କୋକସରା,୨୪ /୫- (ମ ନି ସ ) କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ଥାନା ପୋଲିସ ପକ୍ଷରୁ ଧୋବେନଚଞ୍ଚରା ଗ୍ରାମରେ ଚଢାଉ କରି ୧୫ ଲିଟର ହାତରନ୍ଧା ମଦ ସହ ଦେଶୀ ବନ୍ଧୁକ ଜବତ କରାଯାଇଥିବା ବେଳେ ଜଣକୁ ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରାଯାଇଥିବା ଆମପାଣି ପୋଲିସ ପକ୍ଷରୁ ସୂଚନା ମିଲିଛି । ସୂଚନା ଅନୁସାରେ, ଧୋବେଚଞ୍ଚରା ଗ୍ରାମରେ ସୋମବାର ଆମପାଣି ଥାନା ଅଧିକାରୀ ଚତୁର୍ଭୁଜ ନାଏକଙ୍କ ନିର୍ଦ୍ଦେଶ କ୍ରମେ ଏକ ଟିମ୍ ଅତର୍କିତ ଚଡାଉ କରିଥିଲା । ଚଢାଉ ରେ ଧୋବେଚଞ୍ଚରା ଗ୍ରାମର ପଦୁ ଚଲାନ ଙ୍କ ବଗିଚାରୁ ୧୫ ଲିଟର ହାତରନ୍ଧା ମଦ ସହ ଏକ ଦେଶୀ ବନ୍ଧୁକ ଜବତ କରିଥିଲେ ଏବଂ ପଦୁ ଙ୍କୁ ଆମପାଣି ପୋଲିସ ଥାନାରେ ଅଟକ ରଖି ପଚରାଉଚରା କରିଥିଲେ । ମଙ୍ଗଳବାର ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଆମପାଣି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଚଢାଉରେ ଆମପାଣି ଥାନା ଏଏସ୍ଆଇ ମନୋଜ କୁମାର ନାଏକ, ଜିତେନ୍ଦ୍ର କୁମାର, କନେଷ୍ଟବଲ ଜିତେନ୍ଦ୍ର ପ୍ରଧାନ, ମୋହନ ପାତ୍ର ସମେତ ଆଇଆର୍ବି ଯବାନ ସାମିଲ ଥିଲେ ।
next post