କେସିଙ୍ଗା – ଆଜି କେସିଙ୍ଗା ବ୍ଲକ ଅନ୍ତର୍ଗତ ତୁଣ୍ଡଲା ଗ୍ରାମର ଗୋଟିଏ ପରିବାରର ୪ ଜଣ ବିଷାକ୍ତ ଛତୁ ଖାଇ ଗୁରୁତର ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ ଉକ୍ତ ପରିବାରର ବାଡିପଟ ପାଳଗଦାରେ ଛତୁ ହୋଇଥିଲା। ସେହି ଛତୁକୁ ଆଣି ରୋଷେଇ କରି ଖାଇଲା ପରେ ବାନ୍ତି କରିବା ପରେ ଗୁରୁତର ଭାବେ ଅସୁସ୍ଥ ହୋଇପଡିଥିଲେ। ତେବେ ଗାଁ ଲୋକେ ସଙ୍ଗେ ସଙ୍ଗେ ସେମାନଙ୍କୁ ଚିକିତ୍ସା ପାଇଁ କେସିଙ୍ଗା ହସପିଟାଲକୁ ଆଣିଥିଲେ। ଡ଼ାକ୍ତରଙ୍କ ଚିକିତ୍ସା ପରେ ସେମାନେ ଏବେ ସୁସ୍ଥ ଥିବା ମେଡିକାଲ ସୂତ୍ରରୁ ପ୍ରକାଶ। ଏହି ୪ ଜଣଙ୍କ ମଧ୍ୟରେ ୨ ଜଣ ମହିଳା ଓ ୨ ଜଣ ପୁରୁଷ ଥିବା ଜଣାପଡିଛି । ସେମାନେ ହେଲେ ହେମ ସେଠ୍ (୪୨), ଝରଣା ସେଠ୍ (୨୨) ଓ ଅରୁଣ ସେଠ୍ (୪୭), ଉଦ୍ଧବ ସେଠ୍ (୨୭) । ତେବେ ଝରଣା ସେଠ୍ ୨ ମାସର ଗର୍ଭବତୀ ଥିବା ଜଣାଯାଇଛି ।
କେସିଙ୍ଗା ରୁ ଚନ୍ଦ୍ରମଣି ସ୍ବାଇଁ ଙ୍କ ରିପୋର୍ଟ