ଧର୍ମଗଡ: ଧର୍ମଗଡ ଆଦିବାସୀ ସଂଘ ତରଫ ରୁ ଧର୍ମଗଡ ଉପଜିଲ୍ଲାପାଳ ଙ୍କ ଜରିଆରେ କଳାହାଣ୍ଡି ଜିଲ୍ଲାରେ ଗ୍ରାମରୋଜଗାର ସେବକ ନିଯୁକ୍ତି ରେ ବିଳମ୍ବ କୁ ନେଇ ଏକ ଦାବୀ ପତ୍ର ପ୍ରଦାନ କରାଯାଇଛି। ଗତ ୨୦୨୧ ମସିହାରେ ଆଦିବାସୀ ମାନଙ୍କ ଲାଗି ମୋଟ ୬୪ ଟି ଗ୍ରାମରୋଜଗାର ସେବକ ପଦବୀବାହାରିଥିଲା। କିନ୍ତୁ ଏହି ନିଯୁକ୍ତି ପ୍ରକ୍ରିୟା ର ପ୍ରାୟ ଏକ ବର୍ଷ ବିତିଯାଇଥିଲେ ବି ଏହି ଆଦିବାସୀ ଗ୍ରାମରୋଜଗାର ସେବକ ଆଶାୟୀ ମାନଙ୍କୁ ନିଯୁକ୍ତି ଦିଆଯାଇ ନାହଁ। କିନ୍ତୁ ଏହି ନିଯୁକ୍ତି ପ୍ରକ୍ରିୟା ଅନ୍ୟ ଜିଲ୍ଲା ରେ ଶେଷ ହୋଇଯାଇଛି।ଶୀଘ୍ର ଫଳାଫଳ ଘୋଷଣା କରିବା ନିଯୁକ୍ତି ଦେବାକୁ ଉପଜିଲ୍ଲାପାଳ ଙ୍କ ଜରିୟାରେ ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା।ତୁରନ୍ତ ନିଯୁକ୍ତି ନଦେଲେ ଆଦିବାସୀ ସଙ୍ଘ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି। ଦାବୀ ପତ୍ର ଦେବା ସମୟରେ ଧର୍ମଗଡ ଆଦିବାସୀ ସଂଘ ସମ୍ପାଦକ ଶ୍ରୀ ଗୋବର୍ଦ୍ଧନ ଶବର କୋଷାଧ୍ୟକ ଶ୍ରୀ ଶ୍ୟାମସୁନ୍ଦର ସୁନ୍ଦର ମାଝୀ ରମେଶ ମାଝୀ ବୀରେନ୍ଦ୍ର ମାଝୀ, ପପିନ ଭୋଇ,ଧନେଶ୍ୱର ମାଝୀ,ଗୁଣ ଶବର, ଦିଲୀପ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ।
ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ