କୋକସରା,୧୮/୬- ( ମ ନି ସ )କୋକସରା ଅତିରିକ୍ତ ତହସିଲଦାର ଅତର୍କିତ ଚଢ଼ାଉ କରି ଶନିବାର ୪ ହାଇୱା ଓ ୮ ଟ୍ରାକ୍ଟର ରୁ କାଗଜପତ୍ର ଠିକ ନ ଥିବା କାରଣ ରୁ ୧ ଲକ୍ଷ ୪୦ ହଜାର ଟଙ୍କା ଫାଇନ କଟା ଯାଇଥିବା ନେଇ ସୂଚନା ଦେଇଛନ୍ତି। ଶନିବାର କଳାହାଣ୍ଡି ଜିଲ୍ଲା କୋକସରା ଅତିରିକ୍ତ ତହସିଲଦାର କମଳାସନ ରଥ ପେଟ୍ରୋଲିଂ ରେ ବାହାରିଥିବା ବେଳେ ବିଭିନ୍ନ ସ୍ଥାନରେ ବାଲି, ମେଟାଲ, ଚିପ୍ସ ବୋଝେଇ ୪ ହାଇୱା ସମେତ ୮ ଟ୍ରାକ୍ଟର କୁ ଅଟକ ରଖି ଯାଞ୍ଚ କରିବା ସମୟରେ ଗାଡି ର ରସିଦ ଠିକ ନ ଥିବା କାରଣରୁ ରୁ ୧ ଲକ୍ଷ ୪୦ ହଜାର ଟଙ୍କା ଜରିମାନା ଆଦାୟ ପାଇଁ ଫାଇନ କରିଥିବା ସୂଚନା ଦେଇଛନ୍ତି। ଅତିରିକ୍ତ ତହସିଲଦାର ଙ୍କ ଅତର୍କିତ ଚଢ଼ାଉ କୁ ନେଇ ଗାଡି ମାଲିକ ଙ୍କ ମଧ୍ୟରେ ଛନକା ଖେଳିଯାଇଛି।