ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୁରୁଣାସର କଲମ ଡଙ୍ଗା ନାଳ ପାଇଁ ୩୦୦ ଏକର ଜମି ପଡିଆ ବ୍ରିଜ ନିର୍ମାଣ ଦାବୀ ଅଭିଯୋଗ ,ଜିଲ୍ଲାପାଳ ଙ୍କ ପରିଦର୍ଶନ

ପୁରୁଣାସର କଲମ ଡଙ୍ଗା ନାଳ ପାଇଁ ୩୦୦ ଏକର ଜମି ପଡିଆ ବ୍ରିଜ ନିର୍ମାଣ ଦାବୀ ଅଭିଯୋଗ ,ଜିଲ୍ଲାପାଳ ଙ୍କ ପରିଦର୍ଶନ

ଜୁନାଗଡ ୨୪/୧୧ (ମ ନି ସ) କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ ବଣିଜରା ପଂଚାୟତର ପୁରୁଣାସର ଗ୍ରାମରେ ଥିବା ହାତୀ ନଦୀ ଯୋଗୁଁ ଦୀର୍ଘ ବର୍ଷ ହେଲା ଚାଷ ଜମି ପଡିଆ ରହୁଛି ।ପ୍ରକାଶଥାଉକି ଚିର ସ୍ରୋତା ହାତୀ ନଦୀର ପାଣି ଉପରମୁଣ୍ଡକୁ ନ ଯାଇ କଲମ ଡଙ୍ଗା ନାଳ ଦେଇ ପ୍ରବାହିତ ହେଉଛି ।ଏହି ସମସ୍ୟା ଏବେ ଉଗ୍ର ରୂପ ଧାରଣ କରିଛି ।ଏହି ନାଳ ଆରପଟେ ଅନେକ ଚାଷୀଙ୍କ ଚାଷ ଜମି ରହିଛି । ଏହା ଦୀର୍ଘ ବର୍ଷ ହେବ ପଡିଆ ପଡିଛି । ୩୦୦ ଏକର ଚାଷ ଜମି ଦୀର୍ଘ ବର୍ଷ ପଡିଆ ରହୁଛି ।ଯାହାକି ହାତୀ ନଦୀ ଯୋଗୁ ବାଧା ସୃଷ୍ଟି ହେଉଛି । ଏପରିକି ଗ୍ରାମର ବୁଢା ରାଜା ମନ୍ଦିର ମଧ୍ୟ ନଦୀ ଆରପଟେ ରହିଛି । ଗ୍ରାମର ମୁଖ୍ୟ ଦେବୀ ହୋଇ ଥିବାରୁ ଗ୍ରାମବାସୀମାନେ ବାଧ୍ୟ ହୋଇ ଡଙ୍ଗା ସାହାଯ୍ୟରେ ଯାଇଥାନ୍ତି ।କେତେ ବେଳେ ବଣିଜରା ଦେଇ କି ଯାଇଥାନ୍ତି ।ଏହି କଲମ ଡଙ୍ଗା ନାଳ।ର ବ୍ରିଜ ନିର୍ମାଣ ପାଇଁ ଗ୍ରାମବାସୀମାନେ ଅନେକ ଥର ଅଭିଯୋଗ କରି ଆସୁଛନ୍ତି ।ମାତ୍ର କିଛି ସୁଫଳ ମିଳି ପାରୁ ନାହିଁ । ପ୍ରକାଶ ଥାଉକି ଗତ ୨୦୨୩ ମସିହାରେ ତତ୍କାଳୀନ ଜିଲ୍ଲାପାଳ ପି, ଅନ୍ୱେଷ। ରେଡି ମଧ୍ୟ ଏହି କଲମ ଡଙ୍ଗା ନାଲା କୁ ଦେଖି କି ଯାଇଥିଲେ ଏବଂ ପୋଲ ନିର୍ମାଣ କରିବା ପାଇଁ ରାଜ୍ୟ ସରକାରଙ୍କ ପାଖରେ ଦାବି ଉପସ୍ଥାପନ କରିବି ବୋଲି ପ୍ରତିଶ୍ରୁତି ଦେଇଥିଲେ । ମାତ୍ର ଦୀର୍ଘ ବର୍ଷ ବିତି ଗଲା କିଛି କାମ ଦେଲା ନାହିଁ ।ତଥାପି ପୁରୁଣା ସର ଗ୍ରାମବାସୀ ହାର ମାନିଲେ ନାହିଁ ।ଯେମିତି ହେଲେ ମଧ୍ୟ ପୋଲ ନିର୍ମାଣ କରାଯିବ ବୋଲି ପୁଣିଥରେ ମୁଖ୍ୟ ସଚିବ ଙ୍କୁ ଏହି ସମସ୍ୟା ଉପରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ମୁଖ୍ୟ ସଚିବଙ୍କ ନିର୍ଦେଶରେ ଆଜି ଜିଲ୍ଲାପାଳ ସଚିନ ପାୱାର ପୁରୁଣ।ସର ଗ୍ରାମକୁ ଆସି କଲମ ଡଙ୍ଗା ନାଳ କୁ ଦେଖିବାକୁ ଯାଇଥିଲେ ।ଏହି ସମୟରେ ସି ସି ଗୋବର୍ଦ୍ଧନ ନ।ଏକ ,ଆର ଡି ଅଧିକାରୀ ,ମୃତ୍ତିକା ସଂରକ୍ଷଣ ଅଧିକାରୀ ,ବ୍ଲକ ପ୍ରଶାସନ ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ଥିଲେ ।ଏଥିରେ ଅଧିକାରୀ ମାନେ ନିକଟସ୍ଥ ବଣିଜରା ଠାରେ ହାତୀ ନଦୀ ପୋଲ ନିର୍ମାଣ ହେଉଛି ।ଏଣୁ ଏଠି ହୋଇ ପାରିବ ନାହିଁ ବୋଲି ମତ ରଖିଥିଲେ କେବଳ ପଥର ପେଚିଂ କାମ କରାଯିବ ବୋଲି ଅଧିକାରୀ ମାନେ କହିଥିଲେ ।ହାତୀ ନଦୀରେ ବନ୍ୟା ଆସିଲେ ହାତୀ ନଦୀ ପାଣି ଗାଁ ଭିତରକୁ ଚାଲି ଯାଇ ଥାଏ ।ଏଣୁ ଗ୍ରାମବାସୀମାନେ ଗାଁ କୁ ସମ୍ପୂର୍ଣ ବିପଦ ରହିଛି ବୋଲି ଅଧିକାରୀ ମାନଙ୍କ ଠାରେ ପ୍ରକାଶ କରିଥିଲେ ।ଏଥିରେ ଗ୍ରାମର ବରିଷ୍ଟ ଶିକ୍ଷାବିତ ସୁଧାଂଶୁ ଶେଖର ନେଗି ,ମନୋରଞ୍ଜନ ପାଣିଗ୍ରାହୀ ,ସରପଞ୍ଚ ପ୍ରତିନିଧି ରାମ ଚନ୍ଦ୍ର ଲହଜଲ ,ୟସପାଳ ପଣ୍ଡା ସମେତ ଅନେକ ଚାଷୀ ଉପସ୍ଥିତ ଥିଲେ ।

ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

କ୍ୟାରିୟର କାଉନସିଲିଂ କାର୍ଯ୍ୟକ୍ରମ

Sunil Chandra Nayak

ସ୍ନେହୀ ମହିଳା ସମିତିର ବିଶ୍ଵ ସ୍ତନ୍ୟପାନ ଦିବସ ପାଳନ

Sunil Chandra Nayak

ବିଷମ କଟକ ବ୍ଲକରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!