ସିଗାରେଟ୍
ବଜାର ଘାଟରୁ କିଣୁଛ ଯାହାକୁ
ପକେଟକୁ କରି ଖାଲି
କ୍ଷଣିକ ଆନନ୍ଦ ଦିଅଇ କେବଳ
କେହି ତ ଯିବନି ଭୁଲି।
ନାଆଁକୁ ସୁନ୍ଦର ସେହି ଦରବଟି
ଧିରେଧିରେ ନିଏ ଶୋଷି
ସାଙ୍ଗର ମେଳରେ ମଉଜରେ ମାତି
ଯେତେ ପିଉଥିବ ବେଶି।
ଶିକ୍ଷିତ ସଂସ୍କାରି ହୋଇବି ସଭିଏଁ
ତାହାକୁ ମଣୁଛ ହେୟ
ବଞ୍ଚାଇ ପାରୁନି ଚିକିସା ବିଜ୍ଞାନ
ତଥାପି ଆସୁନି ଭୟ।
ନିଜର ମୃତ୍ୟୁକୁ ନିଜେ ଭୋଗିବି
ଅନ୍ୟକୁ ଦେଖାଅ କଷ୍ଟ
ତଥାପି ସମାଜେ ଆସୁନି ସୁଧାର
ହେଉଛି ଅଧିକା ନଷ୍ଟ।
ଜାଣିତ ପାରୁନ ଆରମ୍ଭ ବୋଲିତ
ଆଖିରେ ସବୁକୁ ଦେଖି
ନିଜେ ହାତଠାରି ମରଣ ଡାକୁଛ
ମିଛରେ ସାହସ ରଖି।
ହେବନି ବୋଲିକି କରନା ଗରବ
ଅଛି ବୋଲି ଦେହେ ବଳ
ବୟସ ସରିଲେ ଉକୁଟି ଆସିବ
ତାର ବିଷଧର ଖେଳ।
ଶୋଷିବ ନାଶିବ ଆୟୁକୁ ଦେହରୁ
ପାରିବନି ଭାଗ୍ୟ ଜିତି
ଯେତେ ମନାସିଲେ ଇଶ୍ବରଙ୍କ ପାଶେ
ପରିବାର ଲୋକ ନିତି।
ଅଜଥାରେ ସରେ ଧନ ଦୌଉଲତ
କିଛି ଦିନ ପାଇଁ ଆଶା
ଭୁଲ୍ ଥିଲେ କିଛି କରିଦେବ କ୍ଷମା
ଏତେ ମାରାତ୍ମକ ନିଶା।
ସରୋଜ କୁମାର ସାହୁ
ଆଠଗଡ଼ .କଟକ