ସାଙ୍ଗ ମୋର ନୀରବତା…
ତୁ ପରା ମୋର ଏକା ସାଙ୍ଗଟିଏ
ତୋ ପରି ଆଉ କେହି ନାହିଁ,
ଅଛୁ ଖାଲି ତୁ ମୋ ପାଇଁ ଆଜି
ବାସ୍ତବରେ ସାଙ୍ଗେ ରହି |
ଦୁନିଆରେ ସବେ ନିଜ କାମେ ବ୍ୟସ୍ତ
କେହି କାହାରି ନୁହେଁ,
ଅଛି ଯଦି ନିଜ ସାଙ୍ଗେ ଦେହର ଛାଇ
ନୀରବେ ପାରିବା ରହି |
ପାଖରେ ମୋର କେହି ନାହିଁ ହେଲେ
ଟିକେ ଛୁଇଁବାକୁ ହଉଛି ଇଚ୍ଛା,
ଭୁଲି ହଉନି କାହାକୁ ହେଲେ
ଆଜି ମୁଁ ଅଛି ଏକା ଏକା |
ଅଛି ଏବେ ମୁଁ ଶାନ୍ତ ଦୁନିଆରେ
ଖୁସିରେ ଅଛି ବୋଲି ଭାବି ଭାବି,
କାଟି ହେଉଛି ମୋ ହୃଦୟଟା ସତେ
ଏକା ନୀରବତା କୁ ଚାଖି |
ନିରବତାରେ କାନ୍ଦି ହେଉଛି ମୁଁ
ଆଲୁଅ ଭିତରେ ବି ଅନ୍ଧାରେ ରହି
ଆଲୁଅ ବି ଆଜି ଠାରି କହୁଛି
ମୁକ ତୁ ଏଇ ଆଲୁଅ ଦୁନିଆର |
ପାଖେ ମୋର ଆଜି କେହି ନାହିଁ ବୋଲି
ମୋ ମନରେ ଉଙ୍କି ମାରୁଛି ମନର ଭାବ
ନିରବତାକୁ ଖୁସି ଉପହାର ଭାବି
ନିରବତାକୁ ସାଜିଛି ସାଙ୍ଗ |