ଅଳ୍ପକେ ଟଳିଲା ବଡ ଅଘଟଣ, ବର୍ତ୍ତିଗଲେ ୬୫ ଛାତ୍ରଛାତ୍ରୀ
ଲାଞ୍ଜିଗଡ,୨୦/୦୬(ମନିସ)– ଆଜି ମଧ୍ୟାହ୍ନରେ ପ୍ରବଳ ବର୍ଷା ଓ ଝଡ ତୋଫାନ ଯୋଗୁଁ ଲାଞ୍ଜିଗଡ ବ୍ଲକ ଚମ୍ପାଦେଇପୁର ଗ୍ରାମପଞ୍ଚାୟତ ଚନ୍ଦନପୁର ଗାଁରେ ଥିବା ସ୍କୁଲକୁ ଲାଗିଥିବା ଏକ ବିରାଟ ଗଛ ପଡିଯିବାରୁ ସ୍କୁଲ ପାଚେରୀ ଭାଙ୍ଗିଯାଇଛି । ତେବେ ଭାଗ୍ୟବଶତଃ ଗଛଟି ସ୍କୁଲ ଆଡକୁ ନପଡି ରାସ୍ତା ପଟକୁ ପଡିଯିବାରୁ ଏକ ବଡ ଧରଣର ଅଘଟଣ ଟଳିଯାଇଛି । କାରଣ ବର୍ଷା ଓ ଝଡତୋଫାନ ହେବା ସମୟରେ ସ୍କୁଲରେ ୬୫ ଜଣ ଛାତ୍ରଛାତ୍ରୀ ବସି ପାଠ ପଢୁଥିଲେ । ଗଛଟି ରାସ୍ତା ପଟେ ପଡିବାରୁ ୬୫ ଜଣ ଛାତ୍ରଛାତ୍ରୀ ଅଳ୍ପକେ ବିପଦ ମୁହଁରୁ ବର୍ତ୍ତିଯାଇଛନ୍ତି । ଗଛଟି ରାସ୍ତା ଉପରେ ପଡିଯିବାରୁ ଦୀର୍ଘ ସମୟ ଯାଏଁ ନିଆଳି, ଯୋଡାବନ୍ଧ, ବିଶ୍ୱନାଥପୁର ଅବରୋଧ ହୋଇ ରହିଥିଲା । ସ୍କୁଲର ପ୍ରଧାନଶିକ୍ଷକ ଏନେଇ ଲାଞ୍ଜିଗଡ ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ଅଗ୍ନିଶମ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଗଛ କାଟି ରାସ୍ତା ଅବରୋଧ ହଟାଇଥିଲେ ।
ଲାଞ୍ଜିଗଡ଼ ରୁ ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ।