ଏ କଥା ଭୁଲିନଯିବ
ସୁରଥ କୁମାର ରାଉତ
ଗାଆଁ ଶେଷମୁଣ୍ତ ଭଙ୍ଗା ଚାଳଘରେ
ବିଲେଇନାନୀ ଦୋକାନ
ବରା,ଆଳୁଚପ୍ ମିଠେଇ,ସିଙ୍ଗଡା
ବିକ୍ରୀ କରେ ଦ୍ରବ୍ୟମାନ।
ଗଧିଆ ଭାଇଟି ବୁଲିବୁଲି ଆସି
ଦୋକାନରେ ପହଞ୍ଚିଲା
ଖାଇବା ଦରବ ଦେଖି ତା’ପାଟିରୁ
ଲାଳ କେତେ ବୋହିଗଲା।
ନିଜକୁ ସମ୍ଭାଳି ନପାରି ଗଧିଆ
ଦି’ଚାରିଟା ଖାଇଦେଲା
ଖାଇ ଦେଇସାରି ହାକୁଟିକୁ ମାରି
ଘରକୁ ଫେରି ଆସିଲା।
ଘରକୁ ଫେରିଲା ପରେ ଗଧିଆର
ପେଟ ଯେ ବିଗିଡିଗଲା
ଜ୍ବର,ଝାଡାବାନ୍ତି ରୋଗରେ ପଡି ସେ
ଦୁର୍ବଳ ଯେ ହୋଇଗଲା।
ହନୁ ବଇଦ ଯେ ଶୁଣି ଏ ଖବର
ସଙ୍ଗେ ସଙ୍ଗେ ପହଞ୍ଚିଲା
ଗଧିଆ ଅବସ୍ଥା ଦେଖି ହନୁବୁଢା
ଔଷଧ ଖୁଆଇ ଦେଲା।
ଔଷଧ ଖାଇବା ପରେ ଗଧିଆକୁ
ଆରାମ ଟିକେ ଲାଗିଲା
ବାସି ଦରବକୁ ଖାଇଥିଲା ବୋଲି
ଆଜି ଏ ଅବସ୍ଥା ହେଲା।
ଖାଇବା ଦରବ ପଚାସଢା ବାସି
ଖାଇଲେ ରୋଗ ହୋଇବ
ଭୋକରେ ପଛକେ ଜୀବନ ହାରିବ
ଏକଥା ଭୁଲି ନଯିବ।
ବନ୍ଧୁପୁର,ସମିତଙ୍ଗା,କଟକ