ଆଜି ସାବିତ୍ରୀ ଓଷା । ଜ୍ୟୈଷ୍ଠ ଅମାବାସ୍ୟା ଦିନ ସାବିତ୍ରୀ ଓଷା ପାଳନ କରାଯାଇଥାଏ । ଏ ଦିନ ସଧବା ସ୍ତ୍ରୀଲୋକମାନେ ଉପବାସ କରନ୍ତି, ଅନ୍ନ ଗ୍ରହଣ କରନ୍ତି ନାହିଁ ଓ ଅପରାହ୍ଣରେ ପୂଜା ଶେଷ ହେଲେ ଧୂଆମୁଗ, ନଡ଼ିଆ, କଦଳୀ, ଆମ୍ବ, ପଣସ, ସପୁରୀ, ତାଳସଜ ଆଦି ଫଳାହାର କରନ୍ତି । ଏଥିପାଇଁ ଚଉଁରା ମୂଳେ ବା ଠାକୁର ଘରେ ବ୍ରତୋତ୍ସବ ପାଳନ ବେଳେ ସାବିତ୍ରୀ ଉପାଖ୍ୟାନ ପାଠ କରାଯାଏ ।
ବାସ୍ତବରେ ଏ ପୂଜାର ଆରାଧ୍ୟା ଦେବୀ ହେଉଛନ୍ତି ମା’ ସାବିତ୍ରୀ । ସାବିତ୍ରୀ ବ୍ରହ୍ମାଙ୍କ ପତ୍ନୀ, ଗାୟତ୍ରୀ, ସୂର୍ଯ୍ୟାଧିଷ୍ଠାତ୍ରୀ ଦେବୀ । ଦେବୀ ସାବିତ୍ରୀଙ୍କ ମାନବୀ ସାବିତ୍ରୀଙ୍କ ପ୍ରତି ଆଶୀର୍ବାଦ ଓ କରୁଣା କିପରି ସତ୍ୟବାନଙ୍କୁ ମୃତ୍ୟୁକବଳରୁ ଫେରାଇ ଆଣିଲା, ତାହାକୁ ଆଧାର କରି ମା’ ସାବିତ୍ରୀଙ୍କୁ ମହିମାନ୍ୱିତ କରାଯାଇଥାଏ । ସ୍ୱାମୀର ଲମ୍ବା ଆୟୁଷ କାମନା କରି ଓଷା କରୁଛନ୍ତି ସାବିତ୍ରୀ । ପ୍ରତ୍ୟେକ ମନ୍ଦିରରେ ବ୍ରତ ପୂଜା ପାଇଁ ମହିଳାଙ୍କ ଗହଳି ଲାଗିଛି । କେହି କେହି ଘରକୁ ବ୍ରାହ୍ମଣଙ୍କୁ ଡାକି ପୂଜାର୍ଚ୍ଚନା କରୁଛନ୍ତି ।
ଓଡ଼ିଆ ପରମ୍ପରା ଅନୁସାରେ ବିବାହିତ ମହିଳାମାନେ ସ୍ୱାମୀଙ୍କ ଦୀର୍ଘ ଜୀବନ କାମନା କରି ସାବିତ୍ରୀ ବ୍ରତ ପାଳିଥାନ୍ତି । ସେଥିପାଇଁ ମହିଳାମାନେ ପ୍ରତିବର୍ଷ ଏହି ଦିନିକୁ ଅପେକ୍ଷା କରିଥାନ୍ତି । କରୋନା ପାଇଁ ବ୍ରତାଧିକାରୀମାନଙ୍କୁ ୨ ବର୍ଷ ହେବ ମନ୍ଦିର ମନାଥିଲା । ଘରେ ପୂଜାର୍ଚ୍ଚନା କରୁଥିଲେ ସାବିତ୍ରୀ । ହେଲେ ଚଳିତ ବର୍ଷ ସ୍ଥିତି ସ୍ୱାଭାବିକ ଥିବାରୁ ମନ୍ଦିରକୁ ମହିଳାମାନେ ଯାଇ ପୂଜାର୍ଚ୍ଚନା କରିଛନ୍ତି ।
ସାବିତ୍ରୀ ବ୍ରତ ଉପବାସ କାହାଣୀ…
କିମ୍ବଦନ୍ତୀ ଅନୁଯାୟୀ, ସାବିତ୍ରୀ ତାଙ୍କ ପିତାଙ୍କ ଏକମାତ୍ର ସନ୍ତାନ ରାଜା ରଶି ଅଶ୍ୱପତିଙ୍କ ଝିିଅ ଥିଲେ । ସାବିତ୍ରୀ ଡ୍ୟୁମାଟସେନାଙ୍କ ପୁତ୍ର ସତ୍ୟବାନଙ୍କୁ ବିବାହ କରିଥିଲେ । ନାରଦା ସାବିତ୍ରୀଙ୍କ ପିତା ଅଶ୍ୱପତିଙ୍କୁ କହିଥିଲେ ଯେ ସତ୍ୟବାନ୍ ଗୁଣବାନ ଏବଂ ଧର୍ମପରାୟଣ, କିନ୍ତୁ ସେ ଅଳ୍ପ ସମୟର ଅଟନ୍ତି । ବିବାହର ଏକ ବର୍ଷ ପରେ ସେ ମରିବେ । ବାପା ସାବିତ୍ରୀଙ୍କୁ ବହୁତ ବୁଝାଇଥିଲେ, କିନ୍ତୁ ସେ ରାଜି ହୋଇନଥିଲେ । ସେ କହିଛନ୍ତି ଯେ ସତ୍ୟବାନ୍ ତାଙ୍କ ସ୍ୱାମୀ, ସେ ଆଉ ବିବାହ କରିପାରିବେ ନାହିଁ । ସତ୍ୟବାନ୍ ତାଙ୍କ ପିତାମାତାଙ୍କ ସହିତ ଜଙ୍ଗଲରେ ରହୁଥିଲେ, ସାବିତ୍ରୀ ମଧ୍ୟ ସେମାନଙ୍କ ସହିତ ରହିବାକୁ ଲାଗିଲେ ।
ନାରଦ ଜୀ ସତ୍ୟବାନଙ୍କ ମୃତ୍ୟୁ ବିଷୟରେ କହିବା ପୂର୍ବରୁ ସାବିତ୍ରୀ ଉପବାସ ଆରମ୍ଭ କରିଥିଲେ । ଯେଉଁ ଦିନ ସତ୍ୟବାନଙ୍କ ମୃତ୍ୟୁ ସ୍ଥିର ହେଲା, ସେ କାଠ କାଟିବା ପାଇଁ ଜଙ୍ଗଲକୁ ଯିବାକୁ ଲାଗିଲେ, ତେଣୁ ସାବିତ୍ରୀ ମଧ୍ୟ ତାଙ୍କ ସହିତ ଜଙ୍ଗଲକୁ ଗଲେ । ସତ୍ୟବାନ୍ ଗଛ ଉପରକୁ ଯିବା ମାତ୍ରେ ସେ ତାଙ୍କ ମୁଣ୍ଡରେ ପ୍ରବଳ ଯନ୍ତ୍ରଣା ଅନୁଭବ କଲେ । ସେ ବାଉଁଶ ଗଛ ତଳେ ଆସି ସାବିତ୍ରୀଙ୍କ କୋଳରେ ମୁଣ୍ଡ ରଖି ଶୋଇଥିଲେ । କିଛି ସମୟ ପରେ ସାବିତ୍ରୀ ଦେଖିଲେ ଯେ ମୟୂରଭଞ୍ଜ ସହିତ ଯମରାଜ ସତ୍ୟବାନଙ୍କ ଜୀବନ ନେବାକୁ ଆସିଛନ୍ତି । ସେମାନେ ସତ୍ୟବାନଙ୍କ ଜୀବନ ବହନ କରିବାକୁ ଲାଗିଲେ । ସାବିତ୍ରୀ ମଧ୍ୟ ତାଙ୍କ ପଛରେ ଚାଲିବା ଆରମ୍ଭ କଲେ ।
କିଛି ସମୟ ପରେ ଯମରାଜ ଦେଖିଲେ ଯେ ସାବିତ୍ରୀ ତାଙ୍କୁ ଅନୁସରଣ କରୁଛନ୍ତି, ତାଙ୍କର ସତୀତ୍ୱ, ନିଷ୍ଠା ଓ ସ୍ତୁତିରେ ସନ୍ତୁଷ୍ଟ ହୋଇ ଯମରାଜ ତାଙ୍କୁ ଗୋଟିଏ ପରେ ଗୋଟିଏ ବର ଦେଲେ। ଶେଷ ବରରେ ଯମରାଜ ସତ୍ୟବାନଙ୍କୁ ଜୀବନଦାନ ଦେଲେ। ମୃତ୍ୟୁଲୋକର ମଣିଷଟିଏ ଯେ ନିଜର ନିଷ୍ଠାବଳରେ ମୃତ୍ୟୁକୁ ଜିତିପାରେ, ଏ କାହାଣୀ ତାହାର ଏକ ଉଦାହରଣ।ଅନେକଙ୍କର ଧାରଣା ରହିଛି ଯେ ଜ୍ୟେଷ୍ଠ ଅମାବାସ୍ୟାର ସାବିତ୍ରୀ ବ୍ରତରେ ଏହି ସାବିତ୍ରୀଙ୍କୁ ପୂଜା କରାଯାଏ। କିନ୍ତୁ ତାହା ପ୍ରକୃତ କଥା ନୁହେଁ। ସତ୍ୟବାନ ଓ ସାବିତ୍ରୀ ଅବଶ୍ୟ ଲୋକବିଶ୍ୱାସରେ ଦେବତାର ସ୍ତରକୁ ଉତ୍ତୀର୍ଣ୍ଣ ହୋଇଯାଇଛନ୍ତି, କିନ୍ତୁ ସେମାନେ ମାନବ-ମାନବୀ। ସେମାନେ ଏ ବ୍ରତର ଉପାସ୍ୟ ବା ଉପାସ୍ୟା ନୁହନ୍ତି। ଏ ବ୍ରତର ଉପାସ୍ୟା ହେଉଛନ୍ତି ଦେବୀ ସାବିତ୍ରୀ। ସାବିତ୍ରୀ ହେଉଛନ୍ତି ଗାୟତ୍ରୀ ମନ୍ତ୍ରର ଅଧିଷ୍ଠାତ୍ରୀ ଦେବୀଙ୍କର ଦ୍ୱିପ୍ରହର ସମୟର ରୂପ। ସେ ଯୁବତୀ, ଶୁକ୍ଳବର୍ଣ୍ଣା, ସୁରୂପା, ଚତୁର୍ଭୁଜା ଓ ଶୁକ୍ଳାମ୍ବରା। ସେ ସୂର୍ଯ୍ୟଙ୍କର ପୁତ୍ରୀ ଓ ବ୍ରହ୍ମାଙ୍କର ପତ୍ନୀ। ତାଙ୍କର ଅନ୍ୟ ନାମ ଶତରୂପା, ଗାୟତ୍ରୀ, ସରସ୍ୱତୀ ଓ ବ୍ରହ୍ମାଣୀ। ବ୍ରାହ୍ମଣମାନେ ତ୍ରିସଂଧ୍ୟାର ମଧ୍ୟାହ୍ନ ସଂଧ୍ୟାରେ ଗାୟତ୍ରୀ ମନ୍ତ୍ର ଜପ କରିବା ପୂର୍ବରୁ ଏହି ଦେବୀଙ୍କୁ ଧ୍ୟାନ କରିଥାଆନ୍ତି। ଏହାଙ୍କୁ ଉପାସନା କରି ଅଶ୍ୱପତି ସାବିତ୍ରୀଙ୍କୁ କନ୍ୟା ରୂପେ ପାଇଥିଲେ। ଏହି ଦେବୀ ହିଁ ପ୍ରକୃତରେ ସାବିତ୍ରୀ ବ୍ରତର ଉପାସ୍ୟା ଦେବୀ।