ଧର୍ମଗଡ:୩୧/୫/୨୨: ଗତକାଲି ରାତି ରେ ଧର୍ମଗଡ ର ଜୈନିକ ବ୍ୟବଶାୟୀ ଙ୍କ ଘରେ ଚୋର ପଶି ୫ଲକ୍ଷ ଟଙ୍କା ଭର୍ତ୍ତି ବ୍ୟାଗ କୁ ନେଇ ଯାଇଥିବା ଧର୍ମଗଡ ଥାନା ରେ ଅଭିଯୋଗ ହୋଇଛି । ପ୍ରାପ୍ତ ସୂଚନା ଅନୁଯାୟୀ ଗତ କାଲି ବିଳମ୍ବିତ ରାତିରେ ବିଶିଷ୍ଠ ବ୍ୟବସାୟୀ ତଥା ପେଟ୍ରୋଲ ପମ୍ପ ମାଲିକ ଦିନେଶ କୁମାର ଅଗ୍ରୱାଲ ଙ୍କ ଘରେ ଛାତ ଘର ସିଡି ଦେଇ ଚୋରମାନେ ପଶି ଥିଲେ । ଦିନେଶ ଙ୍କ ମା ଙ୍କ ଶୋଇବା ଘରେ ଚୋର ମାନେ ପଶି ଆଲମିରା ଖୋଲି ଏକ ଟଙ୍କା ଭର୍ତ୍ତି ବ୍ୟାଗ କାଢି ନେବା ସମୟ ରେ ନିକଟରେ ସୋଇଥିବା ଦିନେଶ ଙ୍କ ଭଉଣୀ ଚୋର କୁ କୁଣ୍ଢାଇ ଧରି ଥିଲେ । ତେବେ ଅନ୍ୟ ଜଣେ ଚୋର ତାଙ୍କ ହାତରେ ବାଡି ରେ ବାଡେଇ ଦେବାରୁ ସେ ତାକୁ ଛାଡ଼ି ଦେଇଥିଲେ । ଫଳ ରେ ଚୋର ମାନେ ଗୋଟିଏ ଟଙ୍କା ଭର୍ତ୍ତି ବ୍ୟାଗ ଧରି ଫେରାର ମାରିଥିଲା ବେଳେ ଗୋଟିଏ ବ୍ୟାଗ ଛାଡ଼ି ଦେଈ ଥିଲେ । ଆଜି ଡଗ ସ୍କ୍ୱାର୍ଡ ସହ ସାଇଣ୍ଟିଫିକ ଟିମ ଆସି ତଦନ୍ତ କରି ଫେରି ଯାଇଥିବା ବେଳେ ଜଣେ ସନ୍ଦିଗ୍ଧ କୁ ପୋଲିସ ଅଟକ ରଖିଥିବା ତଦନ୍ତ କାରୀ ଅଧିକାରୀ ଧର୍ମଗଡ ଆଇଆଇସି ଦିପାଞ୍ଜଳି ପ୍ରଧାନ ପ୍ରକାଶ କରିଛନ୍ତି । ଧର୍ମଗଡ ଥାନା ରେ କେସ ନଂ-୨୭/୨୦୨୨ ରେ ମାମଲା ରୁଜୁ ହୋଇ ଅଧିକା ତଦନ୍ତ ଜାରି ରହିଛି ।
ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ