୍ରେସ ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ ବକ୍ତବ୍ୟ ଜଣାଇଥିଲେ। ସେହିପରି କବି ବସନ୍ତ ଦାସ, ନରୋତ୍ତମ ପ୍ରଧାନ,ରଞ୍ଜନ କୁମାର ଘୋଷ,ସୁଶିଲ ମାହାନା,କମଳ କାମିନୀ ଦେ,ଝାଡେଶ୍ୱର ବ୍ରହ୍ମ ପ୍ରମୁଖ କବିତା ମଧ୍ୟମରେ ସାମ୍ୱାଦିକମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ।ଆଜୀବନ ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବରିଷ୍ଠ ସାମ୍ବାଦିକ ଅବନୀ ଚନ୍ଦ,ସମାଜସେବୀ ଅଳକା ଜେନା, ଭୋଳା ଭଣ୍ଡାରୀ ଅନ୍ନଦାତା ମୁଖ୍ୟ ହରିଶଙ୍କର ପଣ୍ଡା ଏବଂ ସହଯୋଗୀ,ମେ ଆଇ ହେଲ୍ପ ୟୁ ମୁଖ୍ୟ ଜଗନ୍ନାଥ ପରିଡ଼ା ଏବଂ ସହଯୋଗୀ, ସମାଜସେବୀ ଅଶୋକ ମହାନ୍ତିଙ୍କୁ ଉତ୍ତରୀୟ,ମୋମେଣ୍ଟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା।ସଙ୍ଗଠନର ଉପଦେଷ୍ଟା ଅରୁଣ କୁମାର ଜେନା ମଞ୍ଚ ଆହ୍ବାନ କରିଥିବା ବେଳେ ବରିଷ୍ଠ ସଭ୍ୟ ଅଶ୍ୱିନୀ କୁମାର ନାଥ ଧନ୍ୟବାଦ ଅର୍ପଣ କରିଥିଲେ।ସାମ୍ୱାଦିକ କ୍ଲବର ଉପସଭାପତି ଦୁର୍ଗା ଶଙ୍କର ଗିରି ଓ ଯୁଗ୍ମ ସମ୍ପାଦକ ଜଗନ୍ନାଥ ଗୋଚ୍ଛାୟତଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସଭ୍ୟ ଘନଶ୍ୟାମ ଗିରି,ସତ୍ୟବ୍ରତ ସୋମ,ତପନ ନାୟକ,ରବି ନାରାୟଣ ପାତ୍ର,ନରହରି ବେହେରା,ସତ୍ୟ ରଞ୍ଜନ ରଣା,ବରୁଣ ହୁଇ ପ୍ରମୁଖଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା । ନୃତ୍ୟ ଶିକ୍ଷା ଫାଉଣ୍ଡେସନ ମୁଖ୍ୟ ସୁଶାନ୍ତ ବେହେରାଙ୍କ ନିର୍ଦ୍ଦେଶନାରେ କୁନି କଳାକାର ସୁଶ୍ରୀ ପ୍ରସିଦ୍ଧି ରାଜ,ରାଜଶ୍ରୀ ଦାଶ,ସୁଚିତ୍ରା ମହାପାତ୍ର ଓ ଅନ୍ୟ କଳାକାରଙ୍କ ଦ୍ୱାରା ସ୍ୱାଗତ ନୃତ୍ୟ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା।
ସୁକୁମାର ରଣା ଙ୍କ ରିପୋର୍ଟ୍

