ଢ଼େଙ୍କାନାଳ -: ହିନ୍ଦୋଳ ନିର୍ବାଚନ ମଣ୍ଡଳୀରେ ଓଡ଼ିଶା ସରକାରଙ୍କ ଶିଳ୍ପ ,ଖଣି ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ମଲ୍ଲିକ ଙ୍କ କର କମଳ ରେ ବିଭିନ୍ନ ରାସ୍ତା ର ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଛି ।ଏହି ବିକାଶମୂଳକ କାର୍ଯ୍ୟକ୍ରମରେ ଢେଙ୍କାନାଳସାଂସଦ ଶ୍ରୀଯୁକ୍ତ ମହେଶ ସାହୁ, ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ ସମ୍ମାନିତ ଅତିଥି ରୂପେ ଯୋଗଦେଇ ଥିଲେ । ଇଶ୍ୱର ପାଳ ଠାରେ କୋଡ଼ିଏ ଲକ୍ଷ ଟଙ୍କାର ଏକ ଉନ୍ନତ ମାନର କ୍ରସ ବନ୍ଧ ନିର୍ମାଣ କୁ ଉଦ୍ଘାଟନ କରାଯାଇ ଥିଲା ବେଳେ ଗୁଲେହି ଠାରୁ ନିମବାହାଳି ପର୍ଯ୍ୟନ୍ତ ୨୦ କୋଟି ଟଙ୍କା ବିନିମୟ ର ରାସ୍ତା ପ୍ରଶସ୍ତି କରଣ ପ୍ରକ୍ରିୟା କୁ ଶୁଭ ଉଦଘାଟନ କରାଯାଇଛି। ସେହି ପରି ଜାତୀୟ ରାଜପଥ ୫୫ଠାରୁ ଖଡଗ ପ୍ରସାଦ ଯାଏଁ ପାଞ୍ଚ କୋଟି ଟଙ୍କା ବ୍ୟୟରେ ନିର୍ମିତ ରାସ୍ତା ନିର୍ମାଣ କରିବାକୁ କାର୍ଯ୍ୟାଦେଶ ଓ ଶିଳାନ୍ୟାସ କରାଯାଇଛି ।
ଢେଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍