ରାଉରକେଲା/ ରାଉରକେଲା ର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ହାପି ମୋମେନ୍ଟସ୍ ଇଣ୍ଡିଆ ତାର ନବମ ପ୍ରତିଷ୍ଠା ଦିବସ ଚଳିତ ମାସ ୧୭ ତାରିଖ ଦିନ ସେକ୍ଟର ୬ସ୍ଥିତ ବସ୍ତିଆ ଭବନଠାରେ ସକାଳ ୯ ଟାରୁ ରାତି ୯ଟା ପର୍ଯ୍ୟନ୍ତ ପାଳନ କରିବ ବୋଲି ଜଣାପଡ଼ିଛି। ଏ ସଂପର୍କରେ ରାଉରକେଲା କ୍ଲବ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନର ଅଧ୍ୟକ୍ଷ ରାଜେନ୍ଦ୍ର ପ୍ରସାଦ ପଣ୍ଡା, ଉପଦେଷ୍ଟା ଗୋପୀନାଥ ପଟ୍ଟନାୟକ ଓ କୁମାର ବେହେରା ପ୍ରମୁଖ ସାମ୍ବାଦିକଙ୍କୁ ସୂଚନା ପ୍ରଦାନ କରି କହିଲେ ଯେ ହାପି ମୋମେନ୍ଟସ୍ ବର୍ଷ ତମାମ ବିଭିନ୍ନ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ସଫଳତା ପୂର୍ବକ ଆୟୋଜନ କରି ବେଶ ପ୍ରଶଂସିତ ହୋଇପାରିଛି। ଏଥିସହ ବିଭିନ୍ନ ସମୟରେ ବିଦ୍ୟାଳୟର ଛାତ୍ରଛାତ୍ରୀ, ଯୁବକ ଯୁବତୀ ଓ ମହିଳାଙ୍କ ମଧ୍ୟରେ ଅନେକ ପ୍ରତିଯୋଗିତା ଆୟୋଜନ କରି ସେମାନଙ୍କ ଅନ୍ତର୍ନିହିତ ପ୍ରତିଭା କୁ ଲୋକଲୋଚନରେ ଆଣିବାରେ ପ୍ରୟାସ କରିଛି। ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟରେ ଉତ୍କଳ ପ୍ରତିଭା ସମ୍ମାନ ସମାରୋହ, ଯୋ ଜିତା ୱହି ସିକନ୍ଦର,ରାଷ୍ଟ୍ରୀୟ ପ୍ରତିଭା ଖୋଜ,ରାଉରକେଲା କିଡ୍ସ ଫେଷ୍ଟିଭାଲ, ରଜ ମିଳନ – ଏ ଓଡିଆ କଲଚର ଫେଷ୍ଟ , ଉଡାନ – ଆମ ଆୱାରନେସ ଷ୍ଟେପ ଫର ଓମେନ, ପଶ୍ଚିମ ଓଡିଶା ଚାର୍ମିଂ ଲେଡି, ମେରା ଯୋଗଦାନ, ମସ୍ତି କି ପାଠଶାଳା, ଦିୱାଲି କା ଏକ ଦିଆ ସହିଦୋ କେ ନାମ, ଜୁନୁନ ପ୍ରତିଭା ଖୋଜ, କ୍ଲିନ୍ ଆଣ୍ଡ ଗ୍ରୀନ୍ ଡେ,ହୋଲି ମିଳନ,ଉତ୍କଳ ଦିବସ ଓ ଅନ୍ତର୍ଜାତୀୟ ମହିଳା ଦିବସ ଭଳି କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ। ତେବେ ଆସନ୍ତା ୧୭ ତାରିଖ ଦିନ ନବମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଅନୁଷ୍ଠାନର ସଦସ୍ୟ ମାନଙ୍କ ମଧ୍ୟରେ ଖୁସି ବାଣ୍ଟିବା ପାଇଁ ବିଭିନ୍ନ ପ୍ରକାର ମନୋରଞ୍ଜନ କାର୍ଯ୍ୟକ୍ରମ ସହ ବିଶିଷ୍ଟ ବ୍ୟକ୍ତି ମାନଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି ସୂଚନା ଦିଆଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଣ୍ଡା,ଶ୍ରୀ ପଟ୍ଟନାୟକ ଓ ଶ୍ରୀ ବେହେରାଙ୍କ ବ୍ୟତୀତ କଲ୍ୟାଣୀ ଦାସ, ସସ୍ମିତା ପ୍ରଧାନ,ବସୁମତୀ ମହାନ୍ତି, ଗୌରୀ କୁମ୍ଭାର,ଅନିତା ମହାନ୍ତି, ସୁଷମା ଡାଙ୍ଗ, ବୈଜୟନ୍ତୀ ବକ୍ସି, ସୁରେନ୍ଦ୍ର କୁମାର ପତ୍ରୀ,ଅସ୍ମିତା ମହାନ୍ତି, ଜିତେନ୍ଦ୍ର ପ୍ରସାଦ ପଣ୍ଡା,ଯଶୋବନ୍ତୀ ପଣ୍ଡା, ପ୍ରିୟଙ୍କା ନନ୍ଦ,ଗଣେଶ ସାହୁ,ମହେଶ୍ୱର ମହାନ୍ତି, ସୁଚିସ୍ମିତା ପଣ୍ଡା,ବବିତା ଚାନ୍ଦ ଓ ମିତାଞ୍ଜଳୀ ପରିଡା ପ୍ରମୁଖ ଉପସ୍ଥିତ ଥିଲେ।
ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ