ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରୁପ୍ରା ସୂନାମୁହିଁ ସାଗରର କାର୍ଯ୍ୟ ତଦାରଖ ପାଇଁ ବିଭାଗୀୟ ବରିଷ୍ଠ ଅଧିକାରୀ ମାନଙ୍କ ପରିଦର୍ଶନ 

ରୁପ୍ରା, (ମନିସ ) : ନର୍ଲାବ୍ଲକ୍ ଅଧିନ ରୁପ୍ରା ସ୍ଥିତ ବିରାଟକାୟ ୭୫ ଏକର୍ ବିଶିଷ୍ଟ ସୂନାମୁହିଁ ସାଗର ଯାହାକି ୧୯୮୫ ମସିହାରୁ କ୍ଷୁଦ୍ର ଜଳସେଚନ ବିଭାଗକୁ ହସ୍ତାନ୍ତର ହୋଇଥିବା ବେଳେ କେବେ ମଧ୍ୟ ପଙ୍କୋଦ୍ଧାର ହୋଇପାରି ନଥିଲା। ଏଣୁ ଏବାବଦରେ ବାରମ୍ୱାର ଖବର ପ୍ରକାଶିତ ହେବାପରେ ବିଭାଗୀୟ ଅଧିକାରୀଙ୍କ ଚେତନା ଜାଗ୍ରତ ହୋଇ ଶିଘ୍ର ଟେଣ୍ଡର ଆହ୍ବାନ ଦେଇଥିଲେ । ଟେଣ୍ଡର ଖୋଲା ହେବାପରେ ଭବାନୀପାଟଣାର ଜଣେ ଠିକାଦାର ଏହି କାମ ପାଇବା ପରେ ପଙ୍କୋଦ୍ଧାର କାମ ଗତ ରବିବାର ଠାରୁ ଆରମ୍ଭ ହୋଇଛି । ବର୍ତ୍ତମାନ ଉକ୍ତ ପଙ୍କୋଦ୍ଧାର କାମରେ ତିନିଟି ଜେସିବି, ଗୋଟିଏ ଚେନ୍ ଗାଡି ତଥା ୩୦ ରୁ ୪୦ ଟି ଟ୍ରାକ୍ଟର୍ ନିୟୋଜିତ କରାଯାଇଛି। ମାତ୍ର ଆହୁରି କମଦିନ ମଧ୍ୟରେ ଓଡ଼ିଶାକୁ ମୌସୁମୀ ବାୟୁ ଆସିବା ସହିତ ବର୍ଷା ହେବାର ଆଶଙ୍କା ଥିବାରୁ ଉକ୍ତ ପୋଖରୀର ପଙ୍କୋଦ୍ଧାର କାମ ବାଧାପ୍ରାପ୍ତ ହେବା ଅନୁମାନ କରାଯାଉଛି । ତେବେ ଏହି କାର୍ଯ୍ୟର ତଦାରଖ ନିମନ୍ତେ ଆଜି (ଶୁକ୍ରବାର) ଅପରାହ୍ନ ପ୍ରାୟ ୧/୩୦ ମିନିଟ୍ ସମୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ସତ୍ବେ କ୍ଷୁଦ୍ର ଜଳସେଚନ ବିଭାଗର ଉପଯନ୍ତ୍ରୀ କନ୍ଦର୍ପ ପ୍ରଧାନ, କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଅରୁଣ ଶୁକ୍ଳା, ଉପ ପ୍ରଭାଗ ଅଧିକାରୀ ଦିଲ୍ଲିପ ପଟ୍ଟନାୟକ ଓ କନିଷ୍ଠ ଯନ୍ତ୍ରୀ ସୌମ୍ୟରଞ୍ଜନ ମାଝୀ ପ୍ରମୁଖ ଆସିଥିଲେ। ତେବେ ଆହୁରି କିଛି ଅଧିକ ଜେସିବି ଲଗାଇ ପୋଖରୀରେ ଥିବା ଅମରି ସଫା କରିବା ସହ ପଙ୍କୋଦ୍ଧାର କାର୍ଯ୍ୟ ବର୍ଷା ଆଗମନ ପୂର୍ବରୁ ଯେପରି ବାଧାପ୍ରାପ୍ତ ନହେବ ସେଥିପ୍ରତି ଉକ୍ତ ଅଧିକାରୀ ମାନଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଠିକା ସଂସ୍ଥାର ଉପମନ୍ୟୁ ମହାକୁଡଙ୍କ ସମେତ ପୁର୍ବ ସରପଞ୍ଚ ଅକୃର ସାହୁ, ପୂର୍ବ ସମିତି ସଭ୍ୟ ହରେକୃଷ୍ଣ ବେହେରା, ସମାଜସେବୀ ପ୍ରିୟରଞ୍ଜନ ବେହେରା, ନାଏବ ସରପଞ୍ଚ ଚନ୍ଦ୍ରମଣି ଗୌଡ, ତେଜରାଜ ସାହୁ, ରାଜୀବ ସାହୁ, ହିରାଧର ସାହୁ, ନବୀନ ସାହୁଙ୍କ ସମେତ ଗ୍ରାମବାସୀ ଉପସ୍ଥିତ ଥିଲେ। ତେବେ ନିଜ ପ୍ରତିକ୍ରିୟାରେ ଉପଯନ୍ତ୍ରୀ ଶ୍ରୀ ପ୍ରଧାନ କହିଲେ ଗ୍ରାମବାସୀ ଯାହା ଚାହିଁଥିଲେ ସେହି ଅନୁଯାୟୀ ଏହି ପ୍ରକ୍ରିୟା ଆରମ୍ଭ କରାଯାଇଛି ଓ ଆହୁରୀ କିଛି ଜେସିବି ଓ ଚେନ୍ ଗାଡ଼ି ଆସିବା ସହ ବର୍ଷା ପୂର୍ବରୁ କିପରି କାର୍ଯ୍ୟ ସମ୍ପାଦନ ହୋଇପାରିବ ସେଥିପ୍ରତି ଗୁରୁତ୍ୱ ଦିଆଯାଉଛି ବୋଲି ସୂଚନା ଦେଇଥିଲେ। ସେହିପରି ଟେଣ୍ଡର ଖୋଲା ହେବାପରେ କ୍ଷୁଦ୍ର ଜଳସେଚନ ବିଭାଗ ତରଫରୁ ଓଡ଼ିଶାରେ ଏହି ପୋଖରୀର ପଙ୍କୋଦ୍ଧାର ପ୍ରଥମେ ଆରମ୍ଭ ହୋଇଥିବା କହିଥିଲେ।

ରୁପ୍ରା ରୁ ପ୍ରଦୀପ କୁମାର ସେନାପତି ଙ୍କ ରିପୋର୍ଟ ।

Related posts

ଜୁନାଗଡ – ବାହାଘର ପ୍ରୋସେସନ ସାରି ଫେରୁଥିବା ବେଳେ ଓଲଟିଲା ବ୍ୟାଣ୍ଡପାର୍ଟି ଗାଡ଼ି: ଜଣେ ମୃତ, ୧୦ କଳାକାର ଆହତ

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା ବିଲାତି କୁକୁର ଚାଷ

Sunil Chandra Nayak

ଶରତ ଚନ୍ଦ୍ର ପଣ୍ଡା ଙ୍କ କବିତା ବାପା ଓ ଆମେ

Leave a Comment

error: Content is protected !!