ନୂଆପଡା: ଖଡିଆଳ ଏନଏସି ର ବିଭିନ୍ନ ସମସ୍ୟା ଓ ତାର ନିରାକରଣ କୁ ନେଇ ଆଜି ଖଡିଆଳ ହେଲଥ କ୍ଲବ ତରଫ ରୁ ଏନଏସି ଅଧ୍ୟକ୍ଷ ଉଜ୍ଜଲ ଗୁପ୍ତା ଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରାଯାଇଛି।ଖଡିଆଳ ଏନଏସି ଚେୟାରମେନ ଉଜ୍ବଲ ଗୁପ୍ତା ଆଜି ହେଲଥ କ୍ଲବ ପରିଦର୍ଶନ କୁ ଆସିଥିବାବେଳେ ହେଲଥ କ୍ଲବ ସଦସ୍ୟ ମାନଙ୍କ ଦ୍ବାରା ତାଙ୍କୁ ଫୁଲତୋଡା ଦେଇ ଭବ୍ୟ ସମ୍ୱର୍ଦନା ଗ୍ୟାପନ କରାଯାଇଥିଲା । ହେଲଥ କ୍ଲବ ସଦସ୍ୟ ମାନେ ମୋଟାମୋଟି ଭାବରେ ଖଡିଆଳ ସହର ର ବିଭିନ୍ନ ସ୍ଥାନ ରେ ଏବେ ମଧ୍ୟ ପୋତା ହୋଇଥିବା ଟେଲିଫୋନ ଖଣ୍ଟ କୁ ହଟେଇବା ପାଇଁ ଅନୁରୋଧ କରିଥିଲେ,ଟେଲିଫୋନ ଖୁଣ୍ଟ ରାସ୍ତା କଡ ରେ ରହିବା ଦ୍ବାରା ଟ୍ରାଫିକ ବଢୁଥିବାବେଳେ ଦୁର୍ଘଟଣା ମଧ୍ୟ ହେଉଥିବା ଅଭିଯୋଗ କରିଥିଲେ,ଏହା ବ୍ୟତିତ ଖଡିଆଳ ସହର ରେ ଡ୍ରେନ ସମସ୍ୟା ,ଟ୍ରାଫିକ ସମସ୍ୟା ,ପାନୀୟଜଳ ସମସ୍ୟା,ହିରାମୁଣ୍ଡା ଓ ନୁଆବନ୍ଦ ପୋଖରି ର ପଙ୍କ ଉଦ୍ଧାର ସମସ୍ୟା,ଗରିବ ନିଶହାୟ ଲୋକମାନଙ୍କୁ ପଟ୍ଟା ପ୍ରଦାନ ,ଖଡିଆଳ ସହର ରେ ପାର୍କିଂ ସମସ୍ୟା,ବସଷ୍ଟାଣ୍ଡ ସମସ୍ୟା,ଉଠା ଦୋକାନୀ ମାନଙ୍କୁ ଭେଣ୍ଟି ଜୋନ ନିର୍ମାଣ,ଖଡିଆଳ ସହର କୁ ବିଉଟିଫିକେସନ କରିବା ସହ ସବୁଜିକରଣ ,ଟ୍ରାଫିକ ନୀୟମ ଉଲଙ୍ଘନକାରୀ ମାନଙ୍କୁ ଫାଇନ ଆଦାୟ ଓ ସର୍ବଶେଷ ରେ ଖଡିଆଳ ବିଭିନ୍ନ ୱାର୍ଡ ରେ ଥିବା ରାସ୍ତା ସମସ୍ୟା ସହ ଡ୍ରେନ ଉପରେ ପାଦଚଲା ରାସ୍ତା ତିଆରି ପ୍ରତି ଶିଘ୍ର ଧ୍ୟାନ ଦେବା ପାଇଁ ଦାବୀ ପତ୍ର ପ୍ରଦାନ କରାଯାଇଥିଲା।ଏନଏସି ଚେୟାରମେନ ହେଲଥ କ୍ଲବ ର ଦାବୀ କୁ ଅତିଶିଘ୍ର ପୁରଣ ପାଇଁ ପ୍ରତିଶୃତି ଦେଇଥିଲେ ।ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ
next post