ଲାଞ୍ଜିଗଡ଼,୦୪/୦୬(ମନିସ)-ଲାଞ୍ଜିଗଡ ବ୍ଲକ ଶିକ୍ଷକ ସଂଗଠନ ଦ୍ୱାରା ସ୍ବର୍ଗତ ଶିକ୍ଷକ ଅଭୟ ମାଝୀଙ୍କ ସ୍ମ୍ରୁତିରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି l କାର୍ଯ୍ୟକ୍ରମ ଆରମ୍ଭରେ ମସ୍କାଗୁଡା କ୍ଲଷ୍ଟରର ସ୍ବର୍ଗତ ଶିକ୍ଷକ ସତ୍ୟବାନ ସା, ସ୍ବର୍ଗତ ଶିକ୍ଷକ ହରେନ୍ଦ୍ର ପ୍ରଧାନୀ, ସ୍ବର୍ଗତ ଶିକ୍ଷକ ଦାମୋଦର ଭୋଇ ତଥା ନିକଟରେ ଦେହାନ୍ତ ହୋଇଥିବା ସ୍ବର୍ଗତ ଶିକ୍ଷକ ଅଭୟ ମାଝୀଙ୍କ ପୁଣ୍ୟ ଆତ୍ମାଙ୍କର ସଦଗତି କାମନା ପାଇଁ ନୀରବ ପ୍ରାର୍ଥନା କରାଯାଇଥିଲା l ତା’ପରେ ଏକ୍ସ କ୍ୟାଡ଼ର ଶିକ୍ଷକ ସଂଗଠନର ସଭାପତି ଦିଲିପ ପରିଛା, ଉପାଧ୍ୟକ୍ଷ ଦିଲୀପ ମହାରଣା, ସଂପାଦକ ଦାମୋଦର ସା, ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ହରିଶ୍ଚନ୍ଦ୍ର ପାତ୍ର, କାନକୁଟ୍ରୁ ସମିତିସଭ୍ୟ ମନୋହର ହରପାଲ, ପାହାଡ଼ପଦର ସମିତିସଭ୍ୟ ଜଗଦୀଶ ବେନିଆଁ, କମର୍ଦ୍ଧାର ପୂର୍ବତନ ସମିତି ସଭ୍ୟ ହରିଶ୍ଚନ୍ଦ୍ର ବୁଦ୍ଧିଆ, ମସ୍କାଗୁଡା ଶିକ୍ଷକ ପ୍ରତିନିଧି ତଥା ସମାଜସେଵୀ ବିଭୁତିଭୂଷଣ ତାଣ୍ଡି, ବରିଷ୍ଠ ଶିକ୍ଷକ ସତ୍ୟାନନ୍ଦ ବେରୁକ ପ୍ରମୁଖ ଶୋକ ସନ୍ତପ୍ତ ପରିବାରଙ୍କୁ ସମବେଦନା ଜଣାଇବା ସହିତ ସାନ୍ତ୍ୱନା ପ୍ରଦାନ କରିଥିଲେ l ଉକ୍ତ ଶୋକ ସଭାରେ ଲାଞ୍ଜିଗଡ ବ୍ଲକର ଅଧିକାଂଶ ଶିକ୍ଷକ ଉପସ୍ଥିତ ରହି ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସାନ୍ତ୍ୱନା ପ୍ରଦାନ କରିଥିଲେ l ଶିକ୍ଷକ ସଂଗଠନ ଦ୍ୱାରା ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହିତ ନଗଦ ସତର ହଜାର ପାଞ୍ଚ ଶହ ଚଉଦ ଟଙ୍କା ଅନୁକମ୍ପାମୂଳକ ଅର୍ଥରାଶି ପ୍ରଦାନ କରାଯାଇଥିଲା l ଲାଞ୍ଜିଗଡ ବ୍ଲକ ଶିକ୍ଷକ ସଂଗଠନ ଦ୍ୱାରା ଏପରି ସହଯୋଗ ମନୋବୃତ୍ତିକୁ ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ହରିଶଙ୍କର ପାତ୍ର, ପାହାଡ଼ପଦର ସମିତିସଭ୍ୟ ଜଗଦୀଶ ବେନିଆଁ ,କାନକୁଟ୍ରୁ ସମିତିସଭ୍ୟ ମନୋହର ହରପାଲ ପ୍ରମୁଖ ଭୂୟସୀ ପ୍ରଶଂସା କରିଥିଲେ l ଉପସ୍ଥିତ ଥିବା ସମସ୍ତ ଶିକ୍ଷକ ଏମିତି ସବୁବେଳେ ସମସ୍ତଙ୍କ ସୁଖଦୁଃଖରେ ସାମିଲ ହୋଇ ରହିବାକୁ ଶପଥ ନେଇଥିଲେ l ଶୋକସଭାକୁ ବିଭୁତିଭୂଷଣ ତାଣ୍ଡି ପରିଚାଳନା କରିଥିବାବେଳେ ବରିଷ୍ଠ ଶିକ୍ଷକ ସତ୍ୟାନନ୍ଦ ବେରୁକ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିବା ସହିତ ଆର୍ଥିକ ସାହାଯ୍ୟ କରିଥିବା ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ l
ଲାଞ୍ଜିଗଡ଼ ରୁ ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ।