ସାବିତ୍ରୀ ପୂଜା
ମାନଗୋବିନ୍ଦ ସ୍ବାଇଁ
ପତି ପତ୍ନୀ ଯତ୍ନ ଭାବ ପ୍ରୀତି ଭାବ
ଦ୍ବୟ ମଧ୍ୟ ମଧୁରତା
ଦିବସ ରଜନୀ ସଂପର୍କ ରହିଛି
ସ୍ବାମୀ ହୁଏ ତା ଦେବତା।
ରାଜକନ୍ୟା ଦେଖି ସତ୍ୟବାନ ରୂପ
ମନବଳି ହେଲା ଇଛା
ତା ପ୍ରେମ ବଢିଲା ସତ୍ୟବାନ ପ୍ରତି
ଜୀବନ ତା ମନବାତ୍ସା।
ଯୁଗ ଯୁଗ ସାଥୀ ବାଛିଲା ସାବିତ୍ରୀ
ଜୀବନ ଗଢ଼ା ଦେବତା
ଆୟୁଷ କମରେ ପ୍ରଭଙ୍କ ରହିଛି
ଯମକୁ ପରାଣ ଭିକ୍ଷା।
ନିଜର ସାଧନା ପୂଜା ବିଧି ବଳେ
ଯମ ଦ୍ବାରୁ ନେଲା ସ୍ବାମୀ
ସାବିତ୍ରୀ ବଚନ ଯମ ରକ୍ଷା କଲା
କିମ୍ବଦନ୍ତି ହେଲା ଦାମୀ।
ସାବିତ୍ରୀ ଆଖ୍ୟାନ ପୁରାଣ ପ୍ରସିଦ୍ଧ
ନୀତି କଥା ଲୋକ ବାଣୀ
ଇତିହାସେ ଆଜି ଝରୁଅଛି ସ୍ରୋତ
ଅମୃତ ସେହି କାହାଣୀ।