ଗୋଳାମୁଣ୍ଡା/୨୦/୭/ମସିହା/ କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ କେଗାଁ ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟକୁ ୫ଟି ଜରିଆରେ ରୂପାନ୍ତରିକରଣ କରିବାକୁ ସରକାରୀ ସ୍ତରରେ ସ୍ୱୀକୃତି ପରେ ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ କୋଠରୀରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ମୁଖ୍ୟ ଅତିଥି ଭାବେ ଗୋଳାମୁଣ୍ଡା ବିଡିଓ ସ୍ନିଗ୍ଧରାଣୀ ପ୍ରଧାନ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଗୋଷ୍ଠି ଶିକ୍ଷା ଅଧିକାରୀ ନବକିଶୋର ସାହୁ,ସମିତି ସଭ୍ୟ ଲକ୍ଷ୍ମଣ ସାହୁ ,ସହକାରୀ ଯନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ । ୫ଟି ରୂପାନ୍ତରିକରଣ ଉପରେ ଗୋଷ୍ଠି ଶିକ୍ଷା ଅଧିକାରୀ ନବକିଶୋର ସାହୁ ପୁଙ୍ଖାନୁପୁଙ୍ଖ ଭାବରେ ବୁଝାଇ ଥିବା ବେଳେ ବିଡିଓ ସ୍ନିଗ୍ଧରାଣୀ ପ୍ରଧାନ ସଂକ୍ଷେପରେ ଅଭିଭାଷଣ ରଖିଥିଲେ । ବିଇଓ ଶ୍ରୀ ସାହୁ ରୂପାନ୍ତରିକରଣ ସ୍କୁଲର ଖର୍ଚ୍ଚ କିପରି କରାଯିବ ସେ ସମ୍ବନ୍ଧରେ ଉପସ୍ଥିତଥିବା ପରିଚାଳନା କମିଟିର ସଭ୍ୟ , ସ୍କୁଲ ପରିଚାଳନା ଓ ଉନ୍ନୟନ ମୂଳକ କମିଟିର ସଭ୍ୟ ,ଶିକ୍ଷକବୃନ୍ଦ ଓ ପୂର୍ବତନ ଛାତ୍ର ମାନଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲେ । ପରେ ଏକ କମିଟି ଗଠନ କରିବାକୁ ଆହ୍ୱାନ ଦେଇଥିଲେ । ଏହି ବୈଠକରେ ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କ୍ଷୀରୋଦ କୁମାର ସାହୁ,ଶିକ୍ଷକ ଶରତ ସାହୁ,ସୁରଥ ତାଣ୍ଡି ,ଦୁର୍ବାଦଲ ଭୋଇ, ସୁଧୀର କୁମାର ନାଏକ, ଅର୍ଜୁନ ରଣା ଓ କିରାଣୀ ବେଣୁଧର ପୁଟେଲ ସହ ପରିଚାଳନା କମିଟି ଜଗନ୍ନାଥ ମାଝୀ, ଈଶ୍ୱର ପୁଟେଲ , ମନୋଜ କୁମାର ଅଗ୍ରୱାଲ, ସରସ୍ୱତୀ ଧଙ୍ଗଡା ମାଝୀ ,ମନବୋଧ ପୁଟେଲ ,ରମେଶ ଅଗ୍ରୱାଲ, ସ୍କୁଲ ପରିଚାଳନା ଓ ଉନ୍ନୟନ ମୂଳକ କମିଟିର ସଭ୍ୟ ମୁରଲୀଧର ଜ୍ୟୋତିଷ, ମନୋଜ ସାହୁ,ନରସିଙ୍ଘ ଛାତ୍ରୀଆ ଓ ସ୍କୁଲର ପୂର୍ବତନ ଛାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଏହି ସଭାରେ ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କ୍ଷୀରୋଦ କୁମାର ସାହୁ ସଭା ପରିଚାଳନା କରିଥିଲେ ।
ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ