ଚନ୍ଦାହାଣ୍ଡି ୨୦/୭)- ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ରେ ଉମରକୋଟ ଠାରୁ ମାଲଗାଁ ଡବଲ ରାସ୍ତା ନିର୍ମାଣ କରଯାଇ ଥିବାରୁ ଚନ୍ଦାହାଣ୍ଡି ବାସୀ ଙ୍କ ମନରେ ଏକ ପ୍ରକାର ଖୁସୀ ର ଲହରୀ ଖେଲି ଜିବା ସହ ସ୍ଥାନିୟ ଏମପି କୁ ଧନ୍ୟବାଦ ଦେବା ସହ ରାଜ୍ୟ ସରକାର ଙ୍କୁ କ୍ରୁତଜ୍ଞତା ଜ୍ଞାପନ କରି ଥିଲେ । ରାସ୍ତା ନିର୍ମାଣ ସରିଲା ହେଲେ କୋଟି କୋଟି ଟଙ୍କା ବ୍ୟୟ ରେ ନିର୍ମାଣ କରାଜାଇ ଥିବା ଡବଲ ରୋଡ ରେ ପୂର୍ତ ବିଭାଗ ଦ୍ୱାରା ରାସ୍ତା ଦୁଇ ପାର୍ଶ ରେ ନିର୍ମାଣ କରା ଯାଇଛି କାମ ଚଳା ଡ୍ରେନ ଏଥିରେ କଭର ନ ଥିବା ରୁ ଚନ୍ଦାହାଣ୍ଡି ସଦର ର ପାଣି ଠିକ ଭାବରେ ବାହାର କୁ ନିସ୍କାସନ ହୋଇ ନପାରି ଡ୍ରେନ ଭିତରେ ଜମିକି ରହିଛି । ଏହା ଛଡା ଡ୍ରେନ ଉପରେ ଥିବା ଚା ଦୋକାନୀ, ଫାଷ୍ଟ ଫୁଡ ଦୋକାନୀ ମାନେ ଲୋକେ ଚା ପିଉ ଥିବା ପ୍ଲାଷ୍ଟିକ ଗ୍ଲାସ ଅଁଇଠା ଦନା , ଖଲି ଡ୍ରେନ ଭିତରେ ଫୋପାଡି ଥିବାରୁ ସେଠାରେ ପାଣି ଜମିକି ପୁର୍ତି ଗନ୍ଧ ବାହାରିବା ସହ ଲୋକଙ୍କୁ ପ୍ରବଳ ମଶାମାଛି କାମୁଡୁ ଥିବା ନେଇ ଲୋକେ ଅଭିଯୋଗ କରୁଛନ୍ତି । ଏସବୁ ଦେଖିକି ମଧ୍ୟ ନଦେଖିଲା ପରି ବ୍ଲକ ଏବଂ ଚନ୍ଦାହାଣ୍ଡି ପଂଚାୟତ ପ୍ରଶାସନ ଅଭିନୟ କରିଚାଲିଛି । ଏସବୁ ପ୍ରତି ବ୍ଲକ ଏବଂ ପଂଚାୟତ ପ୍ରଶାସନ ଜଦି ସୁ ଦ୍ରୁଷ୍ଟି ଦେଇ ଉଚିତ ପଦକ୍ଷେପ ଗ୍ରହଣ ନକରନ୍ତି ତାହେଲେ ଚନ୍ଦାହାଣ୍ଡି ରେ ଆଗାମୀ ଦିନ ରେ ମେଲେରିଆ , ତାଇଫଏଡ୍ ହଇଜା ପରି ସଂକ୍ରମଣ ବ୍ୟାପି ଅଧିକ ଧନ ଜୀବନ ନଷ୍ଟ ନକରିବ ଏକଥା କୁ ଏଡାଇ ଦିଆ ଜାଇ ପାରିବ ନାହିଁ ବୋଲି ଏଠାରେ ବୁଦ୍ଦିଜିବୀ ମାନେ ମତବ୍ୟକ୍ତ କରିଛନ୍ତି । ବର୍ତମାନ ବର୍ଷା ମାସ ହୋଇ ଥିବା ରୁ ଫାଷ୍ଟ ଫୁଡ ଏବଂ ଚା ଦୋକାନୀ ଙ୍କ ଫିଙ୍ଗା ପ୍ଲାଷ୍ଟିକ ଗ୍ଲାସ ଦନା ଡ୍ରେନ କୁ ସମ୍ପୁର୍ଣ ଭାବ ରେ ବନ୍ଦ କରି ଥିବା ରୁ ଡ୍ରେନ ରେ ପାଣି ନିସ୍କାସନ ହୋଇ ନପାରି ଘରେ ଘରେ ପାନି ପଶୁ ଥିବା ଅଭିଯୋଗ ହେଉଛି । ଏସଂପର୍କ ରେ ପୂର୍ତ ବିଭାଗ କନିଷ୍ଠ ଯନ୍ତ୍ରୀ ମନୋଜକୁମାର ସାହୁ ଙ୍କୁ ପଚାରିବା ରୁ ଲୋକେ ଜିବା ଆଶିବା କରୁ ଥିବା ଯାଗା ରେ ହିଁ ଡ୍ରେନ କୁ କଭର କରିବା ର ବ୍ୟବସ୍ଥା ରହିଛି ବୋଲି ସେ ପ୍ରକାଶ କରିଛନ୍ତି । ଏସଂପର୍କ ରେ ଚନ୍ଦାହାଣ୍ଡି ବି ଡିଓ ଧର୍ମରାଜ ମାଝି ଙ୍କୁ ଯୋଗା ଯୋଗ ପାଇଁ ଚେଷ୍ଟା କରା ଯା ଇ ଥିଲା ସେ ଫୋନ୍ ନ ଉଠାଇ ବlରୁ ତାଙ୍କ ପ୍ରତିକ୍ରିୟା ମିଳି ପାରି ନଥିଲା । ଏଦିଗରେ ଜିଲ୍ଲା ପ୍ରଶାସନ ଏକ ସ୍ୱତନ୍ତ୍ର ଦ୍ରୁଷ୍ଟି ଦେଇ ପଦକ୍ଷେପ ନେବା କୁ ସାଧାରଣ ରେ ଦାବୀ କରାଜାଇଛି । ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ