ଅସହାୟ ବ୍ୟକ୍ତି ଙ୍କ ସାହାରା ପାଲଟିଲେ
ଢେଙ୍କାନାଳ -: କିଛି ଦିନ ପୂର୍ବେ ହିନ୍ଦୋଳ ଟାଉନ୍ ଅମଲାପଡା ର ଅକର୍ମଣ୍ୟ ବୃଦ୍ଧ ବିଭୂତି ରଥ ରାସ୍ତା ରେ ଘୁଷୁରୀ ଘୁଷୁରୀ ଚାଲୁ ଥିବା ଦେଖି ତାଙ୍କୁ ନିଜ କାର୍ ରେ ବସେଇ ବ୍ଲକ୍ ଅଫିସ୍ କୁ ନେଇ ଏକ wheel chair ପ୍ରଦାନ କରି ଥିଲେ।ଏହି ସମ୍ବେଦନଶିଳ ଘଟଣା ରେ ଜିଲ୍ଲା ବୁଦ୍ଧିଜିବୀ ତଥା ଜନ ସାଧାରଣ ଙ୍କ ନଜର ରେ ଆସି ଥିଲେ ହିନ୍ଦୋଳ ବ୍ଲକ୍ ଅଧ୍ୟକ୍ଷା ସସ୍ମିତା ରାଣୀ ନାୟକ। ସେହି ପରି ଆଜି ପୁଣି ସକାଳ ପ୍ରାୟ ୧୦ ଘଟିକା ସମୟ ରେ ଦୁଇ ପୀଡିତ ଯୁବକ ଅରୁଣ ନାୟକ ଓ ରୋହିତ ଭୋଇ ଙ୍କୁ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା ତଥା ହୁଇଲ୍ ଚେୟାର ପ୍ରଦାନ କରି ଛନ୍ତି। ଏହି ପରି କାର୍ଯ୍ୟ ପାଇଁ ତାଙ୍କୁ ବିଭିନ୍ନ ମହଲ ରୁ ଶୁଭେଚ୍ଛା ର ସୁଅ ଛୁଟି ଚାଲିଛି।ଏହି କାର୍ଯ୍ୟକ୍ରମ ରେ ହିନ୍ଦୋଳ ବ୍ଲକ୍ vice chairman ଶ୍ରୀଯୁକ୍ତ ବରୁଣ ସର, GPEO ଧନେଶ୍ଵର କିଶନ, ambedkar devlopment association ର କର୍ମୀ ତଥା ଜନ ମଙ୍ଗଳ ର ସେବକ ଚନ୍ଦନ ନାୟକ , ପ୍ରଦ୍ଯୁମ୍ନ କୁମାର ବେହେରା ଏବଂ ଜନ ମଙ୍ଗଳ ର ସଭାପତି ବିଭୁପ୍ରସାଦ ଶତପଥୀ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ କରିଥିଲେ।
ଢେଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍