ମୟୂରଭଞ୍ଜ -୨୯/୬/୨୨(ମସିହା) ମୟୂରଭଞ୍ଜ ଜିଲ୍ଲା ଯାମଦା ଥାନା ଅନ୍ତର୍ଗତ ବୁଡକୁଲେଇବିରା ଗ୍ରାମ ଛକରେ ବୁଧବାର ପୂର୍ବାହ୍ନରେ ଟାଟା ସୁମୋ ସହ କେଟିଏମ ବାଇକ୍ ମୁହାଁମୁହିଁ ଘଟଣାରେ ବାଇକରେ ଥିବା ଦୁଇ ଜଣ ଗୁରୁତର ହୋଇଛନ୍ତି । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ଗାଡ଼ି ପହଞ୍ଚି ରକ୍ତ ଜୁଡୁବୁଡୁ ଅବସ୍ଥାରେ ସେମାନଙ୍କୁ ଉଦ୍ଧାର କରି ରାଇରଙ୍ଗପୁର ହସ୍ପିଟାଲରେ ଭର୍ତ୍ତି କରିଛନ୍ତି ।ଦୁଇ ଜଣଙ୍କର ନାମ ହେଲା ବିନ୍ଦୁ ଵେଶ୍ରା (୨୦) ଏବଂ ମାଝିଆ ମୁର୍ମୁ (୨୨) ଘର ଯାମଦା ଥାନା ଅନ୍ତର୍ଗତ ଭଗାବେଡା ଗ୍ରାମ । ସେମାନଙ୍କ ମୁଣ୍ଡ ଓ ଗୋଡ଼ରେ ଆଘାତ ହୋଇଛି । ପରିସ୍ଥିତି ଗୁରୁତର ଯୋଗୁଁ ସେମାନଙ୍କୁ ବାରିପଦା ପି ଆର ଏମ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି ।ସୁମୋ ଗାଡ଼ିଟି ଧକ୍କା ଦେଇ ଖସି ପଳାଇଛି ।ପୋଲିସ ତଦନ୍ତ କରୁଛି ।
ମୟୂରଭଞ୍ଜ ରୁ ଅକ୍ଷୟ କୁମାର ବିଶ୍ଵାଳଙ୍କ ରିପୋର୍ଟ