ଭବାନୀପାଟଣା:୩୧/୫- ମ.ନି.ସ:- ମଟରସାଇକେଲ ଦୁର୍ଘଟଣା ଜଣେ ଗୁରୁତର ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ଜଣାପଡିଛି। ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦରମହକୁମାରେ ଥିବା କଳାହାଣ୍ଡି ବିଶ୍ବବିଦ୍ୟାଳୟ ନିକଟ ମୁଖ୍ୟ ସଡକ ଏବେ ବିପଦ ସଙ୍କୁଳୁ ଅବସ୍ଥାରେ ରହିଅଛି। ବର୍ତ୍ତମାନ ସକଡକୁ ମ୍ଯୁନିସିପାଲିଟି ତରଫରୁ ନବୀକରଣ କରାଯାଉଛି, ରାସ୍ତା ନିର୍ମାଣ ପାଇଁ ବ୍ଯବହାର ମେଟିଲ ଓ ଚିଫ୍ ରାସ୍ତା ମଝିରେ ରହିଥିବା ଯୋଗୁଁ ଆଜି ସୁମନ୍ତ କୁମାର ନାମକ ବ୍ଯକ୍ତି ସୀତା ବର୍ଡି ପଡା ନିବାସୀ କୌଣସି କାର୍ଯ୍ୟ ନେଇ ସେ ମଟରସାଇକେଲ ଯୋଗେ ଯାଉଥିବା ସମୟରେ ରାସ୍ତା ଅବରୋଧ କରିଥିବା ଚିଫ୍ ଉପରକୁ ଗାଡି ଚଢିଯାଇଥିଲା। ଯାହାଫଳରେ ଚାଳକ ଜଣକ ତଳେ ପଡିଯାଇଥିଲେ। ତାଙ୍କର ମୁଣ୍ତ ଅଣ୍ଟା ଓ ହାତରେ ଗୁରୁତର ଭାବରେ ଆଘାତ ଲାଗିଛି। ଖବର ପାଇ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଗୁରୁତର ଆହତ ବ୍ଯକ୍ତିଙ୍କୁ ମୁଖ୍ଯ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ମ୍ଯୁନିସିପାଲିଟି ତରଫରୁ ରାସ୍ତା କାମ ଚାଲିଛି। ସହରର ମଧ୍ୟରେ ଦିନରାତି ଶହଶହ ଯାନବାହନ ଓ ଲୋକଙ୍କ ଭିଡ ରହୁଛି। ଏହାକୁ ଦୃଷ୍ଟିରେ ରଖି ଯଦି ବିଭାଗ ପକ୍ଷରୁ ଆଗୁଆ ସତର୍କ ରହିଥାନ୍ତେ ତେବେ କାହିଁକି ଏହି ଦୁର୍ଘଟଣା ଘଟିଥାନ୍ତା ଏ ବିଷୟରେ ବିଭାଗ ପକ୍ଷରୁ ସଚେତନ କାହିଁକି ରହିନାହାଁନ୍ତି। ତାଙ୍କର ଅବହେଳା ଯୋଗୁଁ ଆଜି ଏହି ଦୁର୍ଘଟଣା ଘଟିଲା ବୋଲି ଲୋକେ କୁହାକହି ହେଉଛନ୍ତି , ତେବେ ଆଗକୁ ଦୁର୍ଘଟଣା ଘଟିବା ସମ୍ଭାବନା କୁ ଏଡେଇ ଦିଆ ଯାଇନପାରେ। ତେଣୁ ବିଭାଗ ପକ୍ଷରୁ ଏହାର ସମାଧାନ ପାଇଁ ସର୍ବସାଧାରଣରେ ଦାବି କରାଯାଇଛି।
ଭବାନୀପାଟଣା ରୁ କିଷନ ଶର୍ମା ଙ୍କ ରିପୋର୍ଟ