ଢେଙ୍କାନାଳ: ଭୁବନ ବ୍ଲକ୍ ଅନ୍ତର୍ଗତ ମହୁଲପାଳ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଅଲେଖ ପ୍ରସାଦ ପ୍ରଧାନ ଦୀର୍ଘ ୩୩ବର୍ଷ ଧରି ଶିକ୍ଷାଦାନ କରି ଆସୁଥିବାବେଳେ ଆଜି ମହୁଲ ପାଳ ଗ୍ରାମ୍ୟ ପରିଚାଳନା କମିଟି ତଥା ଗ୍ରାମବାସୀ ତତଫରୁ ତାଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଅଛି ।ଏଠାରେ ସୂଚନା ଯୋଗ୍ୟ ଯେ ଶ୍ରୀଯୁକ୍ତ ପ୍ରଧାନ ଜଣେ ଆଦର୍ଶ ଶିକ୍ଷକ ଭାବରେ ଅଂଚଳ ରେ ସୁପରିଚିତ ଅଟନ୍ତି । ଶିକ୍ଷା କ୍ଷେତ୍ରରେ ନିଜକୁ ନିୟୋଜିତ କରି ସତ୍ୟ ଓ ନିଷ୍ଠା ସହିତ ଆଦର୍ଶ ସୁସ୍ଥ ସମାଜ ଗଠନ, ଛାତ୍ର ଛାତ୍ରୀ ଙ୍କ ବୌଦ୍ଧିକ ବିକାଶ, ବିଦ୍ୟାଳୟ ପ୍ରତି ସମର୍ପିତ ମନୋଭାବ, ସବୋପରି ଗ୍ରାମ ବାସୀ ଙ୍କ ସୁଖ ଦୁଃଖ ରେ ଠିଆ ହୋଇ ବହୁ ଜନ ପ୍ରିୟ ହୋଇ ପାରିଛନ୍ତି। ମହୁଲ ପାଳ ପ୍ରାଥମିକ ବିଦ୍ୟାଳୟ ରେ ୧୨ବର୍ଷ ଶିକ୍ଷାଦାନ କରି ସେ ଆଜି ଅବସର ଗ୍ରହଣ କରିଛନ୍ତି ।
ଢ଼େଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ ।