ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ କେନ୍ଦୁପାଟି ଗ୍ରାମ ପଂଚାୟତ ଡୁମେରଜୋର ଗ୍ରାମ ଠାରେ ସ୍ୱର୍ଗତ ରାଧା ଚରଣ ବାରିକ ଙ୍କ ସ୍ମୃତିଉ ଦ୍ଦେଶ୍ୟରେ ସାପ୍ତାହିକ ବଜାର ପୁନଃ ଉଦ୍ଧାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥୀ ଭାବରେ ଖଡିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ , ସମ୍ମାନୀତ ଅତିଥି ଭାବରେ ଖଡିଆଳ ବ୍ଲକ ଅଧ୍ୟକ୍ଷା ପୁଷ୍ପାଜଂଳୀ ନନ୍ଦ, ଖଡିଆଳ ଗୋଷ୍ଠି ଉନ୍ନୟନ ଅଧିକାରୀ ନାରାୟଣ ସାହୁ, ସ୍ଥାନୀୟ ସରପଂଚ ଚନ୍ଦ୍ର କୁମାର ଶଣ୍ଢ,ଲାଞ୍ଜି ସରପଞ୍ଚ ବୈଦେହୀ ମାଝୀ, ବିଧାୟକ ପ୍ରତିନିଧି ଅକ୍ଷୟ ନନ୍ଦ , ସମିତି ସଭ୍ୟ ବୀଣାପାଣି ନାଏକ, ଖଡିଆଳ ପାଟଣା କ୍ଷତ୍ରୀୟ ସମାଜର ବରିଷ୍ଠ ପରାମର୍ଶଦାତା ଜିତେନ୍ଦ୍ର ସିଂ ବାରିକ, ରମଣ ସିଂ ବାରିକ, ମାନବିନ୍ଦ୍ର ସିଂ ବାରିକ ମଂଚାସୀନ ଥିଲେ । ସଭାରେ ଜିତେନ୍ଦ୍ର ସିଂ ବାରିକ ମଂଚ ପରିଚାଳନା ସହିତ ଧନ୍ୟବାଦ ଅର୍ପଣ କରିଥିଲେ । ସୁଚନା ଥାଉକି ଗତ ୧୯୫୨ ମସିହାରେ ସର୍ଗତ ସୁରେଶ ଚନ୍ଦ୍ର ବାରିକ ନିଜ ପିତା ସ୍ୱର୍ଗତ ରାଧାଚରଣ ବାରିକ ଙ୍କ ନାମରେ ଡୁମେରଜୋର କୁର୍ଲ୍ଲଭଟା ଠାରେ ଏକ ସାପ୍ତାହିକ ରବିବାର ବଜାର ବସାଇଥିଲେ । ଏହି ବଜାର ଦିର୍ଘବର୍ଷ ଧରି ବସି ଆସୁଥିବା ବେଳେ ଗତ କିଛିବର୍ଷ ହେଲା ବଜାର ବସିବା ବନ୍ଦ ହୋଇଯାଇଥିଲା । ଏବେ ସର୍ଗତ ସୁରେଶ ଚନ୍ଦ୍ର ବାରିକ ଙ୍କ ପୁଅ ମାନବିନ୍ଦ୍ର ବାରିକ ସମେତ କେନ୍ଦୁପାଟି ଗ୍ରାମବାସୀ ବଜାର ପୁନଃ ଉଦ୍ଧାର ଉଦ୍ୟମ କରିଛନ୍ତି । ଏହି ବଜାର ରବିବାର ପରିବର୍ତେ ମଙ୍ଗଳବାର ଦିନ ବସିବା ପାଇଁ ନିଦ୍ଧାରିତ କରାଯାଇଛି। କାର୍ଯ୍ୟକ୍ରମରେ ରାଜେନ୍ଦ୍ର ସିଂ ବାରିକ, ଗୌର ସିଂ ବାରିକ, ରଂଜନ ସିଂ ବାରିକ, ବଂଶୀଧର ବାରିକ, ମହେନ୍ଦ୍ର ମାଝୀ, ଧନେ ସାହୁ, ଅର୍ଜୁନ ମେହେର, ଗୋବିନ୍ଦ ରାଉତରାୟ, ୱାର୍ଡ ସଭ୍ୟ ନୀଲାବତୀ ମାଝୀ, ନିଲାମ୍ବର ମାଝୀ, ଲଗନ ମାଝୀ ସମେତ ଗ୍ରାମବାସୀ ସମ୍ପୁର୍ଣ୍ଣ ସହଯୋଗ କରିଥିଲେ । ଉଦଘାଟନୀ ବଜାରରେ ବହୁ ସଂଖ୍ୟାରେ ବେପାରୀ ଉପସ୍ଥିତ ରହି କିଣା ବିକା କରିଥିଲେ । ଏହି ବଜାର ବସିବା ଦ୍ୱାରା ପୁର୍ବଗୌରବ ପୁଣି ଫେରି ଆସିବ ବୋଲି ବୁଦ୍ଧିଜିବୀ ମହଲରେ ମତ ପ୍ରକାଶ ପାଇଛି । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ