କୋକସରା,୩୧/୫-(ମ ନି ସ ) କଳାହାଣ୍ଡି ଜିଲ୍ଲା ୨୬ ନମ୍ବର ଜାତୀୟ ରାଜପଥ ଚାରବାହାଲ ଶାନ୍ତି ନଗର ପଡା ନିକଟରେ ଆଜି ଭୋର ସମୟରେ ଭାରସାମ୍ୟ ହରାଇ ପେଟ୍ରୋଲ ନେଇ ଆସୁଥିବା ଓଡ଼ି ୧୫ ଡି ୦୫୫୯ ନମ୍ବର ର ଏକ ଟ୍ୟାଙ୍କର ରାସ୍ତା କଡ଼ ରେ ଥିବା ଏକ ବରଗଛ କୁ ପିଟି ଦୁର୍ଘଟଣା ହୋଇଥିଲା । ଦୁର୍ଘଟଣା ଏତେ ଜୋରରେ ହୋଇଛି ଯେ ଟ୍ରକ ର ସାମ୍ନା ପଟ ଚୁରମାର ହୋଇଯାଇଛି। ଦୁର୍ଘଟଣା ରେ ଗାଡି ଭିତରେ ଡ୍ରାଇଭର ଜୀବନ ମରଣ ଅବସ୍ଥାରେ ରେ ଫସି ରହିଥିଲେ । ପରେ ସ୍ଥାନୀୟ ମୋଟେର ଫାଣ୍ଡି ପୋଲିସ ପହଞ୍ଚି କୋକସରା ଅଗ୍ନିଶମ ବିଭାଗ କର୍ମଚାରୀ ଙ୍କ ସହାୟତା ରେ ବହୁ ଚେଷ୍ଟା ଓ କୌଶଳ କ୍ରମେ ଡ୍ରାଇଭର କୁ ଉଦ୍ଧାର କରି ଅଗ୍ନିଶମ କର୍ମଚାରୀ ଙ୍କ ଗାଡି ରେ କୋକସରା ଡାକ୍ତରଖାନାରେ ଆଣି ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ଡ୍ରାଇଭର ଙ୍କୁ ଭବାନୀପାଟଣା ହସ୍ପିଟାଲ ସ୍ଥାନାନ୍ତର କରିଥିବା ଜଣାପଡ଼ିଛି। ଗୁରୁତର ଡ୍ରାଇଭର ଜଣକ ବୌଦ୍ଧ ଜିଲ୍ଲାର ବାଉଁଶୁଣି ଅଞ୍ଚଳ ର ବିକାଶ ସାହୁ ବୋଳି ଜଣାପଡିଛି। ସେ ଝାରସୁଗୁଡା ରୁ ଟ୍ୟାଙ୍କରରେ ପେଟ୍ରୋଲ ନେଇ ଜୟପାଟଣା ବ୍ଲକ ବାନେର ର ଏକ ପେଟ୍ରୋଲ ଟାଙ୍କି କୁ ଯାଉଥିବା ସମୟରେ ଦୁର୍ଘଟଣା ହୋଇଛି। ଘଟଣା ସ୍ଥଳରେ ପହଞ୍ଚି ମୋଟେର ଫାଣ୍ଡି ଅଧିକାରୀ ଅଜୟ ନାଏକ ତଦନ୍ତ ଜାରି ରଖିଥିବା କହିଛନ୍ତି ।