ଗୋଳାମୁଣ୍ଡା/୨୯/୫/ମସିହା/ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଅନ୍ତର୍ଗତ ସିନାମାଲ ଗ୍ରାମର ବିଲ ପାଖରେ ଥିବା ବିଦ୍ୟୁତ୍ ତାର ସ୍ପର୍ଶରେ ଆସି ଏକ ବଳଦର ମୃତ୍ୟୁ ହୋଇଛି ।ସୂଚନା ଅନୁସାରେ ଗୋଲାମୁଣ୍ଡା ଅଞ୍ଚଳରେ ବିଦ୍ୟୁତ କର୍ମଚାରୀ ମାନେ ନୂତନ ଖୁଣ୍ଟ ଲଗେଇ 11କେଭି ବିଦ୍ୟୁତ ତାର ଟଣା କାମ ଚାଲୁଥିବା ବେଳେ ପୁରୁଣା ତାର କୁ କାଟି ନ . ଥିବାରୁ ତଳେ ପଡି ଥିବା ବିଦ୍ୟୁତ ଚାର୍ଜ ଥିବା ଯୋଗୁଁ ସେହି ରାସ୍ତା ଦେଇ ଘାସ ଚାରିବାକୁ ଯାଇ ବିଦ୍ୟୁତ ସଂସ୍ପର୍ଶ ରେ ଆସି ବଳଦର ସାଙ୍ଗେ ସାଙ୍ଗେ ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି. ଘଟଣା ସ୍ଥଳରେ ଚାପ।ଉତ୍ତେଜନା ଲାଗିରହିଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ବିଦ୍ୟୁତବିଭାଗ ଓ ଠିକା ସଂସ୍ଥା ର କୌଣସି ଉପରିସ୍ଥ କର୍ମଚାରୀ ଘଟଣା ସ୍ଥଳକୁ ଆସିନଥିବା ଜଣାପଡିଛି.ବିଦ୍ୟୁତ ବିଭାଗ ଏବଂ ଠିକାଦାର ଙ୍କ ଏଭଳି ଦାୟିତ୍ୱ ହୀନତା ମନୋଭାବ ଯୋଗୁଁ ବଳଦର ମୃତ୍ୟୁ ଘଟିଛି ବୋଲି ସ୍ଥାନୀୟ ଜନସାଧାରଣଙ୍କ ପ୍ରକାଶ, ଯଦିଓ କୌଣସି ମନୁଷ୍ୟ ଏଭଳି ମୃତ୍ୟୁ ମୁଖରେ ନ ପଡିବ ତାର ଉତ୍ତର କିଏ ଦେବ. ତେବେ ସିନାମାଳ ଗ୍ରାମର ଦେଧନ ବାଗ ଙ୍କ ବଳଦବୋଲି ଜଣାପଡୁଛି ଘାସ ଚରିବାକୁ ଯାଇଥିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିବାରୁ ବଳଦ ଟିର ଘଟଣା ସ୍ଥଳରେ ମୃତ୍ୟୁ ହୋଇ ଯାଇଛି । ଦେଧନ ବାଗ ଅତି ଗରିବ ଶ୍ରେଣୀୟର ଅଟେ ସେ ଚାଷ କାମ କରି ଯୋଡିଏ ବଳଦ ଦ୍ୱାରା ପରିବାର ପ୍ରତିପୋଷଣ କରୁଥିବା ବେଳେ.ଆଜି ତାଙ୍କୁ ଚିନ୍ତାର କାରଣ ଘଟିଛି,ଆଗକୁ ଚାଷ କାମ ହେବ କିଭଳି ବଳଦ ଯୋଗାଡ଼ ହେବ, ଘରେ କିଛି ଅର୍ଥ ନାହିଁ ବୋଲି ପରିବାର ସହ କାନ୍ଦିକାନ୍ଦି ପକାଇଥିଲେ ।. ତେଣୁ ତୁରନ୍ତ ବିଦ୍ୟୁତ ବିଭାଗ ପ୍ରଶାସନ ପକ୍ଷରୁ ତୁରନ୍ତ ତଦନ୍ତ କରି ତାଙ୍କୁ ବଳଦ କିଣିବା ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ସାଧାରଣରେ ଦାବି ହେଉଛି ।
ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ, ମସିହା