ଧର୍ମଗଡ:୩୧/୫/୨୨: ଧର୍ମଗଡ ବ୍ଲକ ବ୍ରାହ୍ମଣ ଛେଣ୍ଡିଆ କ୍ଲଷ୍ଟର ଅନ୍ତର୍ଗତ ରାମକୃଷ୍ଣ ସରକାରୀ ଉଚ୍ଚ ବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳନ ହୋଇଯାଇଛି l ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗାୟତ୍ରୀ ପ୍ରସାଦ ମୁଣ୍ଡଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ସ୍ଥାନୀୟ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଗୀତାଞ୍ଜଳି ମେହେର ଯୋଗଦାନ କରିଥିବା ବେଳେ ଅତିଥି ଭାବରେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀ ଟିକେଶ୍ୱର ନାଏକ ଯୋଗଦାନ କରିଥିଲେ l ଏହି କାର୍ଯ୍ୟକ୍ରମ ମାଧ୍ୟ୍ୟମରେ ଛାତ୍ରଛାତ୍ରୀ ମାନଙ୍କୁ ତମାଖୁ ସେବନର ସ୍ୱାସ୍ଥ୍ୟ ପ୍ରତି କୁପରିଣାମ , ସମାଜକୁ କିପରି ନିଶାମୁକ୍ତ କରିବା, ଗୋଷ୍ଠୀ ସଚେତନତା ସମ୍ପର୍କରେ ବକ୍ତା ମାନେ ସଚେତନ କରାଇଥିଲେ ଓ ପ୍ରଧାନ ଶିକ୍ଷକ ଙ୍କ ଦ୍ୱାରା ନିଶା ମୁକ୍ତ ରାଷ୍ଟ୍ର ଗଠନ ପାଇଁ ଶପଥ ପାଠ କରାଯାଇଥିଲା l କାର୍ଯ୍ୟକ୍ରମ ଶେଷରେ ଯୋଗାସନ ଓ ପ୍ରାଣାୟାମ କରାଯାଇଥିଲା l କାର୍ଯ୍ୟକ୍ରମଟିକୁ ଶିକ୍ଷକ ଦିନେଶ ନାଏକ ପରିଚାଳନା କରିଥିବା ବେଳେ ଶିକ୍ଷକ ଶିବ ଶଙ୍କର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ l ବିଦ୍ୟାଳୟର ଶିକ୍ଷୟୀତ୍ରି କବିତା ରାଣୀ ଦୀପ, ଅଞ୍ଜଳି ସାହୁ ଓ ଶିକ୍ଷକ ରାଜେନ୍ଦ୍ର ଆଚାର୍ଯ୍ୟ ସହଯୋଗ କରିଥିଲେ l
ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ